ରାଜ୍ୟରେ ବଢ଼ିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର,୧୯।୨(ଏସଏସନିଉଜ)ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ।ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ।
୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି।ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୯.୨% ରହିଛି।୯.୨ % ଅଭିବୃଦ୍ଧି ସହ ରାଜ୍ୟରେ ମୁଣ୍ଡପିଛା ଆୟ ୧,୮୬,୭୬୧ ଟଙ୍କା ରହିଛି।ଅର୍ଥବ୍ୟବସ୍ଥାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ଜାତୀୟ ହାରରୁ ଅଧିକ ରହିଛି।ଜାତୀୟ ଅବଦାନ ୧୬.୮% ଥିବା ବେଳେ ରାଜ୍ୟର ଅବଦାନ ୧୯.୬% ରହିଛି।ଜାତୀୟ ଅଭିବୃଦ୍ଧି ହାର ୩.୧ ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୫.୩% ଓଜିଏସଡିପିରେ ମଧ୍ୟ ୯.୫%ର ଅଭିବୃଦ୍ଧି ଦେଖିବାକୁ ମିଳିଛି।୯ ଲକ୍ଷ କୋଟିରୁ ବୃଦ୍ଧି ପାଇ ଜିଏସଡିପି ୯.୯ ଲକ୍ଷ କୋଟିରେ ପହଞ୍ଚିଛି।ବାସ୍ତବ ଅଭିବୃଦ୍ଧି ହାର ମଧ୍ୟ ଜାତୀୟ ହାର ଠାରୁ ଆଗରେ ରହିଛି।
ଜାତୀୟ ହାର ୭.୪ ରହିଥିବା ବେଳେ ଓଡ଼ିଶାର ହାର ୭.୯% ଆକଳନ କରାଯାଇଛି।୫%ରୁ ବୃଦ୍ଧି ପାଇ ପୁଞ୍ଜି ବ୍ୟବୟବରାଦ ୬.୬%ରେ ପହଞ୍ଚିବା ଟାର୍ଗେଟ୍।ଓଡ଼ିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬% ରହିବା ନେଇ ଆକଳନ କରାଯାଇଛି।

Comments (0)
Add Comment