ବିଜେଡି କର୍ମୀଙ୍କୁ ହତ୍ୟା!

ଗଂଜାମ ,୧୦ା୯(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଶେରଗଡ ନନ୍ଦିନୀସେତୁ ଉପରେ ବିଜେଡି କର୍ମୀ ମଧୁସୂଦନ ବିଷୋୟୀଙ୍କୁ କେହି ମାରି ଫୋପାଡିଦେଇଥିବାର ଅଭିଯୋଗ ହୋଇଛି । ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଗତକାଲି କୌଣସିକାମରେ ଶେରଗଡ଼କୁଯାଇ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ସେତୁ ଉପରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଆକ୍ରମଣ ଆକ୍ରମଣ ହୋଇଥିଲା ।ଆକ୍ରମଣକାରୀମାନେ ମଧୁକୁ ସେତୁ ଉପରୁ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।କୈାଶଳକ୍ରମେ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ । କିଛିଲୋକ ଗୁରୁତରଅବସ୍ଥାରେ ମଧୁକୁ ପୋଲତଳୁ ଉଦ୍ଧାରକରି ଚିକିସ୍‌ାନିମନ୍ତେ ଶେରଗଡ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହି ଘଟଣାରେ ଶେରଗଡ଼ଥାନା ପୋଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Comments (0)
Add Comment