ଭୁବନେଶ୍ୱର, ୬ା୧(ଏଏସନିଉଜ)ଓଡିଶାସରକାରଙ୍କ ଅଭିନବ ଗୁଣାତ୍ମକସାର୍ବଜନିନ ସ୍ବାସ୍ଥ୍ୟ ସେବାଯୋଜନା ବି. ଏସ.କେ. ୱାଈ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀଅଧିକାରୀ ଡାକ୍ତରବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଆନ୍ତରିଣ ସମୀକ୍ଷାରୁ ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭାଗୃହଠାରେ ଅନୁଷ୍ଠିତ ଏହିବୈଠକରେ ବିଭାଗୀୟ ଅତିରିକ୍ତଶାସନସଚିବ ଶୁଭାନନ୍ଦମହାପାତ୍ର ବିଭିନ୍ନଯୋଜନାର କାର୍ଯ୍ୟାୟନ ସମ୍ବନ୍ଧିତ ସଦ୍ୟତମତଥ୍ୟ ଆଲୋଚନାପାଇଁ ଉପସ୍ଥାପନ କରିଥିଲେ।ବିଲଗୁଡ଼ିକୁ ଅନୁମୋଦନ ହେବାପୁର୍ବରୁ ସମସ୍ତ ଦରକାରୀତଥ୍ୟ ନିର୍ଦ୍ଧାରିତ ଦରତାଲିକାକୁ ସଠିକଭାବେ ତନଖିକରି ବିଲପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଡାକ୍ତର ବୃନ୍ଦା ନିର୍ଦେଶ ଦେଇଥିଲେ।ରାଜ୍ୟବାହାରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲମାନଙ୍କ ସହ ଭିଡିଓକନ୍ଫରେନ୍ଚିଂ ଏବଂ ମୋବାଇଲଫୋନ ମାଧ୍ୟମରେ ବରାବର ଯୋଗାଯୋଗରେ ରହିବାକୁ ଅତିରିକ୍ତ ଶାସନସଚିବ ନୋଡାଲଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଏସ୍ କେ ୱା ଇ ସଫ୍ଟ ଓୟାରନବୀକରଣ ଏବଂ ଚିକିତ୍ସାବିଲ୍ ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦିବିଷୟ ମୁଖ୍ୟତଃ ସମୀକ୍ଷା ହୋଇଥିଲା।ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନସୁଦ୍ଧା ରାଜ୍ୟଭିତର ଓ ବାହାରର ୫୫୪ଟି ସୁପରସ୍ପେଶାଲିଟି ହସ୍ପିଟାଲଙ୍କୁ ବିଜୁସ୍ବାସ୍ଥ୍ୟ କଲ୍ୟାଣଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିମଧ୍ୟରୁ ୧୦୩ହସ୍ପିଟାଲ ବାହାରରାଜ୍ୟର। ସେଗୁଡିକମୁଖ୍ୟତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡୁ, ହରିୟାଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡଆଦି ରାଜ୍ୟରେ ପ୍ରତିଷ୍ଠିତ। ଏହାଛଡ଼ା ରାଜ୍ୟରେଥିବା ଆଉ୨୯ଟି ସ୍ପେଶାଲିଟିହସ୍ପିଟାଲକୁ ତାଲିକାଅନ୍ତର୍ଭକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହସ୍ପିଟାଲଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବାପୂର୍ବରୁ ସେହିଥିରେଥିବା ଚିକିତ୍ସାସୁବିଧା, ସ୍ପେଶଲିଷ୍ଟଡାକ୍ତର, ଆଧୁନିକଯନ୍ତ୍ରପାତି, ରୋଗୀଙ୍କପାଇଁ ଆନୁସଙ୍ଗିକସୁବିଧା ଆଦିକୁ ବୈଷୟିକ ଟିମଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ଟିହସ୍ପିଟାଲ ପଞ୍ଜିକୃତହେଲେ ସମୁଦାୟ ପଞ୍ଜିକୃତହସ୍ପିଟାଲ୍ ସଂଖ୍ୟା ୫୮୩କୁ ବୃଦ୍ଧି ପାଇବ ବୋଲି ଜଣାପଡିଛି ।