ଚିକିତ୍ସା ପାଇଁ ଆସି ଆଖିବୁଜିଲା କୁଟୁରା

ଭୁବନେଶ୍ଵର,୨୯।୧୦(ଏସଏସନିଉ ଜ)ଚିକିତ୍ସା ପାଇଁ ଆସି ଗୋଟିଏ ୪ମାସର ମାଇ କୁଟୁରାର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟେ ସରସ ପକ୍ଷୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ତେବେ ଏହି ଅସୁସ୍ଥ ସାରସପକ୍ଷୀ ସୁସ୍ଥ ହୋଇ ଖୁଆଡକୁ ଫେରିବ ନା କୁଟୁରା ପରି ଆଖିବୁଜିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପ୍ରକାଶଯେ, ନନ୍ଦନକାନନର କୁଟୁରା ଖୁଆଡ଼ରେ ରହୁଥିବା ୪ମାସର ଏକ ମାଈ କୁଟୁରା ଅସୁସ୍ଥ ହୋଇପଡ଼ିଥିଲା । ଖୁଆଡ ରେ ନିୟୋଜିତ ଥିବା କର୍ମଚାରୀ ଏହା ଦେଖି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସୂଚନାପାଇଁ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଏହି କୁଟୁରାକୁ ଡାକ୍ତରଖାନାକୁ ଆଣି ଚିକିତ୍ସା ଜାରି ରଖିଥିଲେ।ଡାକ୍ତରଖାନାରେ କୁଟୁରାଟିର ପେଟତଳ ନାଭୀପାଖରେ କ୍ଷତ ହୋଇଥିବାର ଜଣାପଡିଥିଲା।ପରେ ଡାକ୍ତରଖାନାରେ ଡାକ୍ତରମାନେ ତାର ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଇଞ୍ଜେକସନ ଔଷଧ ସହ ସାଲାଇନ ଲଗାଇ ଘରକୁ ଆସିଥିଲେ। ବୁଧବାର ସକାଳେ ଡାକ୍ତରଖାନା ଖୋଲିବା ପରେ କୁଟୁରାଟି ମରିପଡ଼ିଥିବାର ଜଣାପଡିଥିଲା ।ମୃତୁର ପକୃତକାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ସୂଚନା ମିଳିଛି । ସେହିପରି ନୂଆ କ୍ୱାରେଣ୍ଟଟାଇନର ରଖାଯାଇଥିବା ଏକ ସାରସ ପକ୍ଷୀ ମଧ୍ୟ ଅସୁସ୍ଥ ହୋଇପଡ଼ିଛି। ଏହି ପକ୍ଷୀକୁ ଚିକିତ୍ସକ ଆସି ଚିକିତ୍ସା ଜାରି ରଖିଥିବା ଜଣାପଡିଛି । ତେବେ ଅସୁସ୍ଥ ସାରସପକ୍ଷୀ ସୁସ୍ଥ ହୋଇ ଖୁଆଡକୁ ଫେରିବ ନା କୁଟୁରା ପରି ଆଖିବୁଜିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment