Browsing category

ମହାନଗର

ଭଗବତୀନଗର ପ୍ରିମିୟର ଲିଗ୍ ଉଦଘାଟିତ

ବାରଙ୍ଗ,୨୫।୪(ଏସଏସନିଉଜ) ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢାପଞ୍ଚାୟତର ଭଗବତୀନଗର ଗ୍ରାମମୁଣ୍ଡ ଅସ୍ଥାୟୀ ଖେଳପଡିଆରେ ମଙ୍ଗଳବାର ସିଦ୍ଧ୍ୟସାଧୁ ହୁଙ୍କାଗୋସାଇଁ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ପ୍ରଥମବାର୍ଷିକ ଭଗବତୀନଗର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରଥମ ଦିନରେ ୨ଟି ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା।ପ୍ରଥମ ମ୍ୟାଚ୍ ରୟାଲ ବ୍ଲାକ୍ କ୍ରିକେଟ୍ କ୍ଲବ ସହିତ ହିର୍ରୋସ୍ କ୍ରିକେଟ୍ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା।ଏଥିରେ ରୟାଲ ବ୍ଲାକ୍ କ୍ଲବ ୨ଓ୍ବିକେଟ ବିନିମୟରେ ୩୯ରନ୍ ସଂଗ୍ରହ କରି ହିର୍ରୋସ କ୍ଲବକୁ ହରାଇ କ୍ବାଟରଫାଇନାଲକୁ ପ୍ରବେଶ କରିଛି।ସେହିପରି ଦ୍ବିତୀୟ […]

ଫେରାର କଏଦୀ ପାଇଁ ପୋଲିସଙ୍କୁ ଚିଠି

ମେଣ୍ଢାଶାଳ,୨୫।୪(ଏସଏସନିଉଜ) ଜାମୁଝରି ସ୍ଥିତ ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମରୁ ୨୦୨୧ମସିହାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ କଏଦୀ ମାନଙ୍କୁ ଲମ୍ବା ଛୁଟି ପ୍ରଦାନ କରାଯାଇଥିଲା।ଛୁଟି ଅବଧି ପୁରିବା ପରେ କେତେକ କଏଦୀ ଫେରିଆସି ଥିବାବେଳେ ପାଞ୍ଚ ଜଣ କଏଦୀ ଜେଲରୁ ଚିଠି ପାଇଁ ମଧ୍ୟ ଅଦ୍ୟାବଧି ଫେରୁନାହାନ୍ତି। ଏମାନେ ହେଲେ ବୌଦ୍ଧ ଜେଲରୁ ଆସିଥିବା ବେଦବ୍ୟାସ ପ୍ରଧାନ, ଭାବାନି ପାଟଣାରୁ ଆସିଥିବା ଅନାମ ମାଝୀ,କେନ୍ଧୁଝରରୁ ଆସିଥିବା ହରିହର ପାତ୍ର ଓ ଚନ୍ଦ୍ରୁହେମ୍ରମ ,କୋଟପାଡ଼ ଜେଲରେ ଆସିଥିବା ଆସୁ […]

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ସମାବର୍ତ୍ତନ ଉତ୍ସବ

ଚନ୍ଦ୍ରଶେଖରପୁର,୨୬।୪(ଏସଏସନିଉଜ)ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରର ଉନତ୍ରିଂଶତମ ସମାବର୍ତ୍ତନ ଉତ୍ସବ ମହାସମାରୋହର ସହ ମଙ୍ଗଳବାର ରାତିରେ ପାଳିତ ହୋଇଯାଇଛ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଆନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାରରାଉତ,ଯୋଗାଚାର୍ଯ୍ୟ ଡଃ.ବିଶ୍ବରଞ୍ଜନରଥ,କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା ,ଭାରତୀୟ ଶିକ୍ଷା ପରିଷଦର ସଂପାଦକ ରବି ନାରାୟଣ ଜେନା ପ୍ରମୁଖଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ହେଉଥିବା ବିଭିର୍ଣ କାର‌୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଆଜିର ଶିକ୍ଷା ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ପିଲାମାନଙ୍କୁ ସଂସ୍କାରିତ […]

ବନ୍ଧାହେଲେ ମଦ୍ୟପ ସ୍ୱାମୀ

ମେଣ୍ଢାଶାଳ,୨୬ା୪(ଏସଏସନିଉଜ)ନିଜ ପତ୍ନୀଙ୍କୁ ଅକଥନୀୟ ଅତ୍ୟାଚାର କରିବାସହ ଶାଶୁଶଶୁରଙ୍କୁ ପନିକିଧରି ମାରିବାକୁ ଉଦ୍ୟମ କରୁଥିବା ନିସାଶକ୍ତ ସ୍ୱାମୀକୁ ପୋଲିସ ବୁଧବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ମଧୁପୁର ଗାଁର ଅମିତ ଦେଉରୀ(୨୮) । ପ୍ରକାସ ଯେ,ଅମିତ ବିବାହ ପରଠାରୁ ପ୍ରାୟ ସମୟ ନିସାଶକ୍ତ ରହିବା ସହ ସ୍ତ୍ରୀକୁ ମାରଧର କରିଥାନ୍ତି ।ଏମାନଙ୍କର ଥିବା ଦୁଇଟିଛୁଆ ଓ ବାପାମାଆକୁ ମଧ୍ୟ ମାରଧର କରିଥାଏ ।ଗତ ସୋମବାରଦିନ ମେଡିକାଲରୁ ଅପରେସନ ହୋଇ ଫେରିଥିବା ସ୍ତ୍ରୀକୁ ଅମିତ […]

ଓଡ଼ିଶାକୁ ଫେରିଲା ମାସ୍କ କଟକଣା

ଭୁବନେଶ୍ୱର,୨୫।୪(ଏସଏସନିଉଜ)ଓଡ଼ିଶାରେ ପୁଣି ଫେରିଲା ମାସ୍କ କଟକଣା।ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ହୋଇଛି ବାଧ୍ୟତାମୂଳକ।ଦିନକୁଦିନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।ରାଜ୍ୟର ସମସ୍ତ କ୍ଲିନିକ ଓ ଲାବୋରେଟୋରୀମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ମାସ୍କ ପିନ୍ଧି ଡ୍ୟୁଟି କରିବେ । ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ ଥିବେ […]

ସହିଦଙ୍କୁ ସମ୍ମାନ ଜଣାଇ ୭କିମି ଶୋଭାଯାତ୍ରା

ସାକ୍ଷୀଗୋପାଳ,୨୩ା୪(ଏସଏସନିଉଜ)ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ।ଏହି ନାରାବାଜିରେ ହଜାରହଜାର ଜନତା ସହିଦ ସୈନିକ ଦେବାଶିଷବିଶ୍ବାଳଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପାଛୋଟି ନେଇଥିଲେ । ଏହାପରେ ‘ଗାର୍ଡ ଅଫ୍ ଅନର୍‌’ ସହିତ ରତ୍ନଚିରା ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ବାଳ (ସାହିତ୍ୟ)। ଶନିବାରଦିନ ବିମାନଯୋଗେ ତାଙ୍କ ପାର୍ଥିବଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ।ସେଠାରୁ ସହିଦଙ୍କ ଗାଁ’ ସତ୍ୟବାଦୀ ଅଳଗୁମସ୍ଥିତ ଖଣ୍ଡାୟତସାହିକୁ ମରଶରୀର ନିଆଯାଇଥିଲା। […]

ଆଜି ରଥ ନିର୍ମାଣ ଅନୁକୂଳ

ପୁରୀ,୨୩ା୪(ଏସଏସନିଉଜ)ପରମ୍ପରାଅନୁଯାୟୀ ପବିତ୍ର ଅକ୍ଷୟତୃତୀୟା‌ରେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନକାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି। ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିରକାର୍ଯ୍ୟାଳୟ ରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଛି। ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ […]

ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି: ଆଜି ଉଠିବ ଥାଳ

ସମ୍ବଲପୁର, , ୨୩ା୪(ଏସଏସନିଉଜ) ସମ୍ବଲପୁର ପ୍ରସିଦ୍ଧଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା ’କାର୍ଯ୍ୟକ୍ରମ ରବିବାର ଅକ୍ଷୟତୃତୀୟା ଦିନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଚଳିତ ପରମ୍ପରା ଅନୁସାରେ ଥାଳଉଠା’କାର୍ଯ୍ୟକ୍ରମ ସନ୍ଧ୍ୟାରୁ ଆରମ୍ଭ ହୋଇ ରାତି ପ୍ରାୟ ସାଢ଼େ ୯ଟା ଥାଳଉଠାକାର୍ଯ୍ୟକ୍ରମ ସନ୍ଧ୍ୟାରୁ ଆରମ୍ଭ ହୋଇ ସରିବା ବେଳକୁ ରାତି ପ୍ରାୟ ସାଢ଼େ ୯ଟା ହୋଇଯାଇଥାଏ।ଏଥିପାଇଁ ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିର , ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ମନ୍ଦିର , ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ମନ୍ଦିର , ବାଲିବନ୍ଧାର […]

ଆଜି ୧୮ ଜିଲ୍ଲାରେ ଝଡ଼ବର୍ଷା

ଭୁବନେଶ୍ବର,୨୩ା୪(ଏସଏସନିଉଜ) ରାଜ୍ୟରେ ଅଧିକାଂଶସ୍ଥାନରେ କାଳବୈଶାଖୀ ପ୍ରଭାବ ଫଳରେ ତାତିରୁ ଆଶ୍ବସ୍ତି ମିଳିଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ନେଇ ଅରେଞ୍ଜ […]

ଆଜିଠୁ ଚନ୍ଦନ ଯାତ୍ରା

ଭୁବନେଶ୍ୱର,୨୩ା୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା। ଅସହ୍ୟ ଗରମ, ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ମାପାର୍ବତୀ, ମାଦୁର୍ଗା ଓ ବାସୁଦେବଙ୍କ ସହ ଶ୍ରୀଲିଙ୍ଗରାଜ ବିନ୍ଦୁସାଗରରେ ଚାପ ଖେଳିବେ। ଏହି ମାନବୀୟ ଲୀଳାଖେଳା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିପର୍ବ ଶେଷ ହୋଇଥିବାବେଳେ ସମସ୍ତ ନୀତିକାନ୍ତି ସମାପନପରେ ସଂଧ୍ୟା୫ଟାରେ ଦେବଦେବୀମାନେ ମନ୍ଦିରରୁ ବାହାରି ବିନ୍ଦୁସାଗର ବ୍ରହ୍ମାଘାଟ କୂଳକୁ ଯିବେ। ସେଠାରେ ଚାପଡଙ୍ଗାରେ ପୂଜାପଣ୍ଡା ସେବାୟତ ଛେରା ପହଁରା କରିବା ପରେ ପାଳିଆବଡ଼ୁ […]