ବିଦ୍ୟୁତ୍ ନେଲା ଦନ୍ତାହାତୀର ଜୀବନ

କେନ୍ଦୁଝର,୨୦ା୩(ଏସଏସନିଉଜ) ରବିବାରଭୋରରେ ଚମ୍ପୁଆରେଞ୍ଜ ବସନ୍ତପୁରଠାରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଷ୍ଟେ ତାରରେ ବିଦ୍ୟୁତ୍ ଚାର୍ଜ ହୋଇଥଲା। ଏହାର ସଂସ୍ପର୍ଶରେ ଆସିବାରୁ ହାତୀଟି ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତକାଲି ବସନ୍ତପୁର ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିଲା। ଭୋର୍ ସମୟରେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରରେ ହାତୀର ଗୋଡ଼ ବାଜିଥିଲା। ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଥିବାରୁ ହାତୀଟି ସେଠାରେ ଟଳି ପଡ଼ିଥିଲା। ସକାଳେ ସ୍ଥାନୀୟ ଲୋ‌କଙ୍କଠାରୁ ସକାଳେ ଏହି ଖବରପାଇ ବନବିଭାଗ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଥିଲେ ।

 

Comments (0)
Add Comment