Browsing category

ବାଣିଜ୍ୟ

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ନନ୍ଦନକାନନରେ ସିଜେଡଏ ଟିମ

ବାରଙ୍ଗ,୨ା୩(ଏସଏସନିଉଜ) ଶନିବାର ସକାଳୁ ନନ୍ଦନକାନନରେ ଆସି ପହଁଚିଛନ୍ତି କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ଦୁଇଜଣିଆ ପ୍ରତିନିଧିଦଳ ।ଏହିପ୍ରତିନିଧିଦଳ ଆସିବାର ପୁର୍ବ ସୁଚନା ଆସିଥିବାରୁ ନନ୍ଦନକାନନ କର୍ତୁପକ୍ଷ ପୁର୍ବପ୍ରସ୍ତୁତିମୁାବକ ସଜାଗ ହୋଇରହିଥିଲେ । ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ ଅନୁପାଳନ କରି ଚିଡିଆଖାନା କିପରି ଚାଲୁଛି ଆସିଥିବା ଦଳ ଏହାକୁ ଅନୁଧ୍ୟାନ କରି ଫେରିବାପରେ କେନ୍ଦ୍ରିୟ ଚିଡିଆଖାନାକର୍ତୁପକ୍ଷଙ୍କ ପାଖରେ […]

ଆସୁଛି ଜାଗର

କଳାହାଣ୍ଡି,୨୮।୨(ଏସଏସନିଉଜ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧଶକ୍ତିପୀଠ କେସିଙ୍ଗା ଗୁର୍ଜିମୁଣ୍ଡାଠାରେ ଅବସ୍ଥାପିତ କରିଛନ୍ତି ଜଗତଜନନୀ ମାଯୋଗମାୟା।ମାଙ୍କ ଟିକିଏକରୁଣା ଓ କୃପାପାଇବାପାଇଁ ପ୍ରତିଦିନ ଦୁରଦୂରାନ୍ତରୁ ଧାଇଁ ଆସିଥାନ୍ତିଭକ୍ତ।ଏହି ପୀଠରେ ୧୨ଯାତ୍ରାରେ ୧୩ପର୍ବ ଭଳି ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ବଡ଼ପର୍ବ ଅଟେ।ତେଣୁ ଏହି ପର୍ବରେ ରାଜ୍ୟର ବିଭିର୍ଣଜିଲାରୁ ପ୍ରବଳ ଭକ୍ତମାନଙ୍କ ସମାଗମ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ସ୍ଥାନୀୟପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ନେଇ ବିଭିର୍ଣପ୍ରକାର ବନ୍ଦୋବସ୍ତ କରାଯାଇଥାଏ।ଏଠାରେ ଦିନିକିଆମେଳା ଅର୍ଥାତ କିଣାବିକାର ପସରା ଖୋଲାଯାଇଥାଏ।ତେବେ ଚଳିତବର୍ଷ ଏହାକୁ […]

୪ମହାକାଶଚାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଗଗନଯାନ ମିଶନରେ ମହାକାଶ ଯିବାକୁଥିବା ୪ଜଣଙ୍କ ନାଁ ଘୋଷଣା ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ।ଭାରତୀୟ ବାୟୁସେନା ର ୪ପାଇଲଟ୍‌ ଯିବେ ମହାକାଶ।ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣନାୟାର,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା।୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ।

ଖୁସି ଖବର ଦେଲେ ଉତ୍ତରବିଧାୟକ

ଭୁବନେଶ୍ୱର,୨୫।୨(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ଖୁସି ଖବର। କଳାରାହାଙ୍ଗ ଲେବଲକ୍ରସିଂଠାରେ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି।ଏଥିନିମନ୍ତେ ଅଞ୍ଚଳ ବାସୀଙ୍କ ତରଫରୁ ବହୁଦିନରୁ ଦାବୀ ରହି ଆସୁ ଥିଲା।ପଦାସହି ଓ କଳାରାହଙ୍ଗ ଲେବଲ କ୍ରସିଂ ଠାରେ ଯାତାୟତ ନିମନ୍ତେ ସାଧାରଣ ଲୋକମାନେ ନାହିଁନଥିବା ହଇରାଣ ହରକତ ହେଉଥିଲେ।ଲେବଲ କ୍ରସିଂ ଅତିକ୍ରାନ୍ତ କରିବାକୁ ବହୁ ସମୟ ମଧ୍ୟ ଲାଗୁଥିଲା।ଏକ ବ୍ୟସ୍ତ ବହୁଳ ଅଞ୍ଚଳଭାବେ ଏହି ଲେବଲକ୍ରସିଂଠାରେ ନିୟମିତ ବ୍ୟବଧାନରେ ବିଭିନ୍ନ ଦୁର୍ଘଟଣା ମଧ୍ୟ ଘଟୁଥିଲା।ବିକଳ୍ପ ରାସ୍ତା […]

ବାବା ଧବଳେଶ୍ବରଙ୍କ ପୀଠ

ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ। ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି […]

ସ୍ୱାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବଢ଼ିଲା

ଭୁବନେଶ୍ୱର,୨୩।୨(ଏସଏସନିଉଜ)ସ୍ୱାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ହୋଇଛି।ଏହାଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ବୋଲି ଜଣାପଡିଛି।

ପୁରୁଣାଐତିହ୍ୟ ଭଙ୍ଗା ଯାଇପାରିବନି

କଟକ,୨୩।୨(ଏସଏସନିଉଜ)ବାରବାଟୀ ଷ୍ଟାଡିୟମ ନବୀକ ରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।ସେ କହିଲେ ଯେ,ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ।ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ ରହିଛି।ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି।ଅନ୍ୟତ୍ର ନିର୍ମାଣ କରାଯାଇ ପାରିବ ଓ କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ..

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।ଏହାକୁ ସଂପୂର୍ଣ୍ଣ ରୂପେ ଭଙ୍ଗାଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।ଯେଉଁ ଜମିସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମିତ ହେବ। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।ନୂଆ ଷ୍ଟାଡିୟମରେ […]