Browsing category

ବାଣିଜ୍ୟ

ଚାଲିଗଲା ଭାରତୀୟକନ୍ୟୁର ଜୀବନ

ବାରଙ୍ଗ,୧୭।୨(ଏସଏସନିଉଜ) ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଆଜି ପଦାକୁ ଆସିଛି । କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କେଉଁ ଜନ୍ତୁ ଅସୁସ୍ଥ ଅଛନ୍ତି ନା କିଏ ମୃତ୍ୟୁ କରିଛି । ଏ ପ୍ରଶ୍ନ ଉଠିବା ସ୍ୱଭାବିକ୍ କଥା, କାରଣ ସନିବାର ଦିନ ପକ୍ଷୀ ସରଣୀ ରେ ରହୁଥିବା ଭାରତୀୟ କନ୍ୟୁର ପକ୍ଷୀର ମୃତ୍ୟୁ ହୋଇଛି।ହେଲେ ଜନ୍ତୁ ବିଭାଗ ରେଞ୍ଜର ଅଧିକାରୀ ଜାଣିନାହାନ୍ତି। ଯାହାକୁ ନେଇ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ସୂଚନା ଯୋଗ୍ୟ ଯେ, ପ୍ରାଣୀଉଦ୍ୟନ ନନ୍ଦନ […]

ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା […]

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]

କଳାକାର ଯୋଜନାରେ ସାମିଲ ହେବେ ଆଉ ତିରିଶହାଜର

ଭୁବନେଶ୍ୱର,୬ା୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ଏକ ପ୍ରମୁଖ ଯୋଜନା ।5Tଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ […]

ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର ,୫ା୨(ଏସଏସନିଉଜ)ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟରଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବସଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀନେତା ସମର୍ପିତ ସମାଜ ସଂସ୍କାରକ ଥିଲେ ।ସମାଜର ଦଳିତ […]

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡ଼ି

ଗଞ୍ଜାମ,୪ା୨(ଏସଏସନିଉଜ)ଆଜି ପ୍ରଥମଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣଚାଉଳରେ ପ୍ରସ୍ତୁତହୋଇଛି ଖେଚୁଡ଼ି।ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣଦ୍ୱାରରେ ଦର୍ଶନସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଇଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ ।ଏହି ପ୍ରସାଦକୁୁ ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହୋଇଥିଲା ।ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ।  

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ […]

ସମଲେଇପ୍ରକଳ୍ପ ଲୋକାର୍ପଣ ପ।ଇଁ

କଟକ,୧୮ା୧(ଏସଏସନିଉଜ)ଚଳିତମାସ ୨୭ତାରିଖରେ ମା ସମଲେଇ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁଯାଉଛି। ଏଥିନିମନ୍ତେ ମା ସମଲେଶ୍ଵରୀ ମନ୍ଦିର ପକ୍ଷରୁ ବିଭିନ୍ନ ଜିଲ୍ଲାର ଧାର୍ମିକ ଅନୁଷ୍ଠାନ ମନ୍ଦିରମାନଙ୍କର ସେବାୟତ ତଥା ପୂଜକମାନଙ୍କୁ ନିମନ୍ତ୍ରଣ କରାଯାଉଛି। ଏହି ପରିପରେକ୍ଷୀରେ ଆଜି ମା ସମଲେଶ୍ଵରୀ ମନ୍ଦିରର ଟ୍ରଷ୍ଟ ସଦସ୍ୟ ସନ୍ତୋଷ ପୁରସେଠ, ସେବାୟତ ସଂକୀର୍ତନ ରାୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଫକୀର ମୋହନ ମାଝୀ କଟକରେ ପହଞ୍ଚି ସ୍ଥାନୀୟ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହରେ ପ୍ରଥମେ ଜିଲ୍ଲାପାଳ ନରହରି ସେଠୀଙ୍କୁ […]

୧୭ରେ ସରକାରୀ ଛୁଟି

ଭୁବନେଶ୍ବର, ୧୪ା୧(ଏସଏସନିଉଜ)ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ […]

ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ

ଜଗତସିଂହପୁର,୧୪ା୧(ଏସଏସନିଉଜ) ଜାହାଜରୁ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁପଡିଲୋ ଆଜି ସକାଳେ ଏଭଳି ଘଟଣା ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରେ ଘଟିଛି।ତାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାରକରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିା ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବାବେଳେ ତାଙ୍କ ନାମ ବୁଇ କଂ ହୁ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ […]