Browsing category

ମହାନଗର

ଦେବୀଗଡ଼ାରେ ବିସର୍ଜନ ହେଲା ୫୬ ମେଢ଼

କଟକ, ୭/୧୧(ଏସଏସନିୟୁଜ) ଗତକାଲି କଟକ ଦେବୀ ଗଡ଼ାରେ ୫୬ଟି କାଳୀ ମେଢ଼ ବିସର୍ଜନ ହୋଇଛି। ଗତକାଲି ସକାଳ ୭ଟାରୁ ଦିନ ପ୍ରାୟ ୨ଟା ପର‌୍ୟ୍ୟନ୍ତ ମେଢ଼ ବିସର୍ଜନ କରାଯାଇଥିଲା। ମଣ୍ଡପରୁ ଦେବୀଗଡ଼ା ଯାଏ ଆସୁଥିବା ମେଢ଼ ଚାରିପଟେ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯାଇଥିଲା । ଦେବୀଗଡ଼ା ନିକଟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହଙ୍କ ସମେତପୋଲିସ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।ରବିବାର ବାକିଥିବା ୮ଟିମେଢ ନିକଟସ୍ଥ ପୋଖରୀରେ […]

ବିଜେପି ପକ୍ଷରୁ ଥାନା ଘେରାଉ

ଖୋର୍ଦ୍ଧା,୭/୧୧(ଏସଏସନିୟୁଜ) କଳାହାଣ୍ଡିର ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି । ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଖୋର୍ଦ୍ଧା ଟାଉନ୍ ଥାନା ଘେରାଇ କରିବା ସହ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ […]

ଜୀଅନ୍ତା ଜଳିଗଲେ ୯୧

୧-ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ ଲୋକ । ୨-ରନ୍ ରେଟ୍‌ରେ ପଛରେ ପଡ଼ି ସାଉଥ୍ ଆଫ୍ରିକା ବିଦା, ରବାଡାଙ୍କ ହ୍ୟାଟ୍ରିକ୍ : ପରାଜୟ ସତ୍ତ୍ୱେ ସେମିରେ ଇଂଲଣ୍ଡ । ୩-ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୪-୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା । ୫-ରିମାଣ୍ଡ ଅବଧି […]

୬ଟି ଆସନକୁ ନେଇ ସସପେନ୍ସ

୧. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ୨. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି […]

ବାଇକ୍ ରଖିବାକୁ କେନ୍ଦ୍ରକରି ସଙ୍ଗବଦ୍ଧ ଆକ୍ରମଣ ୧ମୃତ,୩ଆହତ

ବଡ଼ମ୍ବା, ୫/୧୧(ଏସଏସନିୟୁଜ) ବାଇକ୍ ରଖିବାକୁ କେନ୍ଦ୍ରକରିଗୋଟିଏ ପରିବାରକୁ ସଙ୍ଗବଦ୍ଧ ଆକ୍ରମଣ କରାଯିବା ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିବାସହ ୩ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।ଏହିଭଳିଘଟଣା ବଡ଼ମ୍ବା ଥାନା ଅନ୍ତର୍ଗତ ମୁଗଗହୀର ଗ୍ରାମରେ ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ମୁଗହୀର ଗ୍ରାମର ସୁନୀଲ କୁମାର ଖଟୁଆ ।ବାଇକ ଥୋଇବାକୁ କେନ୍ଦ୍ରକରି ସୁନୀଲ ଉପରେ ସଙ୍ଗବଦ୍ଧଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବାର ମୃତକଙ୍କ ପିତା କୈଳାସ ଖଟୁଆ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ […]

ବାରଙ୍ଗରେ ଗିରିଗୋବର୍ଦ୍ଧନ ପୂଜା

ବାରଙ୍ଗ,୫/୧୧(ଏସଏସନିୟୁଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷର ଆଜିର ଦିନରେ ବାରଙ୍ଗ ବ୍ଲକ ନିକଟରେ ଅବସ୍ଥିତ ଶ୍ରୀଶ୍ରୀ ସଚ୍ଚିଦାନନ୍ଦ ସାରସ୍ଵତ ଆଶ୍ରମରେ ଗିରି ଗୋବର୍ଦ୍ଧନ ପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି ପବିତ୍ର କାର‌୍ୟ୍ୟକ୍ରମରେ ନିତାଇ ଗୌରାଙ୍ଗ ମଠ ବଙ୍ଗାଳୀ ସାହି କଟକର ବୈଷ୍ଣବ ଚରଣ ଦାସ, ରାସବିହାରୀ ମଠ ପୁରୀ ଘାଟ କଟକର ନୀଳାଚଳ ଦାସ ବାବାଜୀ, ଖଣ୍ଡଗିରିର ଶିବ ଚିଦାନନ୍ଦ ସ୍ଵାମୀ ଓ ହରିଚରଣ ଦାସ ଆଦି ସନ୍ଥ ସମାଜ ପହଂଚି ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନରେ […]

ମୁଣ୍ଡ ନେଉଛି କୁଆଖାଇ

ବାରଙ୍ଗ,୫/୧୧(ଏସଏସନିୟୁଜ) ବାରଙ୍ଗ ଥାନା ଅଧୀନସ୍ଥ ନରଣପୁର ଗ୍ରାମ ନିକଟସ୍ଥ କୁଆଖାଇ ନଦୀରେ ବୁଡି ଜଣେ ଯୁବକ ମୃତ।ମୃତକ ଜଣକ ହେଉଛନ୍ତି ଉକ୍ତ ଥାନା ଅଧିନସ୍ଥ କୁସିନ୍ଦା ଗ୍ରାମର ପ୍ରଶାନ୍ତ ମୁଦୁଲି (୩୫)।ସୂଚନାନୁସାରେ ଶୁକ୍ରବାର ପୂର୍ବାହ୍ନ ସମୟରେ ପ୍ରଶାନ୍ତ ନିଜ ପୁତୁରା ସହ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ।ଗାଧୋଉଥିବା ସମୟରେ ତାଙ୍କ ପୁତୁରା ନଦୀ ସୁଅରେ ବୁଡ଼ି ଯାଉଥିବା ଦେଖି ସେ ତାଙ୍କୁ ବଞ୍ଚାଇବାକୁ ପାଣିର ସ୍ରୋତ ମଧ୍ୟକୁ ଚାଲି ଯାଇଥିଲେ।ଚିତ୍କାର ଶୁଣି ନିକଟରେ ଥିବା ଲୋକେ ସଙ୍ଗେ […]

ମିଳିଲା ଜଣଙ୍କର ମୃତଦେହ

ବାଲିଅନ୍ତା, ୫/୧୧(ଏସଏସନିୟୁଜ) ପଅରଦିନ ବିଳମ୍ବିତ ରାତିରେ ପୁରୀ କେନାଲରେ ଏକ କାର ପୁରୀ କେନାଲରେ ଖସିପଡ଼ିଥିଲା । ଦୁଇଘଣ୍ଟା ଯାଏ ପାଣିରେ ବୁଡ଼ି ରହିବାପରେ କ୍ରେନ ସହାୟତାରେ ସ୍ଥାନୀୟ ଲୋକ କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ ମଧ୍ୟ କାରରେ ଥିବା ୨ ଜଣ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦୀପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର ନିଖୋଜ ରହିଥିଲେ । ଆଜି ସକାଳେ ବାଲିଅନ୍ତା ଅଗ୍ନଶମ ବିଭାଗ କାର୍ଯ୍ୟାଳୟ ସାମ୍ନା କେନାଲରେ ଏକ ଶବ […]

ଦୀପରୁ ଲାଗିଗଲା ନିଆଁ, ଜଳିଗଲା ୨ ଦୋକାନ

ସାଲେପୁର,୫/ ୧୧(ଏସଏସନିୟୁଜ) ଦୀପାବଳି ସାଲେପୁର ମୁଖ୍ୟ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଫଳରେ କିଛି ପରିବା ଦୋକାନ ଏବଂ ଫଳ ଦୋକାନ ଜଳି ଯାଇଛି। ଗୁରୁବାର ସମସ୍ତେ ଦୀପାବଳି ପାଳନରେ ବ୍ୟସ୍ତ ଥିବାବେଳେ ସାଲେପୁର ବଜାରରେ ଥିବା କିଛି ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଦୁଇ ବ୍ୟବସାୟୀ ମନୁ ମଲ୍ଲ ଏବଂ ବିଚିତ୍ର ଆନନ୍ଦ ଭୂୟାଁଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବା ବେଳେ ଦୀପରୁ […]

ନଳବଣରେ ବଢୁଛି ପକ୍ଷୀଙ୍କ ସଂଖ୍ୟା

ଚିଲିକା, ୫/ ୧୧(ଏସଏସନିୟୁଜ)ଚିଲିକାକୁ ଆସିବା ଆରମ୍ଭ କଲେଣି ବିଦେଶାଗତ ପକ୍ଷୀ ।ଧିରେଧିରେ ପକ୍ଷୀମାନଙ୍କ ସଂଖ୍ୟା ବଢିବାରେ ଲାଗିଛି ।ବିଦେଶାଗତ ପକ୍ଷୀମାନଙ୍କ କୋଳାହଳରେ ନଳବର୍ଣ ମୁଖରିତ ହେବାକୁ ଆରମ୍ଭ କରିଛି ।ଏବେ ସୁଦ୍ଧା୬୬ ପ୍ରଜାତିର ପକ୍ଷୀ ଆସିବା ଆରମ୍ଭ କରିଛନ୍ତି । ନଳବଣରେ ୭ ହଜାର ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି ।ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ଉଦ୍ୟମ ଆରମ୍ଭ କରାଯାଇଛି । ଜଳ ଓ ସ୍ଥଳରେ ୨୧ଟି ଟିମ୍ ନିୟୋଜିତ ହୋଇ […]