Browsing category

ମହାନଗର

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୯/୫(ଏସ ଏସ ନିଉଜ)ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୬ ହଜାର ପିଲା ଅନୁପସ୍ଥିତ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।ସେ କହିଛନ୍ତି କୋଭିଡ଼ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର । ୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଛି ।ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି, ତାହାର ତଦନ୍ତ ହେବ ।ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ […]

ପଡିଛି ଶନି ଦଶା

ବାରଙ୍ଗ,୮/୫ (ଏସଏସନିଉଜ) ନନ୍ଦନକାନନ କୁ ପଡିଛି ଏବେ ଶନି ଦଶା । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମରିବାରେ ଲାଗିଛି । କେତେବେଳେ ବାଘ ତ ଆଉ କେତେବେଳେ ସିଂହ । ପୁଣି ଭାଲୁ ଠୁ ଆରମ୍ଭ କରି ପକ୍ଷୀ ପର‌୍ୟ୍ୟନ୍ତ । ହେଲେ ମୃତ୍ୟୁ କୁ ରୋକ୍ ଲଗାଇବାରେ ବିଫଳ ହେଉଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଖାଲି ଏତିକି ନୁହେଁ କହିବାକୁ ଗଲେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିଦିନ କିଛି ନା କିଛି […]

ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କଲା

ଝାରସୁଗୁଡ଼ା, ୯/୫(୫(ଏସଏସନିଉଜ) ବିଜେଡି ବ୍ରଜରାଜନଗର ବିଧାୟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବରେ ମନୋନୟନ କରିଛନ୍ତି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍ ଓ ଜୁନ୍ ୩ରେ ଗଣତି ଓ ଫଳାଫଳ ରହିଛି । ଗତ ବର୍ଷ ଡିସେମ୍ବର ମାସ ୩୦ ତାରିଖରେ […]

ପରଲୋକରେ ରଜତ କର,ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮/୫(ଏସଏସନିଉଜ) ମାହାଙ୍ଗା ର ଆଉଜଣେ ବରପୁତ୍ର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ରଜତ କରଙ୍କର ପରଲୋକ ହୋଇଛି। ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ରଜତକରଙ୍କର ୮୮ ବୟସ ରେ ଆଜି ସନ୍ଧ୍ୟାରେ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ସ୍ବର୍ଗତ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି . ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି […]

ଉଦ୍‌ଯାପିତ ହେଲା ମହିଳା ବିଜ୍‌ନେସ୍ ମେଳା -୨୦୨୨

ଭୁବନେଶ୍ୱର,୮/୩(ଏସଏସନିଉଜ)ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍‌ନେସ ମେଳା-୨୦୨୨ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେଯେ, ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ମହିଳାମାନେ ହିଁ […]

କାଜୁଆଲିଟି ଆଗରେ ଅପେକ୍ଷା କରିଛି ପୁଅ

କଟକ,୮/୫(ଏସ ଏସ ନିଉଜ)୬ଦିନ ହେବ ଡେଷ୍ଟିଚ୍ୟୁଟ୍ ଓ୍ଵାର୍ଡରୁ ନିଖୋଜ ମା”କୁ ଖୋଜିଖୋଜି କରି ନିରାଶ ହୋଇ କଟକ SCB ମେଡ଼ିକାଲ କାଜୁଆଲିଟି ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ପୁଅ ।ତେବେ ଚିକିତ୍ସା ପାଇଁ ଆସି ମା ନିଖୋଜ ହୋଇଛନ୍ତି ।ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମାଆଙ୍କର ପିତା ପାଇପାରିନାହିଁ ପୁଅ ।

ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଭୁବନେଶ୍ୱର,୮/୫(ଏସ ଏସ ନିଉଜ) IPL2022 ର ୫୪ ତମ ମ୍ୟାଚରେ ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍।

ମାଙ୍କୁ ସମ୍ମାନ ଜଣାଇ ବାଲୁକା କଳା

ପୁରୀ ୮/୫(ଏସ ଏସ ନିଉଜ) ବିଶ୍ୱ ମାତୃ ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବାର ବାର୍ତ୍ତା ଦେଇଛନ୍ତି ।

ପଞ୍ଜାବ ପୁଲିସକୁ ବଡ଼ ସଫଳତା

ଭୁବନେଶ୍ୱର,୮/୫(ଏସ ଏସ ନିଉଜ)ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି ।ଭାରତ- ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କରିଛି ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ଜଣାପଡିଛି ।