Browsing category

ମହାନଗର

ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର,୨୯।୫(ଏସଏସ ନିଉଜ) ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଗଛରେ ଚଢ଼ି ଯିବାପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବହୁକଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି। ତେବେ ଏକ ନିର୍ଦ୍ଦିଷ୍ଟ ଏକ ଚ୍ୟାନେଲ୍‌ର ନାଁ ନେବା ସହ ତାଙ୍କୁ ଏହି ଚ୍ୟାନେଲ ବରବାଦ୍ କରିଦେଇଥିବା ଓ ଗାଁରେ ମୁହଁ ଦେଖାଇବାର […]

ଟଙ୍କା ନେଇ ଜେସିବି ନଦେବା ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ,୨୯ା୫(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୫ଲକ୍ଷଟଙ୍କା ନେଇ ଜେସିବି ଦେବାପାଇଁ ଧରାନଦେଇ ଓଲଟା ଗାଳିଗୁଳଜ କରିବା ଅଭିଯୋଗରେ ନନ୍ଦନକାନାନଥାନା ପୋଲିସ ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ବ୍ୟକ୍ତିହେଲେ ଟାଙ୍ଗିଥାନା ଅଧିନସ୍ଥ ପଳାସାଗ୍ରାମର ଦିପକକୁମାରମହାନ୍ତି । ପ୍ରକାସଯେ, ନିହାରକାନ୍ତ ପଢିହାରୀ ନାମକ ଯୁବକ ଠିକାଦାରି କରିବା ସହ ମାଲପରିବହନ କରିବା ନିମନ୍ତେ ତାଙ୍କର ହାଇୱା ରହିଛି । ତାଙ୍କର ବ୍ୟବସାୟ ବଢିବା ଯୋଗୁ ଆବଶ୍ୟକତାକୁ ଦେଖି ଏକ ଜେସିବି କିଣିବାପାଇଁ ବିଭିର୍ଣ ଆଡେ ଯୋଗାଯୋଗ କରିଥିଲେ […]

କାଠଯୋଡିରୁ ଉଦ୍ଧାର ହେଲା କୁଟୁରା

ବାରଙ୍ଗ, ୨୯ା୫(ଏସଏସନିଉଜ) ସୋମବାର ଦିନ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଡେଇଁ ପଡିଥିବା ଏକ ଆହାତ କୁଟୁରାକୁ ବାରଙ୍ଗ ଅଗ୍ନିଶମ ବାହିନି ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । ସୋମବାର ଦିନ ୧୦ଘଟିକ ସମୟରେ ନିକଟସ୍ଥ ଜଙ୍ଗଲରୁ କୌଣସିମତେ ପଳାଇ ଆସିଥିବା ଏକ କୁଟୁରାକୁ କେତେକ ବୁଲାକୁକୁର ଗୋଡାଇ ଗୋଡାଇ ଆସୁଥିଲେ। କୁଟୁରାଟି ନିଜ ଜୀବନ ବଂଚାଇବାକୁ ଯାଇ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଖସି ପଡି ଥିଲା। ଏହି ଘଟଣା […]

କ୍ୟାବିନେଟରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ 

  ଭୁବନେଶ୍ୱର,୨୯।୫(ଏସଏସନିଉଜ)ରାଜ୍ୟ କ୍ୟାବିନେଟରେ ୧୮ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି।ଏହି ବିଶ୍ୱ ବିଦ୍ୟାଳୟ ପାଇଁ ୩୩୦.୧୭ କୋଟି ଟଙ୍କା ମଞ୍ଜୁର,ବଲାଙ୍ଗିର ଜିଲ୍ଲାରେ ୬ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଂଜୁରୀ, ୨୨୨ ଗାଁର ୧.୬୧ ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ l

କୁଆଖାଇରେ ବୁଡିଲେ ଦୁଇ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର,୨୭ା୫(ଏସଏସନିଉଜ)ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ସୀମାନ୍ତରେ ଥିବା ବାଲିଅନ୍ତା ଅଞ୍ଚଳର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ବୁଡ଼ିଯାଇଛନ୍ତି। ସେମାନେ ହେଉଛନ୍ତି ତମାଣ୍ଡୋର ସ୍ମୁତିସୈାରଭପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ୍ ଦାସ ବୋଲି ଜଣାପଡିଛି। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ଏହିଦଳ ସ୍ମୃତିକୁ କୁଆଖାଇରୁ ଉଦ୍ଧାର କରିବା ସହ ଖୋଜାଖୋଜି ଚଳାଇଛନ୍ତି ।

ନରାଜ ଓ ମୁଣ୍ଡଳୀ ବ୍ୟାରେଜ ବୁଲି ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ

ବାରଙ୍ଗ,୨୬।୫(ଏସଏସନିଉଜ)ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍.ଖାନଓ୍ବାଲିକ ର, ବିଚାରପତି ଡକ୍ଟର ରାଜିବ ରଞ୍ଜନ, ବିଚାରପତି ଇନ୍ଦ୍ରମିତ୍ କୌରଙ୍କୁ ନେଇ ଗଠିତ ୩ଜଣିଆ ଟିମ୍ ଶୁକ୍ରବାର ଦିନ ନରାଜ ଓ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଛନ୍ତି।ଏହି ଟିମ ନାରାଜ ବ୍ୟାରେଜ ସହ ମୁଣ୍ଡଳୀ ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନ କରି ଫେରିଛନ୍ତି । ଛତିଶଗଡ଼ର ବେଆଇନ ନିର୍ମାଣ ଫଳରେ ଓଡ଼ିଶା କେତେ ପ୍ରଭାବିତ ହୋଇଛି […]

ଦୁଇ କଏଦୀ ଖଲାସ

ମେଣ୍ଢାଶାଳ,୨୬।୫(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କାରାଶ୍ରମରୁ ଶୁକ୍ରବାର ଦିନ ଦୁଇଜଣ କଏଦୀ ଖଲାସ ହୋଇଛନ୍ତି।ବ୍ରହ୍ମପୁର ସର୍କଲ ଜେଲରୁ ଏଠାକୁ ଆସିଥିବା ଦେବହରି ମହାନ୍ତି ଏଠାରେ ୭ବର୍ଷ୧୬ଦିନ ମୁକ୍ତାକାଶରେ ରହିବାପରେ ଖଲାସ ହୋଇ ଛନ୍ତି।ସେହିପରି ଭଦ୍ରକ ଅଂଚଳର ସୁଶାନ୍ତଦାସ ବଡ଼ବିଲ ସବ ଜେଲରୁ ୨୦ ଏପ୍ରିଲ ୨୦୨୨ରେ ଏଠାକୁ ଆସି ୧ବର୍ଷ ୧ମାସ୧୫ଦିନ ରହିବା ପରେ ଖଲାସ ହୋଇଛନ୍ତି।ଆଜି ସେମାନେ ଖଲାସ ହେବା ସମୟରେ ଜେଲ ଅଧିକ୍ଷକ ସରୋଜ କୁମାର ବିଶ୍ବାଳ ଅପରାଧଠାରୁ ଦୂରରେ ରହି ଶାନ୍ତିରେ […]

ଜୁନ୍‌ରେ ମେଟ୍ରୋଟ୍ରେନ୍ ର ଶିଳାନ୍ୟାସ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୁନ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଜୁନ୍‌ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।ପ୍ରେସ୍‌ମିଟ୍‌ରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ ସୂଚନା ଦେଇଛନ୍ତି। ଭୁବନେଶ୍ୱର-କଟକ ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇ ଥିବା ବେଳେ ସର୍ଭେ ସରିଛି ବୋଲି କହିଛନ୍ତି ସଚିବ।କେଉଁ ରୁଟରେ ମେଟ୍ରୋ ଯିବ ତାହା ମଧ୍ୟ ଚିହ୍ନଟ ହୋଇଛି ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକକୁ ଚାଲିବ।ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ପାଇଁ ଯୋଜନା କରାଯିବ ବୋଲି […]

ଦେଶରେ ଜାରିହେବ ୭୫ଟଙ୍କା କଏନ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ସ୍ବାଧୀନତାର ୭୫ବର୍ଷ ଅବସରରେ ଜାରି ହେବ ୭୫ଟଙ୍କା କଏନ।ଆସନ୍ତା ମେ ୨୮ରେ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଉନ୍ମୋଚିତ ହେବାକୁ ଯାଉଛି।୭୫ଟଙ୍କା କଏନ୍‌ର ଗୋଟିଏ ପଟେ ସଂସଦଭବନ ସହ ସଂସଦ ସଙ୍କୁଳ ଲେଖାଥିବ ଓ ଅନ୍ୟପଟରେ ଅଶୋକସ୍ତମ୍ଭ ସହ ସତ୍ୟମେବ ଜୟତେ ଥିବ ।

୩୦ କିମ୍ବା ୩୧ରେ ଯୁକ୍ତଦୁଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଆସନ୍ତା ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ।ଏହାସହ ଜୁନ୍ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି ।ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ […]