ବାରଙ୍ଗରୁ ପୁଣି ୧୬ ପଜିଟିଭ ଚିହ୍ନଟ

ବାରଙ୍ଗ,୨୬/୪(ଏସଏସନିୟୁଜ):ରାଜ୍ୟରେ ପ୍ରତିଦିନ କୋରୋନା ଗ୍ରାଫ୍ ବଢିବଢି ଚାଲିଛି ।କରୋନାଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗି ଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।କୋଭିଡନୀୟମମାନିବା ଚଳିବାକୁ ସରକାର ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଇଚାଲିଛନ୍ତି ।ଏହାରିଭିତରେ କରୋନା ତାର କାୟା ବାରଙ୍ଗ ଅଂଚଳରେ ବଡାଇବାକୁ ପଛାଇନାହିଁ । ସୋମବାର ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ ରୁ ୧୬ ଜଣ ନୂତନ ସଂକ୍ରମିତ ଥିବା ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ବାରଙ୍ଗ ବ୍ଲକ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment