Browsing category

ବାଣିଜ୍ୟ

୨୯ରୁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୨୪।୬(ଏସଏସନିଉଜ)ବର୍ଷା ପାଇଁ ଆସନ୍ତା ୨୯ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ।ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍‌ କମ୍ପ୍ଲେକ୍ସ ଖୋଲା ରହିବ।ଏନେଇ ସୂଚନା ଜାରି କଲେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ।

ନନ୍ଦନକାନନ ବୋତଲ ଘୋଟାଲା

ଭୁବନେଶ୍ୱର, ୨୨|୬(ଏସଏସନିଉଜ) ନନ୍ଦନକାନନ ଏବେ ପ୍ରାଣୀ ଉଦ୍ୟାନ ନୁହେଁ, ପର୍ଯ୍ୟଟକଙ୍କ ଲୁଟ୍ କେନ୍ଦ୍ର ! ପରିବେଶ ନାଁରେ ଏଠି ଚାଲିଛି ସିଧା ଦାଦାବଟି। ଗୋଟେ ପାଣି ବୋତଲ, ଗୋଟେ କାଗଜ ଷ୍ଟିକର, ଆଉ ୫୦ ଟଙ୍କାର ଜୋର ଜବରଦସ୍ତ ବଟି। ନିୟମ ନାଁରେ ଏହା ଏକ ସୁଚିନ୍ତିତ ଠକେଇ ବୋଲି ପର୍ଯ୍ୟଟକଙ୍କ ମହଲରେ ତୀବ୍ର ସମାଲୋଚନା ହେଲାଣି । ଭିତରକୁ ପାଣି ବୋତଲ ନେଲେ ଗେଟ୍ ରେ ବୋତଲ କାଉଣ୍ଟର ଅଛି। ବୋତଲ ପିଛା ୫୦ ଟଙ୍କା […]

ଟ୍ରେନ୍ ଯାତ୍ରୀ ସାବଧାନ

ଭୁବନେଶ୍ବର,୨୨।୬(ଏସଏସନିଉଜ)ଟ୍ରେନ୍ ଯାତ୍ରୀ ସାବଧାନ।ଏଥର ନିୟମ ଭାଙ୍ଗିଲେ ପଡିବ ମହଙ୍ଗା।ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ। ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ।ଟ୍ରେନ୍‌ରେ ଭିକ୍ଷା ମାଗି ଧରାପଡିଲେ ଗଣିବେ ଜରିମାନାଧୁମ୍ରପାନ କଲେ କିମ୍ବା ଗାଳିଗୁଳଜ କଲେ ଗଣିବେ ତଣ୍ଡ।ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଫାଇନ୍।ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।

କାଲି ଏନ୍‌ଟିଏର ମକ୍‌ ଡ୍ରିଲ୍‌

ଭୁବନେଶ୍ୱର,୧୯।୬(ଏସଏସନିଉଜ)ଆସନ୍ତାକାଲି ସାରାଦେଶରେ ଏନ୍‌ଟିଏର ମକ୍‌ ଡ୍ରିଲ୍‌ ହେବାକୁ ଯାଉଛି।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମକ୍‌ ଡ୍ରିଲ୍‌।ଆସନ୍ତା ୨୧ ତାରିଖରେ ନିଟ୍‌ ୟୁଜି-୨୦୨୬ ପୁନଃପରୀକ୍ଷା।୫ ହଜାରରୁ ଅଧିକ ସେଣ୍ଟରରେ ପରୀକ୍ଷା ଦେବେ ୨୩ ଲକ୍ଷ ପରୀକ୍ଷାର୍ଥୀ।୨ ଲକ୍ଷ ପୋଲିସ୍‌ ଓ ୧୫ ହଜାର ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।ମୋଟ୍‌ ୧.୫ ଲକ୍ଷ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି।

ନକଲି ଗୁମାସ୍ତାଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର,୧୯।୬(ଏସଏସନିଉଜ)୫ଦିନରେ ୧୧ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରାଇବାକୁ ଭକ୍ତଙ୍କ ଠାରୁ ଟଙ୍କା ନେଉଥିଲେ। ଭକ୍ତଙ୍କୁ ଲୋଭ ଦେଖାଉଥିଲା ବେଳେ ଧରିଛି ପୁଲିସ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା। ଯଦି କିଏ ଟଙ୍କା ନେବ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଚେତାବନୀ ଦେଇଛି।

ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ। ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ […]

କେନାଲକୁ ଖସିଲା ହାଇଓ୍ବା

ବାରଙ୍ଗ,୧୨।୬(ଏସଏସନିଉ ଜ)ଗୁରୁବାର ବିଳମ୍ବିତ ରାତିରେ ଭାରସମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି।ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି।ତେବେ ଏହି ଅଘଟଣ ଘଟିଥିବାର କୁହାଯାଉଥିବା ବେଳେ ଅନ୍ୟ କାହାର କ୍ଷତି ହୋଇନଥିବାର ଜଣାପଡିଛି।ଦୁର୍ଘଟଣା ପରେ ଚାଲକ […]

ଦୁଇ ଦିନିଆ ରଜ: ନନ୍ଦନକାନନରେ ଭିଡ଼ ବଢ଼ିବା ଆଶଙ୍କା

ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ […]

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

ଦିନ ୧୧ରୁ ୩ଯାଏଁ କାମ ବନ୍ଦ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରମିକମାନଙ୍କୁ କାମରେ ନିୟୋଜିତ ନକରିବାକୁ ପୂର୍ତ୍ତବିଭାଗର ନିର୍ଦ୍ଦେଶ ଆସିଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ୍‌, ପାନୀୟଜଳ ଓ ଫାଷ୍ଟଏଡ୍‌ କରିବାକୁ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ କରାଯାଇଛି।ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟିପାଇଁ ପରାମର୍ଶ ଦିଆଯାଇଛି।