Browsing category

ମହାନଗର

ଆସିଲା ନୂଆ କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର,୩।୧(ଏସଏସନିଉଜ) ନୂଆ ଭାରିଆଣ୍ଟ୍ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ନୂଆ ନିୟମ ଅନୁସାରେ, କୋଭିଡ୍ ବ୍ୟାପିଥିବା ୬ଟି ହାଇରିସ୍କ ଦେଶ ଚୀନ, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନରୁ ଆସୁଥିଲେ ଆଗୁଆ ଟେଷ୍ଟିଂ କରିବା ବାଧ୍ୟତାମୂଳକ କରାଯାଈଛି ।

୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର,୩।୧(ଏସଏସନିଉଜ) ୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି କାର‌୍ୟ୍ୟକ୍ରମ ଚଳାଇବାନେଇ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦେଇଛନ୍ତି ।୧ନଂ ଫର୍ମୁଲାରେ ରାଜ୍ୟର ୩୭ହଜାର ବୁଥ୍ ସଂଗଠନ ସୁଦୃଢ଼ କରାଯିବା୨ନଂ ଫର୍ମୁଲାରେ ରାଜ୍ୟସରକାରଙ୍କ ବିରୋଧରେଥିବା ଜନଅସନ୍ତୋଷ ଲୋକଙ୍କପାଖକୁ ନେବାା ଆଗୁଆନିର୍ବାଚନ ସଂପର୍କରେ ମତଦେଇ କହିଲେ ଧର୍ମେନ୍ଦ୍ରାଆଗୁଆ ନିର୍ବାଚନକଥା ଶୁଣୁଛୁ , ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ.ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସିବେ ବୋଲି କିଥିଲେ ।

ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ

ଭୁବନେଶ୍ୱର,୩।୧(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ପୁଣି ଇଡିରେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି। ତୃତୀୟଥର ପାଇଁ ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ। ଅର୍ଚ୍ଚନା ନାଗ ମାମଲାରେ ଅର୍ଥ କାରବାରନେଇ ଜେରା କରୁଛି ଇଡିା

୫ତାରିଖରେ ଓଡ଼ିଶାରେ ହୋଇପାରେ ୫-ଜିସେବା

ଭୁବନେଶ୍ୱର,୩।(ଏସଏସନିଉଜ)ଆସନ୍ତା ୫ ତାରିଖରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରେ । ୫ଜି ସେବା ଆରମ୍ଭ ନେଇ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଆସିଲା ସୂଚନା କ୍ଷତେବେ ଏ ନେଇ ଶୀଘ୍ର ସୂଚନା ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରିଲିଜହେଲା ରୁଷୀୟଫିଲ୍ମ ‘ଦ ଚ୍ୟାଲେଞ୍ଜ’ରଟ୍ରେଲର

ଭୁବନେଶ୍ୱର,୩ା୧(ଏସଏସନିଉଜ)ରିଲିଜ୍ ହୋଇଛି ରୁଷୀୟ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର କ୍ଷଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି।୨୦୨୧ମସିହାରେ ୧୨ଦିନଧରି ମହାକାଶରେ ଫିଲ୍ମର ସୁଟିଂହୋଇଥିଲା କ୍ଷଆସନ୍ତା ଅପ୍ରେଲ ୨୩ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଲିଛି ।  

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨ା୧(ଏସଏସନିଉଜ) ରାଜଧାନୀଉପକଣ୍ଠ କୋରଡ଼କଣ୍ଟା ଶିବମନ୍ଦିର ପାଖରେଥିବା ଏକ କଲୋନୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାରହୋଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ଜଣାପଡିଛି।ମୃତ ମହିଳା ଜଣଙ୍କ ଜଣେ ଶ୍ରମିକ ହୋଇଥିବାବେଳେ ତାଙ୍କ ନାମ ସରିତା ନାୟକ ଏବଂ ତାଙ୍କଘର ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ବୋଲି ଜଣାପଡିଛି। ଖବରପାଇ ମଞ୍ଚେଶ୍ୱରପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।  

ବିଶ୍ବକପ ହକିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ) ବିଶ୍ବକପ ହକି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ । ମମତା ଜରୁରୀ କାମରେ ବ୍ୟସ୍ତଥିବାରୁ ପଶ୍ଚିମବଙ୍ଗ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମାଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ଶ୍ରୀକାନ୍ତସାହୁା

ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବିଶ୍ବକପ ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସେଠାକୁ ଯାଇ ପଞାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର, ୨ା୧(ଏସଏସନିଉଜ) ଜୟପୁର ରାଜପରିବାରର ଶେଷରାଣୀଙ୍କ ଜୟପୁରସ୍ଥିତ ରାଜପ୍ରାସାଦରେ ଗତକାଲି ବିଳମ୍ବିତ ରାତିରେ ହେଲା ପରଲୋକ ଘଟିଛି ।ଶେଷରାଣୀ ରମାକୁମାରୀ ଦେବୀଙ୍କର ୯୦ବର୍ଷରେ ପରଲୋକ ହୋଇଛି ।

୫ ଦିନଯାଏ କମିବ ଶୀତ

ଭୁବନେଶ୍ୱର,୨ା୧(ଏସଏସନିଉଜ)ରାଜ୍ୟରେ ୫ ଦିନଯାଏ କମିବ ଶୀତର ପ୍ରକୋପା ଆସନ୍ତା ୨ ଦିନ ଯାଏଁ ରହିବ ଘନ କୁହୁଡ଼ି ।ଆସନ୍ତା ୪-୫ ଦିନଯାଏ ରାତିତାପମାତ୍ରା ୩ରୁ୪ ଡିଗ୍ରୀ ବଢ଼ିଯିବ ।ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି । କିନ୍ତୁ ଘନ କୁହୁଡ଼ି ପଡ଼ିବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିା ।