Browsing category

ମହାନଗର

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ସ୍ୱାସ୍ଥ୍ୟବିଭାଗର ଚଢ଼ାଉ

କଟକ,୧୩।୯(ଏସଏସନିଉଜ) ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।କଟକ ବାଦାମବାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ କରାଯାଇଛି। ୩ଟି ଜାଗାରେ ସ୍ୱାସ୍ଥ୍ୟବିଭାଗର ୨ଟିଟିମ୍‌ର ଚଢ଼ାଉ ହୋଇଛି।ଚଢ଼ାଉବେଳେ ଆପତ୍ତିଜନକ ଯନ୍ତ୍ରପାତି ମିଳିଥିବା ସୂଚନା ମିଳିଛି।

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଡାକ୍ତରଙ୍କୁ ଅପହରଣକରି ମାଗିଥିଲେ ୨୫ଲକ୍ଷ

ଭୁବନେଶ୍ୱର,୧୨ା୯(ଏସଏସନିଉଜ)ଦେହଖରାପଆଳରେ ଜଣେ ଡାକ୍ତରଙ୍କୁ ଘରକୁଡାକି ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ତମାଣ୍ଡୋ ଥାନାପୋଲିସ ୪ଜଣଙ୍କୁ ଗିରଫକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛିା ସେମାନେହେଲେଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନ ।ପୋଲିସ ସେମାନଙ୍କଠାରୁ ୯ଲକ୍ଷଟଙ୍କାର ଚେକ,୨ମୋବାଇଲଫୋନ,ଛୁରୀ ଓ ନଗଦ୩୦ହଜାରେଟଙ୍କା ଜବତକରିଛି । ଦେହ ଖରାପ ଥିବାର ବାହାନା କରି ଏହି୪ଜଣ ଗତ ୮ତାରିଖରେ ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଜଣେ ଡାକ୍ତରକୁ ଡାକିଥିଲେ […]

ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା

ଭୁବନେଶ୍ୱର,୧୨।୯(ଏସଏସନିଉଜ)ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁବଂଶ ବିସ୍ତାରପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନଛାଡ଼ିବା ଯାଏଁ ରୋଗ କମିବନାହିଁ ବୋଲି ଜନସ୍ଵାସ୍ଥ୍ୟନିର୍ଦ୍ଦେଶକ ଡାକ୍ତର ନିରଞ୍ଜନମିଶ୍ର କହିଛନ୍ତି।ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ଜଣ, ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ […]

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ […]

ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରିକରିଛି କମିଶନରେଟ୍ ପୋଲିସ୍ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ କୋଲକାତାରେ ଖୋଜି ନପାଇବା ପରେ କମିଶନରେଟ୍ ପୋଲିସ୍ ଏହିଭଳି ପଦକ୍ଷେପ ନେଇଥିବାର ଜଣାପଡିଛି ।

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।