Browsing category

ମହାନଗର

ଓଲଟିଲା ଗ୍ୟାସ୍ ସିଲିଣ୍ଡରବୋଝେଇ ଟ୍ରକ୍

କଟକ,୧୮ା୯(ଏସଏସନିଉଜ) ଶିଖରପୁର ଅଞ୍ଚଳରେ ଗ୍ୟାସସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି।ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯିବ।ତେବେ ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ଜଣାପଡିଥିଲା ।  

କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର ୫୦ରୁ ଅଧିକ ପରିବାର ଘେରିଥିଲୋ ସର୍ଭେରେ ବସ୍ତିର ୪୦୦ପରିବାର ଥିଲୋ ୧୫୦ରୁ ଊର୍ଦ୍ଧ୍ୱ ଘର ପାଇଥିବାବେଳେ ପ୍ରାୟ ୨୫୦ପରିବାର ଘରପାଇବାରୁ ବଞ୍ଚିତହୋଇଥିବା ଅଭିଯୋଗ କରି ବିଏମସି କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବରପାଇ ମେୟର ଆଲୋଚନା ପାଇଁ ଡାକିଥିବାର ଜଣାପଡିଛି ।

ନବକଳେବରହେବ ନରାଜ – ମାର୍ଥାପୁରଷ୍ଟେସନ

ବାରଙ୍ଗ ,୧୭।୯(ଏସଏସନିଉଜ) ବାରଙ୍ଗ ବ୍ଳକ ଅନ୍ତର୍ଗତ ନରାଜ – ମାର୍ଥାପୁର ରେଲୱେ ଷ୍ଟେସନର ହେବ ନବୀକରଣ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମିଳିଥିବା ସୂଚନା ଅନୁଯାୟୀ, ନରାଜ- ମାର୍ଥାପୁର ରେଲୱେ ଷ୍ଟେସନ ନବୀକରଣ ନେଇ ଉଦ୍ୟମ ଆରମ୍ଭ ହେଇଛି । ଷ୍ଟେସନର ରୂପରେଖ ବଦଳିବା ସହିତ ନୂତନ ରେଳ ପଥ କରିବାର ମଧ୍ୟ ଯୋଜନା ରହିଛି । ରବିବାର ଅପରାହ୍ନରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ […]

ଧରାପଡିଲେ ମୋବାଇଲଫୋନ ଲୁଟେରା

ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି । ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ […]

ବାବୁଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୯(ଏସଏସ ନିଉଜ)ରାଜଧାନୀରେ ଦାଦାବଟି ଆଦାୟ କରୁଥିବା KBN ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି ପୋଲିସ।ଗ୍ୟାଙ୍ଗମୁ୍ଖ୍ୟ ବାବୁ ଜେନାକୁ ଗିରଫ କଲା ଖଣ୍ଡଗିରି ପୋଲିସ୍।ବାବୁ ଜେନାର ଜଣେ ସହଯୋଗୀ ମଧ୍ୟ ପୋଲିସ୍ ଦ୍ବାରା ଗିରଫ ହୋଇଛି।ବାବୁନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଥିବାରୁ ତାବିରୁଦ୍ଧରେ ଲାଗିଲା ଧାରା- ୧୧୦।

ଚାଉଳଟ୍ରକ ନେଲା ଫାର୍ମାସିଷ୍ଟଙ୍କଜୀବନ

ମେଣ୍ଢାଶାଳ,୧୬।୯(ଲିଙ୍ଗରାଜରାଉତ)ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ଼ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ମୃତ୍ୟୁଘଟିଛି । ମୃତକ ହେଉଛନ୍ତି ତାଳଚେରର ଦିନେଶକୁମାରପଟ୍ଟନାୟକ(୨୪)ାକଂଟାବାଡରେ ଥିବା ସ୍ପର୍ସ ହସ୍ପିଟାଲରେ ସେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିଲେ । ପ୍ରକାସ ଯେ,ଶନିବାର ଅପରାହ୍ନ ସାଢ଼େ ୨ଟା ପାଖାପାଖି ଚନ୍ଦକା-ପିତାପଲି ରାସ୍ତାର କଣ୍ଟାବାଡ ଗ୍ରାମପାଖରେ ଦୁର୍ଘଟଣାଟି ଘଟିଥିଲା। କଣ୍ଟାବାଡରେଥିବା ସ୍ପର୍ସ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିବା ଦିନେଶ ଓଡି୦୨-ସିଇ-୨୦୫୦ ନମ୍ବର ବାଇକଯୋଗେ ହସ୍ପିଟାଲରୁ କଣ୍ଟାବାଡ଼ ବଜାରକୁ ଆସୁଥିଲେ।ଏହିସମୟରେ ଖୋର୍ଦ୍ଧାରୁ ପିଡ଼ିଏସ ଚାଉଳ […]

ଚାନ୍ଦାନାଁରେ ଦାଦାବଟିକୁ ନା

ଭୁବନେଶ୍ୱର,୧୬।୯(ଏସଏସନିଉଜ)ପାର୍ବଣ ସମୟରେ ଚାନ୍ଦା ନାଁରେ ଦାଦା ବଟିକୁ ନା।ବଟି ଆଦାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।ଏନେଇ ଦୃଢ଼ ପଦକ୍ଷେପ ନେବ କମିସନରେଟ ପୋଲିସ।କେହି ବଟିମାଗିଲେ 7077798111 ନଂରେ ମ୍ୟାସେଜ କରିପାରିବେ ବୋଲିଭୁବନେଶ୍ଵରଡିସିପି ପ୍ରତୀକସିଂଙ୍କ ସୂଚନା ଦେଇଛନ୍ତି।

ଆଜି ଲୋକାର୍ପିତ ହେବ ନେତାଜୀ ଟର୍ମିନାଲ

ଭୁବନେଶ୍ୱର,୧୬ା୯(ଏସଏସନିଉଜ) ଆଜି ଲୋକାର୍ପିତ ହେବାକୁ ଯାଉଛି କଟକ ନେତାଜୀ ଟର୍ମିନାଲାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଏହା ଲୋକାର୍ପଣ କରାଯିବ ।ଅପରାହ୍ନରେ କଟକରେ ଲୋକାର୍ପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।୧୬ଏକରରୁ ଅଧିକଅଞ୍ଚଳରେ ନିର୍ମିତ ହୋଇଛି ବସ୍ ଟର୍ମିନାଲ ।ଏଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ ବସ୍ ଟର୍ମିନାଲପାଇଁ ଖର୍ଚ୍ଚ ହୋଇଛି ୯୦କୋଟି ।

ବିଦ୍ୟାଳୟପରିଚାଳନା ସଭାପତି ଚଳାଇଲେବିଦ୍ୟାଳୟ

ବାରଙ୍ଗ ୧୪/୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ୩ଦଫା ଦାବୀ ନେଇ ଆନ୍ଦୋଳନ କରିବା ଫଳରେ ଅନେକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ହୋଇପାରୁନାହିଁ।ଏହି ପରିପେକ୍ଷୀରେ ଉପକଣ୍ଠ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ସାମୂହିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବା ଫଳରେ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା।ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟି ତରଫରୁ କମିଟି ସଭାପତି ଜଗନ୍ନାଥ ଭଞ ଓ କମିଟି ସଦସ୍ୟ ମାନଙ୍କ […]

ବିଦ୍ୟାଳୟ ଚାରିପଟେ ବର୍ଷାପାଣି

ବାରଙ୍ଗ,୧୪ା୯(ଏସଏସନିଉଜ)ବାରଙ୍ଗବ୍ଳକ ଅଧିନସ୍ଥ କୁହ୍ନେଇଁପଡା ଗ୍ରାମପଂଚାୟତ ପାଟପୁରଗ୍ରାମ ହରିଜନସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ବର୍ଷାପାଣି ଜମି ରହିଛି।ଯାହାଫଳରେ ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢିବାକୁ ଯାଉଛନ୍ତି।ବର୍ଷାଦିନ ଆସିଲେ ବିଦ୍ୟାଳୟର ସ୍ଥିତି ଏହିପରି ଉପୁଜୁଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷପ ନିଆଯାଇଥିବାଭଳି ମାନେହେଉନି।ଯାହାଫଳରେ ପିଲାମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି। ପ୍ରକାଶ ଯେ,ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି।ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପାଟପୁରଗ୍ରାମ ହରିଜନ […]