ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଦେବୀ ରଞନ

ବାରଙ୍ଗ,୨୫/୮(ଏସଏସନିୟୁଜ)ମଧୁପୁର ଗ୍ରାମ ପଂଚାୟତରେ ବାଙ୍କୀ ବିଧାୟକ ଦେବୀ ରଞନ ତ୍ରିପାଠୀଙ୍କଦ୍ୱାରା ବୁଧବାରଦିନ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି । ମଧୁବନ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଂ ୧, ପଂଚାୟତ କାର୍ଯ୍ୟାଳୟର ଉପର ମହଲାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଦେଉଳି ଗ୍ରାମରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ,ମହିଳା ଗୋଷ୍ଟି କେନ୍ଦ୍ର, ୍ରକୁ ଉଦ୍ ଘାଟନ କରିଛନ୍ତି ବିଧାୟକ । ଦେଉଳି ଗ୍ରାମରେ ହୋଇଥିବା ୫୦ ହଜାର କ୍ଷମତା ବିଶିଷ୍ଟ ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ୨୫୦ ପରିବାର ଉପକୃତ ହେବେ ବୋଲି ଜଣାପଡିଛି ।ଏହି ଉଦ୍ ଘାଟନୀ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା, ଅତିରିକ୍ତ ଉନୟନ୍ନ ଅଧିକାରୀ ବିଜୟ କେତନ ଚୌଧୁରୀ ଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଓ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment