Browsing category

ମହାନଗର

ଡରରେ ବନ୍ଧୁକ ଛାଡି ପଳାଇଲେ

୧. ଓଡ଼ିଶାର କୋଟିଆରେ ଆନ୍ଧ୍ରର ରାଜ୍‌ ।କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ । ୨. ଆଇପିଏଲ୍‌ ୨୦୨୧: ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ । ୩. ନେଉଆ ଓ ଜାମରୁଲ୍‌ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍‌କୁ ଧମକ ଦେଲା ତାଇୱାନ୍ । ୪. […]

ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବାରଙ୍ଗ,୧୯/୯(ଏସ ଏସ ନିୟୁଜ )କଳାରାହାଙ୍ଗ ରେଳ ଫାଟକ ନିକଟ ରେଳ ଧାରଣାରୁ ଆଜି ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ମଞ୍ଚେଶ୍ଵର ଜିଆରପି ପୋଲିସ।ସୂଚନା ମୁତାବକ ଆଜି ସକାଳ ୭.୩୦ ସମୟରେ ବାଙ୍ଗାଲୋର ଯାଉଥିବା ତିନସୁକିଆ – ବାଙ୍ଗାଲୋର ଏକ୍ସପ୍ରେସ ଟ୍ରେନରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି।ଯୁବକ ଜଣକ ସିମାଲିଗୁଡ଼ି ରୁ ବାଙ୍ଗାଲୋର ଯାଉଥିଲେ ବୋଲି ତାଙ୍କ ନିକଟରୁ ମିଳିଥିବା ଟିକେଟରୁ ପୋଲିସ ଜାଣିବାକୁ […]

ବର୍ଷାପାଣି ପାଇଁ ବର୍ଷାରେ ଗ୍ରାମବାସୀ

ବାରଙ୍ଗ,୧୯/୯(ଏସ ଏସ ନିୟୁଜ ) ପାଣି ପାଇଁ ରାସ୍ତା କୁ ଓହ୍ଲାଇଲେ ଲୋକେ।ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବାରଙ୍ଗ କଟକ ମୁଖ୍ୟ ରାସ୍ତାକୁ କଲେ ଅବରୋଧ।ଶେଷରେ ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।ଆମେ କହୁଛୁ ବାରଙ୍ଗ ଅଞ୍ଚଳ କଥା।ଦୀର୍ଘ ବର୍ଷ ହେଇଯିବ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ଅନେକ ଗ୍ରାମ ଜଳମଗ୍ନ ହେଉଛି।ଯାହାର ଜ୍ୱଳନ୍ତ ଉଦାହରଣ ଗତ ଲଘୁଚାପ […]

ସାକ୍ଷୀଗୋପିନାଥଙ୍କ ରାଜାବେଶ

ସାକ୍ଷୀଗୋପାଳ,୧୮/୯(ଏସଏସନିୟୁଜ)ରାଜାବେଶରେ ଭକ୍ତ ମାନଙ୍କୁଦର୍ଶନ ଦେଇଛନ୍ତି ସାକ୍ଷୀଗୋପିନାଥ । ପରମ୍ପରା ଅନୁଯାଇ ବର୍ଷ ତମାମ ଠାକୁରଙ୍କ ସମ୍ପତିକୁ ଭାଗେଦକଲ କରିଆସୁଥିବା ବ୍ୟକ୍ତିମାନେ ସେମାନେ ପ୍ରଜାଭାବରେ ଠାକୁରଙ୍କୁ ବର୍ଷକୁଥରେ ଭେଟି ଦେଇଥାନ୍ତି ।ବର୍ଷକୁ ଥରେ ଠାକୁରଙ୍କର ରାଜାବେଶ ଅନୁଷ୍ଠିତ ହୋଇଥାଏ । ଦୈନଦିନ ଠାକୁରଙ୍କ ଦେବନୀତି ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦିରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ […]

ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ…

୧. ସୁପ୍ରତିଷ୍ଠିତ ସାରସ୍ୱତ ସାଧିକା, ସୁଲେଖିକା, ବାଗ୍ମି, ଲୋକ ସେବକ ମଣ୍ଡଳର ପୂର୍ବତନ ସଭ୍ୟା ମନୋରମା ମହାପାତ୍ରଙ୍କ ବିୟୋଗରେ ସର୍ବପୁରାତନ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍ ସେବକ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ୨. ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ : ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ […]

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ଭୁବନେଶ୍ୱର,୧୮/୯(ଏସଏସନିୟୁଜ) ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାବେଳେ ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଅମରିନ୍ଦର ସିଂହ ଇସ୍ତଫା ଦେଇଥିବା ଜଣାପଡିଛି ।ଯାହାକୁ ନେଇ ପଞ୍ଜାବ କଂଗ୍ରେସରେ କନ୍ଦଳ ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବାପରେ ହାଇକମାଣ୍ଡ. କାହାକୁ ମୁକୁଟ ପିନ୍ଧାଇବେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତୃଣମୂଳ କଂଗ୍ରେସରେ ଯୋଗଦେଲେ ବାବୁଲ ସୁପ୍ରିଓ

ଈୁବନେଶ୍ୱର,୧୮/୯(ଏସଏସନିୟୁଜ)ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିବାସହ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କହିଥିଲେ । ଗତ ନିର୍ବାଚନ ସମୟରେ ସେ ଟିଏମ୍‌ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ପୁଣି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।ଯାହାକୁ ନେଇ ଚର୍ଚ୍ଚା ଯୋରଧରିଛି ।ବିଜେପିରୁ ଗୋଟିଏ ପରେ ଗୋଟିଏ ନେତା ଦଳଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଉଥିବାରୁ […]

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଆସନ୍ତାକାଲି ପଡୁଥିବା ଅନନ୍ତ ବ୍ରତ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରିକରାଯାଇଛି । ଅନନ୍ତ ବ୍ରତ ପାଇଁ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ବିଏମସି ଗାଇଡଲାଇନ୍ ଆଣିଛି ।ଏହି ଗାଇଡଲାଇନ୍ ଅନୁଯାୟୀ ଅନନ୍ତ ବ୍ରତରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ଉପରେ ରୋକ ଲଗାଇବା ସହ କାଭେିଡ ନୀୟମକୁ କଡାକଡିଭାବେ ମାନିବାକୁ କୁହାଯାଇଛି ।ଅନ୍ୟପଟେ ଡବଲ ଡୋଜ୍ ଟିକା ନେଇଥିବା […]

୨୧ ଯାଏଁ ପ୍ରବଳ ବର୍ଷିବ?

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) ୧୮ ତାରିଖରୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୧୨ଟିଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ଜିଲ୍ଲାଗୁଡିକ ହେଲା ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ।

ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ,୧୮/୯(ଏସଏସନିୟୁଜ)ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ଶିକ୍ଷାବିତ୍‌, ସାହିତ୍ୟିକ ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରାଯାଇଛନ୍ତି। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀ ମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା […]