ବେରବୋଇ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା

ଡେଲାଙ୍ଗ,୧୩/୩(ଏସଏସନିୟୁଜ) ଓଡିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତିୀ ଅବସରରେ ଡେଲାଙ୍ଗର ବେରବୋଇ ଗାନ୍ଧୀ ପୀଠ ଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ଐତିହାସିକ ପଦଯାତ୍ରା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସର ମୁଖପାତ୍ର ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିରୁପମା ପାତ୍ରଙ୍କ ସହ ଉମା ବଲ୍ଲବ ରଥ, ପଞ୍ଚାନନ କାନୁନ ଗୋ, ଡେଲାଙ୍ଗ ବ୍ଳକ କଂଗ୍ରେସ ସଭାପତି ରବି ଦାଶଙ୍କ ସହିତ କଂଗ୍ରେସ ନେତା ମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ବେରବୋଇ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ପ୍ରଦୀପ ପ୍ରଜ୍ୱଳନ ସାହ ଗାନ୍ଧିଙ୍କ ପିୟ ଭଜନ ରାମଧ୍ୱନ ଗାନ କରାଯିବା ପରେ ଏକ ପ୍ରଥପ୍ରାନ୍ତ ସଭା କରାଯାଇଥିଲା । ଶହେ ବର୍ଷ ପୂର୍ବେ ସ୍ୱରାଜପ୍ରାପ୍ତି ଅଭିଯାନରେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ, ପତ୍ନୀ କସ୍ତୁରବା ଏବଂପୁତ୍ର ଦେବଦାସଙ୍କ ସହ ପ୍ରଥମ ଓଡିଶା ଗସ୍ତ କରିଥିଲେ । କଟକ ରେଳ ଷ୍ଟେସନ ଠାରେ ନାଗପୁର କଂଗ୍ରେସର ସଂକଳ୍ପ ଅନୁଯାୟୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ପ୍ରାଦେଶିକ ଓଡିଶା ( ଉତ୍କଳ) କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇ ଗାନ୍ଧୀଜୀଙ୍କୁ ଓଡିଶାରେ ସ୍ୱାଗତ କରିଥିବା କଥାକୁ ବକ୍ତାମାନେ ବକ୍ତବ୍ୟରେ କହିବା ସହ କଂଗ୍ରେସ ଦଳ ଓ ଗାନ୍ଧୀଜିଙ୍କ ଆଭିମୁଖ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

Comments (0)
Add Comment