୧୦ଦିନ ଦୁଲୁକିବ ଭୁବନେଶ୍ୱର ବାଲିଯାତ୍ରା

ନଭେମ୍ବର୫ରୁ୧୪,ପ୍ରସ୍ତୁତି ଜୋରଦାର

ବାରଙ୍ଗ,୨୨।୧୦(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଜରିପାଟଣାଠାରେ କୁଆଖାଇ ନଦୀପଠାରେ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା। ବାଲିଯାତ୍ରାରେ ବିଭିନ୍ନ ଚଟାପଟ୍ ଖାଦ୍ୟ ସାଙ୍ଗକୁ, ଘରକରଣା ଜିନିଷ ଭୁବନେଶ୍ୱରବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ଅଲିଉଡ, ବଲିଉଡର ନାମୀଦାମୀ କଳାକାରମାନଙ୍କ ଦ୍ବାରା ଆୟୋଜିତ ହେବ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଏହାସହ ଛୋଟଛୋଟ ପିଲାମାନଙ୍କ ବିଭିନ୍ନ ପ୍ରକାର ଦୋଳି,ମୀନାବଜାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ବାଲିଯାତ୍ରା ସମିତି ସଭାପତି ସୁଶାନ୍ତ କୁମାର ରାଉତ କହିଛନ୍ତି।

ବୁଧବାର ସନ୍ଧ୍ୟାରେ କୁଆଖାଇ ନଦୀପଠାରେ
ଭୁବନେଶ୍ୱର ବାଲିଯାତ୍ରାର ଏକ ଅସ୍ଥାୟୀ କାର୍ଯ୍ୟାଳୟକୁ ବିଧାୟକ ଉଦ୍ଘାଟନ କରିଛନ୍ତି।ଏହି ଉଦ୍ଘାଟନ ଉତ୍ସବରେବିଜେପି ନେତା ଗୋଲେଖ ମହାପାତ୍ର,
ବାଲିଯାତ୍ରା ମହୋତ୍ସବ ସମିତିର ସାଧାରଣ ସମ୍ପାଦକ ତଥା ବିଜେଡି ନେତା ସୁବାଷ ଚନ୍ଦ୍ର ପାତ୍ର,କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା,ଗାନ୍ଧିବାଦୀ ନେତା ପ୍ରତାପ ଚନ୍ଦ୍ର ରାଉତ,ଉପ – ସଭାପତି ସନ୍ତୋଷ କୁମାର ନାଥ ଓ ତପନ କୁମାର ବଳିଆର ସିଂ,ଅର୍ଣ୍ଣପୂର୍ଣାମିଶ୍ର, କର୍ପୋରେଟର ମିହିର କୁମାର ରାଉତ, ଜ୍ଞାନରଞ୍ଜନ ରାଉତ,ନିର୍ମଳ ରାଉତ,ରାଜେନ୍ଦ୍ର ସ୍ୱାଇଁ,ପ୍ରମୁଖ ଯୋଗଦେଇ ପାରମ୍ପରିକ ବୋଇତବନ୍ଦାଣ ସହିତ କୁଆଖାଇ ନଦୀପଠାରେ ଓଡ଼ିଶାର ଐତିହ୍ୟ,

କଳା,ସଂସ୍କୃତି,ପରମ୍ପରା ଓ ନୌବାଣିଜ୍ୟକୁ ମନେପକାଇବା ପାଇ ଭୁବନେଶ୍ୱର ବାଲିଯାତ୍ରା ଆରମ୍ଭ ହୋଇଛି ବୋଲି କହିଛନ୍ତି।ଏହାସହ ଏଥର ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନର ସହଯୋଗ କାମନା କରାଯାଇଛି।ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ଘରକରଣା ସାମଗ୍ରୀ ପାଇ ଏଥର ୧୫୦୦ରୁ ଉର୍ଦ୍ଧ ଷ୍ଟଲ ପଡ଼ିବାର ଆକଳନ କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ୩୦୦ ସ୍ବେଚ୍ଛାସେବୀ,ପୋଲିସ ପ୍ରଶାସନ,ପୋଲିସ ମିତ୍ର,ଅଗ୍ନିଶ୍ରମ୍ ବିଭାଗ,ପ୍ରାଥମିକ ଚିକିତ୍ସା ସାଙ୍ଗକୁ ପୁରା ପଡିଆକୁ ସିସି କ୍ୟାମେରା ନଜରରେ ରଖିବାକୁ ସ୍ଥିର ହୋଇଛି।ଦଳବର୍ଣ୍ଣ ନିର୍ବିଶେଷରେ ଏହି ଭାଇଚାରାର ଯାତ୍ରାକୁ ସଫଳ କରିବା ସହ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଓ ସହଯୋଗ ପାଇ ସରକାରଙ୍କୁ ଅବଗତ କରିବା ପାଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଏଥିରେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ମୂରବୀ,ଯୁବକ,ମହିଳା,ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment