Browsing category

ମହାନଗର

କୋଟିଏ ଟଙ୍କାର ସୁନାକଳସ ଦାନକଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧(ଏସଏସନିଉଜ)ଶନି ମନ୍ଦିରକୁ ସୁବର୍ଣ୍ଣକଳସ ଦାନକରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ସୁବର୍ଣ୍ଣକଳସର ମୂଲ୍ୟ ପ୍ରାୟ ଏକକୋଟିଟଙ୍କା ହେବବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।

ବାର୍ଷିକକ୍ରିଡାପୁରସ୍କାର ପ୍ରଦାନ ଉସ୍‌ବ

ମେଣ୍ଢାଶାଳ,୨୩/୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀଉଚ୍ଚବିଦ୍ୟାଳୟ ପରିସରରେ ସୋମବାରଦିନ ବାର୍ଷିକ କ୍ରିଡା ପ୍ରତିଯୋଗୀତାରେ କୃତିତ୍ୱଅର୍ଜ୍ଜନକରିଥିବା ପିଲାମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉସ୍‌ବରେ ସ୍କୁଲକମିଟିସଭାପତି ରମାକାନ୍ତ ମହାପାତ୍ର ,ଅଲୁମିନା କମିଟିସଭାପତି ସନ୍ତୋଷକୁମାରରାୟ. ଉପସଭାପତିମନୋଜକୁମାରସାମନ୍ତରାୟ, ବରିଷ୍ଟନାଗରିକ ଭରତଚନ୍ଦ୍ର ରାଉତରାୟ, ପଦ୍ମଚରଣ ବଡଜେନା, ସୁରେନ୍ଦ୍ରନାଥସାମନ୍ତାରାୟ,ସରମ୍ପଚ କୈାଶଲ୍ୟା ବଳିୟାରସିଂହ, ପୁର୍ବତନ ସରମ୍ପଚ ମମତାବେହେରା,ପୁର୍ବତନଶିକ୍ଷକ ଭାସ୍କରଚନ୍ଦ୍ରସୁବୁଦ୍ଦି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରିଥିଲେ ।ସିନିୟରବିଭାଗରେ ଶୁବାଶିଷମହାପାତ୍ର ଓ ଅନିତା ସିଂହ ଚମ୍ପିୟାନ ହୋଇଥିବାବେଳେ ଜୁନିୟରବିଭାଗରେ ଲକ୍ଷ୍ମୀପଟ୍ଟନାୟକ ଓ ମହମଦ ଉସାଉଦ୍ଦୀନ ଚମ୍ପିୟତାନ ହୋଇଥିଲେ […]

ନନ୍ଦନକାନନରେ ଦଳଉପରେ ଚଢି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୨/୧(ଏସଏସନିଉଜ)ନନ୍ଦନକାନନର ବିକାଶପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ଆସୁଛି ।ଏହାକୁ ବିନିଯୋଗ କରି ନନ୍ଦନକାନନକୁ ଆହୁରି ଆକର୍ଷଣୀୟ କରିବାପାଇଁ ରେଞରମାନେ ଯୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଠିକଦାରିକରିବା ନିଶାରେ ବ୍ୟସ୍ତଥିବା ରେଞରମାନେ କରୁଥିବା ଉନ୍ନୟନମୁଳକକାର୍ଯ୍ୟ ପାଇଁ ପର୍ଯ୍ୟଟକମାନେ କେତେଦୁର ହଇରାଣ ହେଉଛନ୍ତି ତାହାକୁ ମଧ୍ୟ ଭୁଲିଯାଇଛନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ଏବେ ନନ୍ଦନକାନନରେ ହେଉଥିବା ଦଳସଫାକାମରେ ଦେଖିବାକୁ ମିଳିଛି । ପ୍ରକାସଯେ,ଲକ୍ଷାଧିକ ଟଙ୍କା ବ୍ୟୟବରାଦକରାଯାଇ କାଞିଆଦ୍ରଦକୁ ସଫାକରାଯାଉଛି ।କାଞିଆହ୍ରଦକୁ ଦଳମୁକ୍ତ କରିବାପାଇଁ ରେଞରମାନେ କାମରେ […]

ନିଆଁଲାଗି ଜଳିଗଲା ନଡାଗଦା

ବାରଙ୍ଗ,୨୨/୧(ଏସଏସନିଉଜ)ରଘୁନାଥପୁରଗାଁର ଗଡସାହି ମଙ୍ଗଳାମନ୍ଦିର ସାମ୍ନା ଅମରସାହୁଙ୍କ ନଡାଗଦାରେ ନିଆଁଲାଗି ନଡାସମ୍ପୁର୍ଣ ପୋଡିଯାଇଛି ।ଅମର ରଖିଥିବା ଗୃହପାଳିତ ପଶୁମାନଙ୍କ ପାଇଁ ତାଙ୍କ କୋଠାଉପରେ ୫ରୁ୭ହଜାରେନଡା ରଖିଥିଲେ ।ରବିବାର ଅପରାହ୍ନ ସମୟରେ ଅଚାନକ ନଡାଗଦାରେ ନିଆଁ ଲାଗିଯାଇଥିଲା ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ଖବରପାଇ ଦମକଳ ଆସି ନିଆଁକୁ ଆୟତ କରିଥିଲା ।

ଚୋରା ମାଟିବୋଝେଇଗାଡି ଜବତ

ମେଣ୍ଢାଶାଳ,୨୧/୧(ଏସଏସନିଉଜ) ପିତାପଲି-ଚନ୍ଦକା ରାସ୍ତାରେ ଯାଉଥିବା ଏକ ଚୋରା ମାଟି ବୋଝେଇ ଟ୍ରକକୁ ବୁଧବାର ବିଳାମ୍ଭିତ ରାତିରେ ଭୁବନେଶ୍ୱର ତହସିଲ ପକ୍ଷରୁ ଜବତ କରାଯାଇ ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରାଯାଇଛି।ବିଳମ୍ବିତ ରାତିରେ ଏହି ରାସ୍ତାରେ ବହୁଳ ଭାବେ ମାଟି, ମୋରମ, ମାଙ୍କଡା ପଥର ଚୋରା ଚାଲାଣ ହେଉଛି।ଫଳରେ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି।ଲୋକଦେଖାଣିଆ ଭାବେ କାଁଭାଁଭାବେ ତହସିଲପକ୍ଷରୁ ଚଢଉ କରାଯାଉଥିବାରୁ ଚୋରାଚାଳଣ ସଂଖ୍ୟା ବୃଦ୍ଧିପାଉଛି ବୋଲି ସାଧାରଣରେ ଚର୍ଚ୍ଚା ଯୋରଧରିଛି ।ଜଟଣୀତହସିଲଅଧିନସ୍ଥ ଜାମୁଝରିଠାରେ ଥିବା ଏକ […]

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୯।୧(ଏସଏସ ନିଉଜ) ଭଡ଼ା ଘରୁୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଧଉଳିଥାନା ନୂଆଗାଁ ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ବୋଲି ଜଣାପଡିଛି।ଚାକିରି ପାଇଁ ଭୁବନେଶ୍ୱର ଆସି ଘର ଭଡ଼ା କରି ରହୁଥିଲେ।

ଭୁବନେଶ୍ବରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।

ଆଜିଠୁ ଆରମ୍ଭ କୋଭିଡ ଟିକାକରଣ

ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ ଆରମ୍ଭ ହେବ।ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦି‌ଆଯିବ କୋଭିସିଲ୍ଡ ଟିକା। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ନେଇଛନ୍ତି ବୁଷ୍ଟର ଡୋଜ୍।

ହଟିଲେ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ

କଟକ,୧୯।୧(ଏସଏସନିଉଜ): ବିଡ଼ାନସୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ପିଲାମୃତ୍ୟୁ ଘଟଣାରେ , ଦାୟିତ୍ୱରୁ ହଟିଛନ୍ତି ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ।ଏହାସହ ସିଏମସି ସିଟି ଇଞ୍ଜିନିୟରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନ ହେବ ଜଣାଇବାକୁ ନୋଟିସ ହୋଇଛି।

ପଠାନଚଳଚିତ୍ରକୁ କଡା ବିରୋଧକରିବ କଳିଙ୍ଗସେନା

ଭୁବନେଶ୍ୱର,୧୮।୧(ଏସଏସନିଉଜ) ବିବାଦୀୟ ଅଭିନେତା ଶାହାରୁଖ ଖାନ୍‍ଙ୍କ ଅପସଂସ୍କୃତି ସମ୍ପନ୍ନ ଚଳଚିତ୍ର ପଠାନ୍‍କୁ ଓଡିଶା ମାଟିରେ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ । ଯଦି କୌଣସି ପ୍ରେକ୍ଷାଳୟ ଏହାକୁ ଦେଖାଇବାକୁ ଦୁଃସାହସ କରନ୍ତି ତେବେ କଳିଙ୍ଗ ସେନା ପକ୍ଷରୁ କଡା ବିରୋଧ କରାଯିବ ବୋଲି ସେନା ସୁପ୍ରିମୋ ହେମନ୍ତରଥ କହିଛନ୍ତି । ଆଜି ଏଠାରେ ଶ୍ରୀ ରଥ କହିଛନ୍ତି ଯେ ହିନ୍ଦୀ ଚଳଚିତ୍ର ଅଶୋକାଠାରୁ ଆରମ୍ଭକରି ପଠାନପର୍ଯ୍ୟନ୍ତ ବିଭିନ୍ନ ଚଳଚିତ୍ରରେ ଶାହାରୁଖଖାନ୍‍ ଭାରତରସଂସ୍କୃତିକୁ ଦଳିମକଚି ନଷ୍ଟକରିଛନ୍ତି । ଅଶୋକା […]