ବୋହୂକୁ ଦୁଷ୍କର୍ମ ଅଭିଯୋଗରେ ଶ୍ୱଶୁର ଅଟକ

ମାହାଙ୍ଗା,୨୩/୧(ଏସଏସନିୟୁଜ)କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ମହିଳାଙ୍କ କୌଣସି ସନ୍ତାନ ସନ୍ତତି ନଥିବାରୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ।ତେବେ ପୀଡିତା ଏ ନେଇ ପୁତ୍ରବଧୁ ,ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଥାନାରେ କରିବାପରେ ପୁଲିସ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପ୍ରକାସ ଯେ, ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ ହେବ ଛୁଆ ପିଲା ହେଉ ନଥିବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ସମସ୍ତେ ଘରେ ଶୋଇଥିବାର ସୁଯୋଗ ନେଇ ଶ୍ୱଶୁର ନିଜ ବୋହୂକୁ ଶୁକ୍ରବାର ଭୋରୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଚିତ୍କାର ଶୁଣି ସ୍ବାମୀ ପହଞ୍ଚିବା ପରେ ଏଭଳି କାର୍ଯ୍ୟର ବିରୋଧ କରିବାରୁ ଉଭୟ ପୁଅ ବୋହୁଙ୍କୁ ଶ୍ୱଶୁର ମାଡ ମାରିଥିବା ଅଭିଯୋଗ ହୋଇଛି। ବୋହୁର ଅଭିଯୋଗର ଆଧାରରେ ମାହାଙ୍ଗା ପୁଲିସ ଶ୍ୱଶୁର ମହେନ୍ଦ୍ରଙ୍କୁ ଆଣି ପଚରାଉଚୁରା କରୁଛି। ଅଦ୍ୟାବଧି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବାବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇନଥିବା ଜଣାପଡିଛି।

Comments (0)
Add Comment