ବାରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଚିରିଲେ ବିଜେପି କର୍ମୀ

ବାରଙ୍ଗ,୨୫/୬(ଏସଏସନିୟୁଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମଗ୍ର ଭାରତରେ ବିଶ୍ଵର ସର୍ବବୃହତ ଟୀକାକରଣ କାର‌୍ୟ୍ୟକ୍ରମ ଚାଲୁରହିଛି।ଅନ୍ୟପଟେ ଟୀକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲଗାଯାଇ କେବଳ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯିବାକୁ ନେଇ ରାଜ୍ୟରେ ଟିକା ରାଜନୀତି ଚାଲିଛି।ଏହାକୁ ବିରୋଧ କରି ଆଜି ବାରଙ୍ଗ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଆଜି ପୂର୍ବାହ୍ନରେ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ଟୀକାକାରଣ ଚାଲିଥିବା ସମୟରେ ବାଙ୍କୀ ବାରଙ୍ଗ ବିଜେପି କର୍ମକର୍ତ୍ତାଙ୍କ ଦ୍ଵାରା ବିରୋଧ କରାଯାଇଥିଲା।ଏଥିରେ ଦଳର ବରିଷ୍ଠ ନେତା ତଥା ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ମାନେ ନବୀନ ସରକାରଙ୍କୁ କଡା ସମାଲୋଚନା କରିବା ସହ ଟୀକାକେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ଫିଙ୍ଗି ଦେଇଥିଲେ।

Comments (0)
Add Comment