ଭୁବନେଶ୍ଵର,୨୮।୧୦(ଏସଏସନିଉଜ)ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି।ଆଗାମୀ ୩-୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା।ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୯୦ରୁ ୧୦୦କିମି ବେଗରେ ପବନ ବହିବ । ଝଟକା ପବନର ବେଗ ରହିବ ଘଣ୍ଟାପ୍ରତି ୧୧୦ କିମି ରହିବବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକାମନୋରମା ମହାନ୍ତି କହିଛନ୍ତି।
ବାତ୍ୟା ମୋନ୍ଥାର ସର୍ବାଧିକ ପ୍ରଭାବ ମଛିଲିପଟନମଠାରେ ଅନୁଭୂତ ହୋଇଛି।ବର୍ତ୍ତମାନ ଏହା କାକିନାଡ଼ାର ଦକ୍ଷିଣଭାଗ ଅମଲାପୁରମ ନିକଟରେ ସ୍ଥଳଭାଗକୁ ଅତିକ୍ରମ କରୁଛି।ସେହିଭଳି ଭାବେବାତ୍ୟା ମୋନ୍ଥା ଦୃଷ୍ଟିରୁ ଆନ୍ଧ୍ର ସରକାରଙ୍କ କଟକଣା ଜାରି କରିଛନ୍ତି।ଆନ୍ଧ୍ରରେ ନାଇଟ୍ କର୍ଫ୍ୟୁ କରାଯାଇଛି।ଆନ୍ଧ୍ରର ୭ଜିଲ୍ଲାରେ ଯାନବାହନଚଳାଚଳ ନିଷେଧ କରାଯାଇଛି।ନାଇଟ୍କର୍ଫ୍ୟୁ ଲଗାଇଲେ ସ୍ଥାନୀୟ ପ୍ରଶାସନ।
ବାତ୍ୟା ସମୀକ୍ଷାପରେ ଜିରୋ କାଜୁଆଲିଟି ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ସୂଚନାଦେଇଛନ୍ତି।ସେ କହିଛନ୍ତି ବାତ୍ୟା ମୁକାବିଲାପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।ଆଜି ୫ ଓ କାଲି ୫ ଜିଲ୍ଲା ପ୍ରଭାବିତ ହେବ।ପ୍ରଭାବିତ ଜିଲ୍ଲାରେ ୩୦ଯାଏ ସ୍କୁଲ, ଅଙ୍ଗନବାଡ଼ି ବନ୍ଦରହିବ।୧୮୭୧ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି।୨୦୪୮ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି।୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।ସବୁବିଭାଗ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି।ସାପକାମୁଡ଼ା ଇଞ୍ଜେକ୍ସନ ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତଖୁଣ୍ଟ ଉପୁଡ଼ିଲେ ସଙ୍ଗେସଙ୍ଗେ ଠିକ୍ କରାଯିବ ବୋଲି କହିଛନ୍ତି।