Browsing category

ମହାନଗର

ରାଜ୍ୟରେ ବଢ଼ିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର,୧୯।୨(ଏସଏସନିଉଜ)ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ।ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ। ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି।ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି।୯.୨ % ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା ରହିଛି।ଅର୍ଥବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ରହିଛି।ଜାତୀୟ ଅବଦାନ ୧୬.୮% ଥିବା ବେଳେ ରାଜ୍ୟର ଅବଦାନ […]

ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ

କଟକ,୧୨।୨(ଏସଏସନିଉଜ)ବାରଙ୍ଗ ମେଡ଼ିକାଲ ଛକରେ ସମାଜସେବୀ ତଥା ଦାରୁଠେଙ୍ଗ ଗ୍ରାମର ସ୍ଵର୍ଗତ ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଅବିନାଶ ପାଇକରାୟଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଶ୍ରାଦ୍ଧବାର୍ଷିକସଭାରେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଜଟଣି ବିଧାୟକ ବିଭୁତି ଭୁଷଣ ବଳବନ୍ତ ରାୟ, ଆଇନିଜିବି ମନ୍ମଥ ଛୋଟରାୟ, ମୁରବୀ ପିତବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପାଇକରାୟ ଜଣେ ସମାଜସେବି ଭାବରେ ବାରଙ୍ଗ ଅଞ୍ଚଳରେ ବେଶ୍ […]

ସାବଧାନ ! କପି କଲେ ୫ ବର୍ଷ ଜେଲ୍

ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର […]

ରାସ୍ତା କଡ଼ରେ ଲାଗିଲା ନିଆଁ

କଟକ, ୯।୨(ଏସଏସନିଉଜ)ନରାଜ ଗାଁ ମୁଣ୍ଡ ରାସ୍ତା କଡ଼ରେ ଲାଗିଥିବା ନିଆଁକୁ ଆୟତ କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୋମବାର ଅପରାହ୍ନ ସାଢେ ୧୨ଟା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ନରାଜ ଗ୍ରାମମୁଣ୍ଡ ବଙ୍ଗଳା ଛକ ନିକଟ ରାସ୍ତାକଡ଼ରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ସମଗ୍ର ଅଞ୍ଚଳରେ ଥିବା ଶୁଖିଲା ଘାସ ପତ୍ର ସବୁ ଜଳିବା ସହିତ ନିକଟସ୍ଥ ମୟୁର ଜଙ୍ଗଲ ଆଡ଼କୁ ନିଆଁ ମୁହାଁଇଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ବାରଙ୍ଗ ଅଗ୍ନିଶମ […]

ନିଯୁକ୍ତି ଲୋଭ ଦେଖାଇ ଯୁବତୀକୁ ବଳକ୍ତାର

କଟକ,୭।୨(ଏସଏସନିଉଜ) ବାରଙ୍ଗ ଥାନା ଅଂଚଳରେ ଏକ ପୁରୁଣା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରଙ୍ଗ ଥାନା ପୁଲିସ। ପ୍ରକାଶଯେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳର ପ୍ରଶାନ୍ତ ହାଣ୍ଡି ଓରଫ ରାଜା ଓ ଲିଟୁ ପାତ୍ର ଓରଫ ମଣ୍ଟୁ ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭନଗର ଗ୍ରାମର ଜଣେ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଅପହରଣ କରି ଚେନ୍ନାଇ ନେଇ ସେଠାରେ ଏକ ଘରୋଇ କମ୍ପାନୀରେ ନିଯୁକ୍ତି କରାଇ ଏକ ଭଡ଼ା […]

ରାତି ଅଧିଆ ମୋରମ ଉଠାଇବାକୁ ବିରୋଧ

କଟକ,୭।୨(ଏସଏସନିଉଜ)ମଧୁବନ ଗାଁମୁଣ୍ଡ ପାହାଡରୁ ବେଆଇନ ଭାବେ କାଜୁ ଗଛ କାଟି ମୋରମ ଚାଲାଣ ହେଉଥିବାର ଅଭିଯୋଗ କରି ଶୁକ୍ରବାର ରାତିରେ ମଧୁବନ ଗ୍ରାମର କିଛି ଯୁବକ ଆକ୍ରମଣ କରିଥିଲେ।ଏଥିରେ ଦୁଇଜଣ ଆହତ ହୋଇଥିଲେ।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ତଦନ୍ତ କରି ଶନିବାର ୩ଜଣ ଆକ୍ରମଣକାରୀ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ ମଧୁବନ ଗ୍ରାମର ଦେବେନ୍ଦ୍ର ପ୍ରଧାନ (୪୫) ଦେବାଶିଷ ରାଉଳ(୨୨)ଓ ଟିକଲ ସ୍ୱାଇନ (୨୨)। ପ୍ରକାଶ ଯେ,ପ୍ରଶାନ୍ତ ପାତ୍ର ନାମକ ବ୍ୟକ୍ତି କଟକ ଖଣି […]

କୁଞ୍ଜବିହାରୀ ମହାବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ

କଟକ,୭।୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜବିହାରୀ ସରକାରୀ ମହାବିଦ୍ୟାଳୟ ରେ ୪୮ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲେଖ ମହାପାତ୍ର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଲମୁନି କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଅତିଥି ଭାବେଯୋଗ ଦେଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ସେକ୍ ନଇଁମ […]

ପୁଣି ଭାଙ୍ଗିଲା ରେଳ ସୁରକ୍ଷାବାଡ଼

କଟକ, ୭।୨(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଥିବା ରେଳଓଭର ବ୍ରିଜର ସୁରକ୍ଷା ବାଡ଼ଟି କୌଣସି ଅଜଣା ଗାଡ଼ି ଧକ୍କାରେ ଭାଙ୍ଗିଯାଇଥିବାର ଶନିବାର ବଢ଼ି ଭୋର ସମୟରେ ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତରାତିରେ ଷଣ୍ଢପୁର ଗ୍ରାମ ଢ଼ାବା ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେ ଅତିକ୍ରମ କରି ଯାଇଥିବା ରେଳ ଓଭରବ୍ରିଜର ସୁରକ୍ଷା ପାଇଁ ରେଳବିଭାଗ ତରଫରୁ ମୁଖ୍ୟ ରାସ୍ତାରେ ସୁରକ୍ଷା ବାଡ଼ା ଲଗାଯାଇଛି।ଏହାଦ୍ୱାରା ମୁଖ୍ୟରାସ୍ତାରେ ଯାଉଥିବା ଦ୍ରୁତଗାମୀ ଗାଡିର ବେଗ […]

ଖଟି କଲେ ହେବ ଆକ୍ସନ୍…

ଭୁବନେଶ୍ୱର,୧।୨(ଏସଏସନିଉଜ)ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ।କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହେବ ଦରମା। ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଆସିଛି ଚିଠି ।ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା।କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ।କ୍ଲାସ୍‌ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍‌ରେ ବ୍ୟସ୍ତ ଥିଲେ।

ପ୍ରଥମ କରି ମା ହେଲା ୱାଲାବି

ଭୁବନେଶ୍ୱର,୩୧।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରଥମ କରି ୱାଲାବି ଏକ ଶାବକକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଛି।ନୂଆକରି ଚିଡ଼ିଆ ଖାନାକୁ ଆସିଥିବା ଏହି ପ୍ରଜାତି ସଫଳତାର ସହିତ ପ୍ରଜନନ କରିଛି। ଯଦିଓ ଆଗରୁ ନନ୍ଦନକାନନରେ ୧୯୭୩ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ୱାଲାବି ରହିଥିଲା କିନ୍ତୁ ସେହି ସମୟ ମଧ୍ୟରେ ମା ହେବାର ଷୌଭାଗ୍ୟଅର୍ଜନ କରିପାରିନଥିଲା। କିନ୍ତୁ ଶନିବାର ଦିନ କର୍ମଚାରୀମାନେ ମାଆର ପେଟ ପାଖରେ ଥିବା ଥଳିରେ ଛୁଆଟି ମୁଣ୍ଡ ଦେଖାଇବାରୁୱାଲାବି ଜନ୍ମ ଦେଇଥିବା ନେଇ ନିଶ୍ଚିତ […]