ବୁର୍ଲାରେ ଆରମ୍ଭ ହେଲା ‘ୱାନ ରୁପିଜ କ୍ଲିନିକ

ବୁର୍ଲା,୧୩/୨(ଏସଏସନିୟୁଜ) ବୁର୍ଲାରେ ଆରମ୍ଭ ହେଲା ‘ୱାନ ରୁପିଜ କ୍ଲିନିକ।ଏହି କ୍ଲିନିକକୁ ଚିକିତ୍ସା ପାଇ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ଗରିବ ରୋଗୀ ମାନଙ୍କ ସେବା ପାଇ ଏହିଭଳି ଏକ ନିଆରା ପ୍ରାୟାସ ଆରମ୍ଭ କରିଛନ୍ତି ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । ଶୁକ୍ରବାରଠାରୁ ଡା.ରାମଚନ୍ଦାନୀ ବୁର୍ଲା ର ଇନ୍ଦିରାଛକ ନିକଟସ୍ଥ ନିଜ ବାସଭବନ ନିକଟରେ ଏହି କ୍ଲିନିକ ଖୋଲିଛନ୍ତି ଓ କ୍ଲିନିକର ନାମ ରହିଛି ୱାନ ରୁପିଜ କ୍ଲିନିକ। ଡା.ଶଙ୍କର ଭିମସାର ମେଡିସିନ ବିଭାଗର ଡାକ୍ତର ଥିବା ବେଳେ ତାଙ୍କ ପତ୍ରୀ ଡା.ଶିଖା ରେଲବାଇ ବିଭାଗର ଦନ୍ତ ବିଭାଗର ଡାକ୍ତର ଅଛନ୍ତି।ଡା.ଶଙ୍କର ଙ୍କୁ ତାଙ୍କ ଧର୍ମପତ୍ନୀ ପୂର୍ଣ ସହଯୋଗ କରୁଥିବାବେଳେ ଗରିବ ଶ୍ରେଣୀର ରୋଗୀମାନ ଙ୍କ ପାଇ ଏହିଭଳି ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକି ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇ ଡାକ୍ତର ଶଙ୍କର ଏହି ପ୍ରଯାସ ଆରମ୍ଭ କରିଥିବାରୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି।

Comments (0)
Add Comment