ବିଚ୍ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୮ା୮(ଏସଏସନଉିଜ) ସହଦେବଖୁଣ୍ଟାଥାନା ଅଧୀନ ବାଲିଆଠାରେ ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣି(୩୪) ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।ମନୋରଞ୍ଜନ ବାଲିଆଗ୍ରାମରେ ଥିବା ହିନ୍ଦ୍ ଜିମ୍‌ରୁ ଫେରୁଥିବା ସମୟରେ ଦୁଇଜଣଯୁବକ ଆସି ହଠାତ୍ ତାଙ୍କୁ ଟାର୍ଗେଟ୍ କରି ଗୁଳିଚଳାଇଥିଲେ । ଗୁଳିଚାଳନା ବେଳେ ମନୋରଞ୍ଜନ ବନ୍ଧୁକଧାରୀଙ୍କ ହାତ ଧରିଦେବାରୁ ଗୋଟିଏ ଗୁଳି ବାହାରକୁ ଚାଲିଯାଇଥିଲା ବେଳେ ଆଉ ଗୋଟିଏ ଗୁଳି ତାଙ୍କ ନାକରେ ବାଜିଥିଲା। ଫଳରେ, ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Comments (0)
Add Comment