ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍

ଭୁବନେଶ୍ୱର,୧/୭(ଏସଏସନିୟୁଜ) ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ପରେ ଏ କାଟେଗୋରୀର ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି ।ଏହି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ବସରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ବସିବାସହ ମାସ୍କ ବାଧ୍ୟତାମୂଳକ ଓ ସବୁଦିନ ବସକୁ ସାନିଟାଇଜ କରାଯିବ ।ଏଥିନିମନ୍ତେ ଏକ ଗାଇଡଲାଇନ ଖୁବଶୀଘ୍ର ଆରଟିଓ ଓ ବସ୍ ସଂଘଗୁଡିକୁ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

Comments (0)
Add Comment