ବାରଙ୍ଗ,୨/୧୧(ଏସଏସନିୟୁଜ)ନନ୍ଦନକାନନର ସିଂହସଫାରୀ ୩ତାରିଖବୁଧବାର ଠାରୁ ୬ତାରିଖ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସିଂହସଫାରୀରର ରାସ୍ତା ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଛି ।ଯାହାଫଳରେ ପର୍ଯ୍ୟଟକମାନେ ସିଂହସଫାରୀ ପରିବର୍ତେ ଅନ୍ୟ ୩ଟି ତୃଣଭୋଜି,ଭାଲୁ ଓ ବାଘ ସଫାରୀ ଦେଖି ମଜ୍ଜା ଉଠାଇପାରିବେ ।ସେହିଭଳିଭାବେ ଉଦ୍ଘାଟନ ହେବାଠାରୁ ଏକପ୍ରକାର ଯାନ୍ତ୍ରିକ ତୃଟି ଦେଖାଦେଇଥିବା ଶିଶୁରେଳଗାଡିର ମରାମତି କାମ ଏକପ୍ରକାର ସରିଛି ।ଏହାକୁ ଅନୁଧ୍ୟାନ କରିବାପାଇଁ ଆଉ ୪ଦିନ ସମୟ ଶିଶୁରେଳଗାଡି ଯୋଗାଇଥିବା ସଂସ୍ଥା ନେଇଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞିତକୁମାର କହିଛନ୍ତି ।