Browsing category

ମହାନଗର

ସୀମା ବିବାଦ

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ସୀମା ବିବାଦ ଯୋଗୁ ବୈଠକ ଡାକିଲେ ରାଜନାଥ ।ଅରୁଣାଚଳ ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପରେ ଜରୁରୀକାଳୀନ ବୈଠକ ଡାକିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ବୈଠକରେ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ମୁଖ୍ୟ ।ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନ୍ ସାମିଲ ହେବେ । ବୈଦେଶିକ ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିବେ । ଡିସେମ୍ବର ୯ରେ ଉଭୟ ପକ୍ଷର ସୈନିକ ଧସ୍ତାଧସ୍ତି ହୋଇଥିଲେ ।

ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା।ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ ଆରୁଖ।ଗତ ୮ରେ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ବର୍ଷା।

ପୋଡ଼ିଗଲା ଛାତ୍ରୀନିବାସ

କୋଇଡା,୧୨/୧୨(ଏସଏସ ନିଉଜ) ଆଦିବାସୀ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ ଘଟିଛି। ୨ ଶହ ଅନ୍ତେବାସୀ ରହୁଥିବା ଛାତ୍ରୀ ନିବାସରେ ନିଆଁ ଲାଗିଛି । ପିଲାଙ୍କ ବହି, ଖାତା ଓ ଆସବାସପତ୍ର ହୁତୁହୁତୁ ହୋଇ ଜଳୁଛି । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସ୍ପଷ୍ଟ ହୋଇନ ଥିବାବେଳେ ଅନ୍ତେବାସୀ ସୁରକ୍ଷିତ ଥିବାର ଜଣାପଡିଛି ।

ମୋବସ୍ ରୁ୪୨ହଜାରଟଙ୍କା ଲୁଟ୍

ଭୁବନେଶ୍ୱର,୧୨/୧୨(ଏସଏସ ନିଉଜ)ମୋବସ୍ ରୁ ୪୨ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।ବାଣୀବିହାରରୁ ବରମୁଣ୍ଡା ଯିବା ବେଳେ ଲୁଟର ଶିକାର ହୋଇଛନ୍ତି ଦମ୍ପତି। ଲୁଟ୍ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି।

ମିଶନଶକ୍ତି ଗୃହର ଭିତ୍ତିପ୍ରସ୍ତର କଲେ ବିଧାୟକ

ବାରଙ୍ଗ,୧୧/୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ମୁଖ୍ୟରାସ୍ତା ଠାରୁ ଲକ୍ଷେଶ୍ବର ମନ୍ଦିର ରାସ୍ତା ନିର୍ମାଣ ଓ ମିଶନ ଶକ୍ତି ଗୃହ ନିର୍ମାଣ କାର‌୍ୟ୍ୟ ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ରବିବାରଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିପାଇଁ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ତରତରୁ ରାସ୍ତା ନିର୍ମାଣ ପାଇଁ ୧୬ଲକ୍ଷ ୯୦ହଜାର ଟଙ୍କା ବ୍ୟୟଅଟକଳ ହୋଇଛି।ସେହିପରି ବରିମୁଣ୍ଡ ପଞ୍ଚାୟତ ପମ୍ପହାଉସ ନିକଟରେ ମହିଳାମାନଙ୍କ ପାଇଁ ଏକ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ଲକ୍ଷଟଙ୍କା ବ୍ୟୟବରାଦ […]

ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍

ଭୁବନେଶ୍ବର,୧୧/୧୨(ଏସଏସନିଉଜ) ଆଜି ଅପରାହ୍ନରେ ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା।ଗାଡିଟି ଚାଲୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ଗାଡିକୁ ରୋକି ଓହ୍ଲାଇପଡିଥିଲେ ।ଯହାଫଳରେ ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବରପାଇଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।  

ଗୋଠପାଟଣାଠାରେ ଖୋଲିଲା ପୋଲିସ ସହାୟତା କେନ୍ଦ୍ର

ମେଣ୍ଢାଶାଳ,୧୧/୧୨(ଏସଏସନିଉଜ)ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାଠାରେ ପୋଲିସ ସହାୟତା କେନ୍ଦ୍ର ପୋଲିସ କମିସନର ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କଦ୍ୱାରା ଆନୁଷ୍ଠାନିକଭାବେ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀଉସ୍‌ବରେ ଡିସିପି ପ୍ରତିକସିଂହ,ଏସିପି ରମେଶଚନ୍ଦ୍ର ବିଶୋଇ ,ଚନ୍ଦକା ଥାନାଅଧିକାରୀ ସୁରେନ୍‌ଦ୍ରକୁମାରବଳ ପ୍ରମୁଖ ଉପସ୍ଥିତଥିଲେ ।ଏହିସହାୟତା କେନ୍ଦ୍ର ପରିଚାଳନାପାଇଁ ଏଏସଆଇ ସନ୍ଦିପ ଆଲବର୍ଟକୁଜୁରଙ୍କ ସହ ୩ଜଣ କନେଷ୍ଟବଳ ଏହାର ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

କିଏ ନବ ଗଣ୍ଡରପୁର କପ!

ବାରଙ୍ଗ,୧୦/୧୨(ଏସଏସନିଉଜ) କିଏ ହାତେଇବ ଗଣ୍ଡରପୁର କପ୍ ।ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ହେବ ଉଦ୍ୟାପିତ ।୨୦ବର୍ଷରେ ପଦାର୍ପଣ କରିଥିବା ଏହି କ୍ରିଡାଅନୁଷ୍ଠାନ ଦର୍ଶକମାନଙ୍କ ମନକୁ କିଣିପାରିଛି ।ଅଂଚଳବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନକରିପାରି ବେଶ ଲୋକପ୍ରିୟତା ହାସଲ କରିପାରିଛି ।ଆୟୋଜକମାନଙ୍କର ସଠିକପରିଚାଳନା ଯୋଗୁ ସବୁବର୍ଷଭଳି ଏଥର ହୋଇଥିବା ପ୍ରତିଯୋଗୀତାରେ ମଧ୍ୟ ରାଜ୍ୟର […]

ନନ୍ଦନକାନନରେ ମୁଖ୍ୟ ଶାସନ ସଚିବ

ବାରଙ୍ଗ,୧୦/୧୨(ଏସଏସନିଉଜ) ମୁଖ୍ୟଶାସନସଚିବ ସୁରେଶଚନ୍ଦ୍ରମହାପାତ୍ର ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ଗସ୍ତକରି ସେଠାରେ  ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ପର୍ୟ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ୟକୁ ତ୍ବରାନ୍ବିତକରିବାକୁ ଅଧିକାରୀମାନଙ୍କୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲଅଞ୍ଚଳ ବୁଲିଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନକୁ  ସଂପ୍ରସାରିତ  ହୋଇ  ଏହି ଅଞ୍ଚଳରେ ନାଇଟ ସଫାରି ଓ ପକ୍ଷୀସରଣୀ ନିର୍ମାଣ ହେବ । ଏହି କାର୍ୟ୍ୟକୁ […]

ଭିତ୍ତିପ୍ରସ୍ତର ସ୍ଥାପନ କଲେ

ବାରଙ୍ଗ ୯/୧୨(ଡିଏନଏ) ରାଜଧାନୀ ଉପକଣ୍ଠ ଦାଢାପଞ୍ଚାୟତ ଅନ୍ତର୍ଗତ ଦାଢା ଶନିମନ୍ଦିର ଠାରୁ ବାରଙ୍ଗ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ଦିନ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱରେଯାଗନବିଜେଡିସାଧାରଣସମ୍ପାଦକ ନିର୍ମଳରାଉତ, ସରପଞ୍ଚ ନିଶିପଦ୍ମା କାଣ୍ଡି,ନାଏବ୍ ସରପଞ୍ଚ ରଣଞିତ୍ ଦାସ,କେନ୍ଦୁପାଟଣା ଗ୍ରାମ ସଭାପତି ପ୍ରଦୀପ୍ତ ବେଉରା,ଯୁବନେତା ଜନକ ମାଝୀ, ରାଜକିଶୋର ପରିଡା,ଓ୍ବାର୍ଡସଭ୍ୟ ରମେଶ କାଣ୍ଡି,ମାୟାଧର ବସ୍ତିଆ,ପବିତ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।ଏହି ରାସ୍ତା […]