Browsing category

ବାଣିଜ୍ୟ

ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର,୪।୧୨(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ୨୦୦ କଳାକାର ମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର ହୋଇଛି।ଚଳିତ ବର୍ଷ ଡ଼ିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ।ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ମଧ୍ୟ ସିଧାପ୍ରସାରଣ ହେବ।

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ […]

ଦାମୀ କାରରେ ଆସୁଥିଲା ମଦ

କଟକ,୩୦।୧୦(ଏସଏସନିଉଜ)ଦାମୀ ଗାଡ଼ିରେ ଦେଶୀମଦ ଚୋରା ଚାଲାଣ ହେଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୦ଲକ୍ଷ ଟଙ୍କାର ଦେଶୀମଦ ବୋଝେଇ ସ୍କର୍ପିଓକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି।ସେମାନେ ହେଲେ ବାରଙ୍ଗଥାନା ଅଧୀନସ୍ଥ ନୟାପାଟଣା ଗ୍ରାମର ପ୍ରିତମ ପଢିହାରି ଓ ନନ୍ଦନକାନନଥାନା ଅଧୀନସ୍ଥ ମରିଚିଆ ଗ୍ରାମର ମକରା ରାଉତ। ପ୍ରକାଶଯେ, ବିଶ୍ଵସ୍ତ ସୁତ୍ରରୁ ଖବରପାଇ ଗୁରୁବାର ବାରଙ୍ଗ ବ୍ଲକ ନିକଟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଦଳ ଜଗିରହିଥିଲେ।ଏହି ସମୟରେ ଦ୍ରୁତ ଗତିରେ […]

ନନ୍ଦନକାନନ-ମରିଗଲା ନା ମାରିଦେଲେ!

ଭୁବନେଶ୍ଵର,୩୦।୧୦(ଏସଏସନିଉଜ) ଗତ କିଛିଦିନ ବ୍ୟବଧାନପରେ ପୁଣି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖାଦେଲାଣି ଜନ୍ତୁମଡକ ।ଦିନକୁ ଦିନ ଗୋଟିଏପରେ ଗୋଟିଏ ବିରଳଜନ୍ତୁ ଆଖିବୁଜୁଛନ୍ତି ।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷଣବେକ୍ଷଣ ଅଭାବ ନା ରୋଗଚିହ୍ନିବାରେ ବିଫଳ ହେଉଛନ୍ତି କି ପଶୁଚିକିତ୍ସକ, ଯାହାକୁନେଇ ପଶୁପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯେ, ଗୁରୁବାର ସକାଳେ ନନ୍ଦନକାନନର ଡ଼ାକ୍ତରଖାନାରେ ଆୟୁସିୟୁ ଭିତରେ ରହି ଚିକିତ୍ସାଧୀନ ଥିବା ଗୋଟିଏ ଦେଢ଼ବର୍ଷର ମାଈବିଲୁଆ ଛୁଆର ମୃତ୍ୟୁ ଘଟିଛି।ବିଲୁଆଛୁଆଟି ବୁଧବାର ଅସୁସ୍ଥ ହୋଇପଡ଼ିବାରୁ […]

ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭିଡ

ପୁରୀ,୩୧।୧୦(ଏସଏସନିଉଜ)କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥିପବିତ୍ର ଅଁଳା ନବମୀରୂପେ ପାଳନ ହୋଇଥାଏ । ଏଥିପାଇ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତମାନଙ୍କ ଭିଡ ପରୀଲକ୍ଷିତ ହୋଇଛି।ସାକ୍ଷୀଗୋପାଳଙ୍କ ପାଖରେ ବିଦ୍ୟମାନ ରାଧାରାଣୀଙ୍କ ଓଡ଼ିଆଣୀବେଶ ଆଉ ତାସାଙ୍ଗକୁ ଏହି ଦୁର୍ଲଭବେଶ ଦର୍ଶନ ପାଇଁ ଲକ୍ଷାଧୂକ ଭକ୍ତଙ୍କ ଗହଳି ଲାଗିଛି।ରାଧା ପାଦଦର୍ଶନ ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଗଲକାଲି ରାତି ୧ଘଣ୍ଟ ଠାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶନୀତି ଆଦି କରାଯାଇ ରାଧା ରାଣୀଙ୍କୁ ସୁସଜ୍ଜିତ କରାଯାଇଛି।ଏହାସହ […]

ନଭେମ୍ବର ୧ରୁ ତହସିଲଅଫିସରେ ଜମି କିଣାବିକା

ଭୁବନେଶ୍ବର,୩୦।୧୦(ଏସଏସନିଉଜ)ଜମି କିଣାବିକାକୁ ନେଇ ଦେଖାଦେଇଥିବା ସମସ୍ୟା ଦୂର ହେବାକୁ ଯାଉଛି।ନଭେମ୍ବର ୧ ତାରିଖରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ ବୋଲି ରାଜସ୍ବ ମନ୍ତ୍ରୀସୁରେଶ ପୂଜାରୀସୂଚନା ଦେଇଛନ୍ତି।ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ।ପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ଅନଲାଇନରେ ସ୍ଲଟ୍ ବୁକ୍ କରି ଜମି ପଞ୍ଜିକରଣ ତହସିଲ ଅଫିସରେ କରିହେବ।ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଭେମ୍ବର […]

ଚିକିତ୍ସା ପାଇଁ ଆସି ଆଖିବୁଜିଲା କୁଟୁରା

ଭୁବନେଶ୍ଵର,୨୯।୧୦(ଏସଏସନିଉ ଜ)ଚିକିତ୍ସା ପାଇଁ ଆସି ଗୋଟିଏ ୪ମାସର ମାଇ କୁଟୁରାର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟେ ସରସ ପକ୍ଷୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ତେବେ ଏହି ଅସୁସ୍ଥ ସାରସପକ୍ଷୀ ସୁସ୍ଥ ହୋଇ ଖୁଆଡକୁ ଫେରିବ ନା କୁଟୁରା ପରି ଆଖିବୁଜିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକାଶଯେ, ନନ୍ଦନକାନନର କୁଟୁରା ଖୁଆଡ଼ରେ ରହୁଥିବା ୪ମାସର ଏକ ମାଈ କୁଟୁରା ଅସୁସ୍ଥ ହୋଇପଡ଼ିଥିଲା । ଖୁଆଡ ରେ ନିୟୋଜିତ ଥିବା […]

ଆସୁଛି ବାତ୍ୟା

ଭୁବନେଶ୍ଵର,୨୮।୧୦(ଏସଏସନିଉଜ) ବାତ୍ୟା ମୋନ୍ଥା ପାଇଁ ୨୯ତାରିଖ ବୁଧବାର ଦିନ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଉଭୟପାର୍କ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ୍ ରହିବ।ବାତ୍ୟାର ପ୍ରକୋପରେ ଜୀବଜନ୍ତୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପାର୍କକୁ ପର୍ଯ୍ୟଟକ ମାନଙ୍କପାଇଁ ଗୋଟିଏ ଦିନ ବନ୍ଦ୍ ରଖାଯାଇଛି ବୋଲି ଉପନିର୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

ରାମଲାଲାଙ୍କ ମନ୍ଦିରର ନିର୍ମାଣ ଶେଷ

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ)ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମୁଖ୍ୟମନ୍ଦିର ପରିସରରେ ୬ଟି ଓ ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମନ୍ଦିରରେ ଧ୍ବଜା ଓ କଳସସ୍ଥାପନ ମଧ୍ୟ ସମାପ୍ତ ହୋଇଛିାସପ୍ତର୍ଷିଙ୍କପାଇଁ ୭ଟିମଣ୍ଡପ ଓ ତୁଳସୀଦାସ ମନ୍ଦିର ନିର୍ମାଣ କରାଯାଇଛିା୧୦ ଏକର ଅଞ୍ଚଳରେ ପଞ୍ଚବଟୀଉଦ୍ୟାନ ନିର୍ମାଣ କରାଯାଇଛିା୩.୫ କିମି ଦୀର୍ଘ ପାଚେରୀ, ଗେଷ୍ଟହାଉସ. ଅଡିଟୋରିୟମ ନିର୍ମାଣାଧୀନ ବୋଲି ଏକ୍ସରେ ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ଜଳିଗଲା କବାଡିଆ ଗୋଦାମ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ଥାନା ଅଧୀନସ୍ତ ସୀତାରାମ ବଜାରରେ ଥିବା ଏକ କାବାଡ଼ିଆ ଗୋଦାମରେ ନିଆ ଲାଗି ଗୋଟିଏ ବଖରା ଘର ଜଳିଯାଇଛି।ନିଆ ଲାଗିବାର ପକୃତ କାରଣ ଜଣାପଡିନାହି।ତେବେ ରବିବାର ଅପରାହ୍ନ ୪ଟାରେ ଗୋଦାମଘର ଆଗରେ ଥୁଆ ହୋଇଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀରେ ଅଚାନକ ନିଆ ଲାଗିଯାଇଥିଲା।ଯାହାଫଳରେ ନିଆରେ ଗୋଦାମ ଘର ମଧ୍ୟ ଜଳିଯାଇଥିଲା।ସ୍ଥାନୀୟ ଲୋକମାନେ ନିଆକୁ ଲିଭାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ବାରଙ୍ଗରୁ ଏକ ଦମକଳ ଆସି ନିଆକୁ ଆୟତ କରିଥଲା।(ଶେଖ୍ […]