ଭଦ୍ରକ ଟାଉନ ପୁଲିସ୍ ଜବତକଲା ୧୨ ମଟର ସାଇକେଲ

ଭଦ୍ରକ,୭/୮(ଏସଏସନିୟୁଜ)ଭଦ୍ରକ ଟାଉନ ପୁଲିସ ଚଢାଉ କରି ୧୨ଟି ଚୋରି ମଟର ସାଇକେଲ ଜବତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହାସହ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି।କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ଟାଉନ୍ ଥାନାପୋଲିସ ସହର ଭିତରେ ଦୁଇ ଜଣ ମଟର ସାଇକେଲ ଚୋର ଭଡାରେ ରହୁଥିବାର ଜାଣିବାକୁ ପାଇଥିଲା ।ଏହାପରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମର ଶଶିକାନ୍ତ ପ୍ରଧାନ(୨୮) ପୁଲିସର କବଜାକୁ ଆସିବାପରେ ତା’ ନିକଟରୁ ଗତକାଲି ୪ଟି ମଟର ସାଇକେଲ ପୁଲିସ ଜବତ କରି ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଥିଲା।ଏହାପରେ ଗୋଟିଏ ପରେ ଗୋଟିଏ ମଟର ସାଇକେଲ ଚୋର ଧରାପଡିଥିଲେ।ବାଲେଶ୍ବର ଜିଲ୍ଲାର ଖନ୍ତାପଡା ଥାନା ଅନ୍ତର୍ଗତ ବରପଦା ଗ୍ରାମର ଅନ୍ୟ ଜଣେ ଅଭିଯୁକ୍ତ କପିଳାସ ମଲ୍ଲିକ ଙ୍କଠାରୁ ୨ଟି ଓ ଅନ୍ୟ ଜଣେ ସହଯୋଗୀ ସୁଧାକର ପାଢୀଠାରୁ ୩ ଟି ମଟର ସାଇକେଲକୁ ମିଶାଇ ୧୨ ଟି ମଟର ସାଇକେଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସହର ଏସଡିପିଓ ସାର୍ଥକ ରାୟ ପ୍ରକାଶ କରିଛନ୍ତି।

Comments (0)
Add Comment