Browsing category

ମହାନଗର

୨୮ରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୧୦ା୧୦(ଏସଏସନିଉଜ) କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଅର୍ଥାତ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର‌୍ୟ୍ୟନ୍ତ ପାକତ୍ୟାଗ, ଅନ୍ନ […]

ଚାଲିଗଲା ଅସୁସ୍ତ ବଜ୍ରକାପ୍ତାର ଜୀବନ

ବାରଙ୍ଗ,୮ା୧୦ (ଏସଏସନିଉଜ) ଧଳାବାଘୁଣୀ ରୁପାର ଦ୍ୱିତୀୟ ଗର୍ଭସ୍ଥ ଦୁଇଟି ସନ୍ତାନ ମଧ୍ୟରୁ ଅଣ୍ଡିରା ଛୁଆଟି ଅସୁସ୍ଥ ହୋଇପଡିଥିବାବେଳେ ପୁଣି ରବିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତା ଶନିବାରଠାରୁ ଅସୁସ୍ଥ ହୋଇପଡିଥିଲା ।ଡାକ୍ତରଖାନା ପରିସରରେ ଥିବା ପ୍ରଜଜନ କେନ୍ଦ୍ରରେ ବଜ୍ରକାପ୍ତାଟି ରହିଥିବା ବେଳେ ଠିକ୍ ଭାବେ ଖିଆପିଆ କରିପାରନଥିଲା । ସେ ଦିନକୁଦିନ ଦୁର୍ବଳ ହେବାରେ ଲାଗିଥିଲା।ଏହାଜଣା ପଡିବା ପରେ କର୍ତ୍ତୁପକ୍ଷଙ୍କ ପରାମର୍ଶ କ୍ରମେ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଇଥିଲେ ମଧ୍ୟ ରବିବାର […]

ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ […]

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣ ଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ […]

ପାରାମେଡିକାଲ କଲେଜରେ ସ୍ୱାଗତଉତ୍ସବ  

ମେଣ୍ଢାଶାଳ ୮।୧୦(ଏସଏସନିଉଜ) ଛତାବରସ୍ଥିତ ବିଶ୍ୱାସ ପାରାମେଡିକାଲ କଲେଜରେ ପରିଚାଳିତ ଡି.ଏମ.ଏଲ.ଟି ଓ଼ ଡି.ଏମ.ଆର.ଟି ପାଠ୍ୟକ୍ରମରେ ପଢୁଥବା ସମସ୍ତ ନୂତନ ଛାତ୍ର ଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ କଲେଜର ପ୍ରିନ୍ସିପାଲ ଡ଼ଃ ଅଭୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ବିଶ୍ୱାସକଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ଼ […]

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୮ା୧୦(ଏସଏସନିଉଜ) ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ।ଏହି ଅଦଳବଦଳ ଅନୁଯାୟୀ ବିଷ୍ଣୁପଦସେଠୀ ହେଲେ ପ୍ରମୁଖ ଶାସନସଚିବ।ତାଙ୍କୁ ସାମାଜିକସୁରକ୍ଷା ଓ ଭିନ୍ନକ୍ଷମସଶକ୍ତିକରଣ ବିଭାଗରସଚିବ ଦାୟିତ୍ବ ଦିଆଯାଇଛି। ଭାସ୍କରଜ୍ୟୋତି ଶର୍ମା ଲ୍ୟାଣ୍ଡରେକର୍ଡ ଓ ସେଟଲମେଣ୍ଟ କମିଶନର ଓ ବି ପରମେଶ୍ବରନ ଚକବନ୍ଦୀ କମିଶନର ,ଜ୍ୟୋତି ପ୍ରକାଶଦାସଙ୍କୁ ପଞ୍ଚାୟତିରାଜ ନିର୍ଦେଶକ ଏବଂ ଅରିନ୍ଦମଡାକୁଆଙ୍କୁ ପାନୀୟଜଳ ଓ ପରିମଳବିଭାଗର ନିର୍ଦେଶକ ,ଇନ୍ଦ୍ରମଣିତ୍ରିପାଠୀ ଏସସି ଓ ଏସଟି ବିଭାଗରନିର୍ଦେଶକ ଓ ସୁବ୍ରତଶତପଥୀଙ୍କୁ ଆଇଜିଆର୍ ଭାବେ ଅତିରିକ୍ତ ଦାୟିତ୍ବ […]

୨୮ମୃତଦେହର ହେବ ସଂସ୍କାର…

ଭୁବନେଶ୍ୱର,୮ା୧୦(ଏସଏସନିଉଜ)ବାହାନଗା ଟ୍ରାଜେଡି ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର ।ଚିହ୍ନଟ ନ ହୋଇ ଏମ୍‌ସରେ ଥିବା ୨୮ ମୃତଦେହର କରାଯିବ ସଂସ୍କାର ।ସଂସ୍କାରପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBIର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନେଇ SOP ଜାରି କଲା BMC, ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି ଓ ମୃତଦେହ ହସ୍ତାନ୍ତରଠାରୁ ସଂସ୍କାର ଯାଏଁ ହେବ ଭିଡିଓଗ୍ରାଫି ବୋଲି କୁହାଯାଇଛି ।

ପ୍ରଥମକରି ମାହେଲା ଚିତାବିରାଡି

ବାରଙ୍ଗ,୭।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସି ଖବର । ନୂଆ କରି ଆଇଜଲ ଚିଡ଼ିଆଖାନା ରୁ ଆସିଥିବା ଏକ ଚିତାବିରାଡି ପ୍ରଥମକରି ଗୋଟିଏ ଶାବକ ଜନ୍ମଲାଭ କରିଛି।ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବାବେଳେ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ତେବେ ପ୍ରଥମ କରି ଶାବକ ଜନ୍ମ କରିବାକୁ ନେଇ କର୍ତ୍ତୁପକ୍ଷ ଖୁସି କରୁଥିବା ବେଳେ ଅନ୍ୟପଟେ ଧଳା ବାଘୁଣୀ ରୂପା ଶାବକ ଅସୁସ୍ଥ କୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ […]

ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ […]