ବିଏସ୍‌ଏଫ୍‌, ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଡେଲାଙ୍ଗ,୨୦/୯(ଏସଏସନିୟୁଜ) ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ।ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁଲିସ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରିଛି । ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର, ବାୟାବଜାର ,ବେରବୋଇ ଛକ ସହିତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ବିଏସ୍‌ଏଫ୍‌, କେନ୍ଦ୍ରୀୟ ଓ ଓଡିଶା ପୁଲିସ ପକ୍ଷରୁ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ କରୋନା ଆଇନ ମାନି ସବୁ ସମୟରେ ମାସ୍କ ବ୍ୟବହାର କରିବା ପାଇଁ ଜଣସାଧାରଣଙ୍କୁ ସଚେତନତା କରାଯାଇଥିଲା ।ଏହାସହ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ ଡିଜିପି ଶ୍ରୀ ଅଭୟ ଭିଡିଓ କନଫରେନସିଂ ଜରିଆରେ ବରିଷ୍ଠ ପୁଲିସ କର୍ମଚାରୀଙ୍କ ସହିତ ଉପନିର୍ବାଚନ କୁ ନେଇ ଆଲୋଚନା କରିଥିଲେ।

Comments (0)
Add Comment