ବିବାହ ବରଯାତ୍ରୀରେ ମାରଣାନ୍ତକ ଆକ୍ରମଣ

୩ଜଣଙ୍କୁ ଗିରଫ କଲା ପୋଲିସ

କଟକ,୨୨।୭(ଏସଏସନିଉଜ)ମଙ୍ଗଳବାର ରାତିରେ ଏକ ବିବାହ ବରଯାତ୍ରୀରେ ହୋଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବିଦ୍ୟାଧରପୁର ଗ୍ରାମର ବିଜୟ ବେହେରା (୫୬)ଜଗୁ ଓରଫ ଜଗନ ବେହେରା (୧୯) ଏବଂ ବିଶ୍ୱଜିତ ବେହେରା ଓରଫ ବଣ୍ଟି (୨୬)।
ପ୍ରକାଶ ଯେ,ବାରଙ୍ଗ ଥାନା ଅଧୀନସ୍ଥ ବିଦ୍ୟାଧରପୁର ଗ୍ରାମରେ ମଙ୍ଗଳବାର ରାତିରେ ଗ୍ରାମକୁ ଆସିଥିବା ଏକ ବିବାହ ବରଯାତ୍ରୀରେ ଠେଲାପେଲାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ଏଥିରେ ମହିମା ରାଉତ ଓରଫ ଜୟଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ବିବାହ ଭୋଜିରୁ ଫେରୁଥିବା ବେଳେ ଗ୍ରାମର କିଛି ଯୁବକ ତାଙ୍କ ରାସ୍ତା ଅବରୋଧ କରି ବାଉଁଶ ବାଡ଼ିରେ ଆକ୍ରମଣ କରି ମୁଣ୍ଡ ଫଟାଇଦେଇଥିଲେ।ସେ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି ବୋଲି ଜିତା ରାଉତ ନାମକ ବିଧବା ମହିଳା ବୁଧବାର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ବାରଙ୍ଗ ଥାନା ଅଧିକାରୀ ବିକାସ କୁମାର ପଲାଇ ୩୬୨/୨୦୨୬ ନଂ କେସରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ୩ଜଣ ଯୁବକଙ୍କୁ ଚଢ଼ାଉ କରି ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

Comments (0)
Add Comment