Browsing category

ମହାନଗର

ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ

ବାରଙ୍ଗ,୨୬ା୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାଢାପଂଚାୟତ କାର୍ଯ୍ୟାଳୟ ଆଗରେ ସରପଂଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇ ଗୁରୁବାରଦିନ ଧାରଣା ଦିଆଯାଇଛି ।ପଂଚାୟତରେ ହେଉଥିବା ମହାଦୁର୍ନିିତି , ପକ୍ଷପାତ ଓ ବାଟମାରଣା ନିତୀକୁ ବିରୋଧ କରି କେତେକ ୱାର୍ଡସଭ୍ୟ ତାଙ୍କ ସମର୍ଥକଙ୍କୁ ନେଇ ଧାରଣା ଦେଇଛନ୍ତି ।ଧାରଣାରେ ବସିଥିବା ୱାର୍ଡସଭ୍ୟଙ୍କ ଅଭିଯୋଗ ହେଲା ହରିଶ୍ୱନ୍ଦ୍ର ଯୋଜନାର ସୁଫଳ ଲୋକମାନେ ପାଇପାରୁନାହାନ୍ତି ।ମନରେଗା ଯୋଜନାରେ କାମକରୁଥିବା ଲୋକଙ୍କୁ ପ୍ରାପ୍ୟ ମିଳୁନାହିଁ ।ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ତୁରନ୍ତ ପକ୍କାଘର ପ୍ରଦାନ ସହ ବର୍ଷକ […]

 ଜୟଦେବଶିକ୍ଷାକେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ସମାରୋହ

ଚନ୍ଦ୍ରଶେଖରପୁର,୨୬ା୧(ଏସଏସନିଉଜ)ଶ୍ରୀଜୟଦେବ  ଶିକ୍ଷାକେନ୍ଦ୍ରରେ   ସରସ୍ବତୀଙ୍କ ପୂଜା ଉତ୍ସବ  ଓ ୭୪ତମସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ସଭାପତି  ଅନ୍ନପୂର୍ଣ୍ଣା ମିଶ୍ର ଜାତୀୟ ପତାକାଉତ୍ତୋଳନ  କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣପୁର ପଞ୍ଚାୟତ ସମିତିସଭ୍ୟ ଭୁବନମୋହନ ଦାସ  ଅତିଥିରୂପେ ଯୋଗଦେଇ ଥିବାବେଳେ ସମ୍ପାଦକ  ତଥା ପ୍ରଧାନ ଆଚାର୍ଯ୍ୟ ପ୍ରଦୀପକୁମାରପାଣି  ସ୍ବାଗତ  ଭାଷଣ  ଦେଇଥିଲେ ।ଇଣ୍ଟରନେସନାଲ  ସ୍କୁଲର ଅଧକ୍ଷା ମନପଲ୍ଲି ବାଣୀ ଧନ୍ୟବାଦ  ଅର୍ପଣ  କରିଥିଲେ ।  

ଡମ୍ପିୟାଡକୁ ନେଇ ରାସ୍ତାରେ ବସିଲେ ଦାରୁଠେଙ୍ଗ ଗ୍ରାମବାସୀ

ମେଣ୍ଢାଶାଳ,୨୬/୧(ଏସଏସନିଉଜ)ଦାରୁଠେଙ୍ଗ ଡମ୍ପିୟାଡକୁ ନେଇ ପୁଣି ବିବାଦ ଦେଖାଦେଇଛି ।ଦାରୁଠେଙ୍ଗ ଗ୍ରାମବାସୀମାନେ ଗୁରୁବାରଦିନ ସକାଳୁ ଚନ୍ଦକା- ପିତାପଲ୍ଲୀରାସ୍ତାକୁ ଅବରୋଧ କରିବାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।ଗୁରୁବାର ବଢିଭୋର ସମୟରେ ବିଏମସି ପକ୍ଷରୁ ଭୁଆଷୁଣି ଡମ୍ପିୟାର୍ଡରେ ଟ୍ରଟିମେଂଟପ୍ଲାଂଟ ପାଇଁ ୫ଟିଗାଡିରେ ମେସିନ ଆସି ପହଁଚିବାପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା ।ଗ୍ରାମବାସୀଙ୍କ କହିବାକଥାହେଲା ଭୁଆଷୁଣିରେ ଆଉ ଅଳିଆ ପଡିବନାହିଁ ।ତାପରେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ଟ୍ରଟିମେଂଟପ୍ଲାଂଟ କରାଯାଉ ।ଗ୍ରାମବାସୀମାନଙ୍କ ସହ କୈାଣସି ଆଲେଚନା ନକରି ବିଏମସି ପକ୍ଷରୁ ଏଭଳି […]

ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ ଜଗନ୍ନାଥ ତିଆରି କରିଛନ୍ତିା ମହାପ୍ରଭୁ ତାଙ୍କ ପ୍ରସାଦଭାବେ ଓଡ଼ିଆଭାଷାକୁ ଦେଇଛନ୍ତି ।ସେଥିପାଇଁ ଓଡ଼ିଆଭାଷା ଏତେ ମିଠା ବୋଲି ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ତାଙ୍କବକ୍ତବ୍ୟରେ ଏପରି କହିଛନ୍ତି । ଜଗନ୍ନାଥ ପର‌୍ୟ୍ୟଟନଟ୍ରେନ୍ ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହା କହିଛନ୍ତି ।    

ଗଣତନ୍ତ୍ରଦିବସରେ ୯୦୧ଜଣଙ୍କୁ ମିଳିବ ପୁଲିସ୍ ମେଡାଲ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) କାଲି ଗଣତନ୍ତ୍ରଦିବସରେ ୯୦୧ଜଣ ପାଇବେ ପୁଲିସ୍ ମେଡାଲା ସାହସିକତା ପୁରସ୍କାରପାଇବେ ୧୪୦ ପୁଲିସକର୍ମଚାରୀା ଉଲ୍ଲେଖନୀୟ ସେବାପାଇଁ ୯୩ଜଣଙ୍କୁ ରାଷ୍ଟ୍ରପତି ପୁଲିସମେଡାଲ ମିଳିବା ସମ୍ମାନଜନକ ସେବାପାଇଁ ୬୬୮ପୁଲିସ କର୍ମଚାରୀ ସମ୍ମାନିତ ହେବୋ ଓଡ଼ିଶାରୁ ୨ଜଣପାଇବେ ରାଷ୍ଟ୍ରପତି ପୁଲିସମେଡାଲା

ବିଶ୍ବର ପ୍ରଥମ ଉଡନ୍ତା ବାଇକ୍

ଭୁବନେଶ୍ୱର,୨୫।୧(ଏସଏସ ନିଉଜ)’the XTURISMO’କୁ ଜାପାନର ଏକ ଷ୍ଟାର୍ଟ ଆପ୍ କମ୍ପାନୀ ବିଶ୍ବର ପ୍ରଥମ ଉଡନ୍ତା ବାଇକକୁ ତିଆରି କରିଛି। ଭବିଷ୍ୟତରେ ଏହାକୁ ପୋଲିସ ପ୍ରଶାସନଦ୍ବାରା ବ୍ୟବହାର କରିବାର ଅନୁମାନ କରାଯାଉଛି।ଆମେରିକାରେ ଏହାର ମୂଲ୍ୟ $୫୦୦,୦୦୦ ହୋଇଥୁବାବେଳେ ଏହା ଏକକାଳୀନ ୪୦ମିନିଟ ଯାଏଁ ଉଡ଼ିପରିବ ବୋଲି ଜଣାପଡିଛି।

ଦଳ ଛାଡିଲେ ବାପପୁଅ

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କୁ ଇସ୍ତଫାପତ୍ର ପଠାଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । କିଛିଦିନ ତଳେ ଉଭୟ ବାପପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନୁଆଦଳ ଭାରତରାଷ୍ଟ୍ର ସମିତିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ୨୦୨୪ରେ […]

ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ଅକାଳମୃତ୍ୟୁ

କଟକ,୨୫।୧(ଏସଏସ ନିଉଜ) ବରିଷ୍ଠଅଭିନେତା ସ୍ୱର୍ଗତ ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଦାସଙ୍କ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୬ବର୍ଷ ବୟସ ହୋଇଥିଲା । ସେ ଏକମାସହେବ ଏମ୍‌ସରେ ଚିକିତ୍ସାଧୀନଥିଲେ । ଲିଭରଜନିତ ସମସ୍ୟାଯୋଗୁଁ ଚିକିତ୍ସା ହେଉଥିବାବେଳେ ମଙ୍ଗଳବାର ବିଳମ୍ବିତରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନାମିଳିଛି । ଗୋଟିଏ ବର୍ଷତଳେ ମିହିରଦାସଙ୍କ ଦେହାନ୍ତ ହୋଇଥିଲା ।ଏବେ ସାନପୁଅ ଅକ୍ଲାନ୍ତଙ୍କ ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳି ଯାଇଛି ।

କାଲିଠାରୁ ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କାଲି ଯାତ୍ରା ଶୁଭାରମ୍ଭ କରିବ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍। ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରାର ଶୁଭାରମ୍ଭ କରିବେ।ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ ଟ୍ରେନ୍। ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଏବଂ ଓଡ଼ିଶା ଯାତ୍ରା କରିବ ଟ୍ରେନ୍। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଶୁଭାରମ୍ଭ , ବାରଣାସୀରେ ପ୍ରଥମ ଷ୍ଟପେଜ୍ ହେବ ବୋଲି ଜଣାପଡିଛି।

ଅକ୍ସିଜେନ୍ ପାଇଁ ଜୀବନ ଗଲା !

କଟକ,୨୪।୧(ଏସଏସନିଉଜ) SCBରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି।ପୁରୁଣା ମେଡିସିନ୍ ୱାର୍ଡରେ ଜଣେ ରୋଗୀର ମୃତ୍ୟୁ ଅଭିଯୋଗ ହୋଇଛି।ରୋଗୀକୁଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ ବେଳେ ତାଙ୍କଠାରୁ ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି।କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ରୋଗୀ SCB ଆସିଥିଲେ।ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନଭିନ କରାଯିବାସହ ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ […]