Browsing category

ବାଣିଜ୍ୟ

କ୍ଷୀରଗାଡ଼ିରେ ଗୋଚାଲାଣ, ୯ ଗୋରୁ ଉଦ୍ଧାର

କଟକ ୨୬।୧୦(ଏସଏସନିଉଜ)କ୍ଷୀରଗାଡ଼ିରେ ଚାଲାଣ ହେଉଛି ଗୋରୁ ।ଗୋଚାଲାଣର ନୁଆ ଫଣ୍ଡା ଆପଣେଇଛନ୍ତି ଗୋଚାଲାଣକାରି ।ଏହିଭଳି ଏକ ଘଟଣା ରବିବାର ସକାଳେ ଗୋଡିସାହି ଫାଣ୍ଡି ପାଖରେ ଦେଖିବାକୁ ମିଳିଛି।କ୍ଷୀରଗାଡ଼ି ଭିତରୁ ୭ଟି ଗୋରୁକୁ ଉଦ୍ଧାର କରିଛି ପୋଲିସ। ଗୋଚାଲଣରେ ବ୍ୟବହୃତ ଏହି କ୍ଷୀରଗାଡ଼ିକୁ ପୋଲିସ ଜବତ କରି ୭ଟି ଗୋରୁକୁ ଗୋଶାଳାକୁ ପଠାଇଛି। ପ୍ରକାଶଯେ, ବାଙ୍କୀ ବାରଙ୍ଗ ମୁଖ୍ୟରାସ୍ତାର ଗୋଡିସାହିଫାଣ୍ଡି ପାଖରେ ଗୋଟିଏ କ୍ଷୀରଗାଡ଼ି ଲେଖାଥିବା ଓଡ଼ି ୦୫୪୮୯୨ନମ୍ୱର ବୋଲେରୋଟି ଥୁଆ ହୋଇଥିବାର ସ୍ଥାନୀୟ ବ୍ୟବସାୟୀମାନେ ରବିବାର ସକାଳୁ […]

ଆଜିଠୁ ଭାରତ ଚୀନ୍ ବିମାନସେବା

ଭୁବନେଶ୍ଵର,୨୬।୧୦(ଏସଏସନିଉଜ)ଆଜିଠାରୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା।କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ।ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ ହେବାକୁ ଯାଉଛି।ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ଆରମ୍ଭ ହେବ।ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା।

ରାଜ୍ୟସରକାର ବଡ ନିଷ୍ପତ୍ତି

ଭୁବନେଶ୍ଵର,୨୪।୧୦(ଏସଏସନିଉଜ)ରାଜ୍ୟସରକାର ବଡ ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଆଧାରରେ ୧୯ ଜିଲ୍ଲାରେ ପରିବାର ପିଛା ମିଳିବ ଅଧିକ ୫ କେଜି ଚାଉଳ।୩ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ।ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ।ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର […]

୧୦ଦିନ ଦୁଲୁକିବ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୨।୧୦(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଜରିପାଟଣାଠାରେ କୁଆଖାଇ ନଦୀପଠାରେ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା। ବାଲିଯାତ୍ରାରେ ବିଭିନ୍ନ ଚଟାପଟ୍ ଖାଦ୍ୟ ସାଙ୍ଗକୁ, ଘରକରଣା ଜିନିଷ ଭୁବନେଶ୍ୱରବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ଅଲିଉଡ, ବଲିଉଡର ନାମୀଦାମୀ କଳାକାରମାନଙ୍କ ଦ୍ବାରା ଆୟୋଜିତ ହେବ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଏହାସହ ଛୋଟଛୋଟ ପିଲାମାନଙ୍କ ବିଭିନ୍ନ ପ୍ରକାର ଦୋଳି,ମୀନାବଜାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ବାଲିଯାତ୍ରା ସମିତି ସଭାପତି ସୁଶାନ୍ତ […]

ଭୁବନେଶ୍ବର ଉତ୍ତର ମହୋତ୍ସବ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]

ଷ୍ଟିଲରଡ ଚୋରୀ ଅଭିଯୋଗରେ ୨ଗିରଫ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ) ନନ୍ଦନକାନନ ଥାନା ଅଧୀନରେ ଥିବା ଆସିୟାନା ରିଗାଲ୍ସରେ ହେଉଥିବା ନୁଆ ଘର ନିମନ୍ତେ ବ୍ୟବହୃତ ଷ୍ଟିଲ ରଡ ଚୋରୀ ଅଭିଯୋଗରେ ପୋଲିସ ରବିବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିଣ୍ଟୁ ସେଠୀ ଓ ବାରଙ୍ଗ ଥାନା ମଧୁବନ ଗ୍ରାମର ବିର୍କଣ୍ଣ ଜେନା । ଉଭୟଙ୍କ ମଧ୍ୟରୁ ସେଠାରେ ଜଣେ ସିକୁରିଟି ଗାର୍ଡ ଅନ୍ୟ ଜଣେ ସିକୁରିଟି ସୁପର ଭାଇଜର ବୋଲି ସୂଚନା ମିଳିଛି । […]

ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

  କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]

ଆଜିର ରାଶିଫଳ

୧୬-୧୦-୨୦୨୫(ଗୁରୁବାର)ଅଦ୍ଯ କନ୍ୟା ଦି୩୦ନ, କାର୍ତ୍ତିକ କୃଷ୍ଣ ଦଶମୀ ଦ୧୩।୯ ଦିଘ ୧୧।୧,ଅଶ୍ଲେଷା ଦ୨୦।୭ ଦିଘ୧।୪୮,କର୍କଟ ଚନ୍ଦ୍ର ଦ୨୦।୭ ଦିଘ୧।୪୮।କନ୍ୟା ଦ୫/୧/୨୦ ଇଂଘ ୫/୪୫/୧୩ ଗତେ ଉଦୟ।ମୀନ ଦ୩/୪୫/୨୦ ଇଂଘ ୫/୧୯/୨୭ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ଦିବା ଘ୧୧।୧ ଗତେ ଅଗ୍ନିକୋଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା […]

ସାବଧାନ ! ରାସ୍ତାମଝିରେ ଗ୍ୟାସ ପାଇପ୍ ଖୁଣ୍ଟ

କଟକ,୧୪।୧୦ (ଏସଏସନିଉଜ) ସରକାରଙ୍କ ତତ୍ବାବଧାନରେ ଠିକାସଂସ୍ଥା ଦ୍ଵାରା ପ୍ରତ୍ୟେକ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ପାଇଁ ଗ୍ୟାସ ପାଇପ ବିଛା କାମ ଆରମ୍ଭ ହୋଇଛି। ତେଣୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇ ପାଇପଗୁଡ଼ିକ ମାଟି ତଳେ ବିଛା କାର୍ଯ୍ୟ ଚାଲିଛି । ତ୍ରିଶୂଳିଆରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ମଧ୍ଯ ଗ୍ୟାସ ଯୋଗାଣ ପାଇପ ବିଛା କାମ ଚାଲିଛି। ତେବେ ପାଇପ ବିଛା ପାଇଁ ବିଭିନ୍ନ ସ୍ଥାନରେ ଚ୍ୟାମ୍ବର କରାଯାଇ ଖୁଣ୍ଟି ପୋତା ଯାଇଛି।ଯାହାକି […]

ରୋଗ ଜାଣିପାରିଲେନି ଡାକ୍ତର !

ବାରଙ୍ଗ,୧୪|୧୦(ଏସଏସନିଉଜ)ଚିକିତ୍ସା ଅବହେଳାରୁ ଚାଲିଗଲା ଅଣ୍ଡିରା ହାଏନା ଛୁଆର ଜୀବନ।ମାକାଓ ପରେପରେ ହାଏନା ଛୁଆର ମୃତ୍ୟୁ ଡ଼ାକ୍ତରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।୧୫ ଦିନ ପୂର୍ବରୁ ହାଏନା ଛୁଆର ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ହେଲେ ବିଡମ୍ବନାର ବିଷୟ, ଅସ୍ତ୍ରୋପଚାର ହୋଇଥିବା ସ୍ଥାନଟି ଶୁଖିବା ବଦଳରେ ଦିନକୁ ଦିନ ପଚିବାକୁ ଲାଗିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ହାଏନା ଶେଷରେ ମଙ୍ଗଳବାର ସକାଳୁ ଖୁଆଡରେ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ ଚିଡିଆଖାନା କର୍ତ୍ତୃପକ୍ଷ। ସୂଚନା ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷ ଗତ କିଛି […]