Browsing category

ମହାନଗର

ନରାଜ ବ୍ୟାରେଜ ରୁ ଖସିପଡ଼ି ଯୁବକ ଗୁରୁତର

ବାରଙ୍ଗ,୮/୯(ଏସଏସନିୟୁଜ)ନରାଜ ବ୍ୟାରେଜ ରେ ଅଘଟଣ।ବ୍ୟାରେଜରୁ ତଳକୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି।ଯୁବକ ଜଣକ ହେଉଛନ୍ତି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ଗ୍ରାମର ଦୀପକ ପୃଷ୍ଟି(୩୨)।ସୂଚନା ମୁତାବକ ବୁଧବାର ଅପରାହ୍ନରେ ଦୀପକ ମହାନଦୀର ଜଳସ୍ରୋତ କୁ ଦେଖୁଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ତଳେ ଥିବା କଂକ୍ରିଟ ଚଟାଣ ଉପରେ ଖସି ପଡ଼ିଥିଲେ।ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୋଡିସାହି ଫାଣ୍ଡି ଏବଂ କଟକ ଅଗ୍ନିଶମ ବାହିନୀକୁ […]

ପାୱାର ଶୋ’ କଲେ ଶ୍ରୀମୟୀ

୧. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ୨. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା ଫଳ ପ୍ରକାଶିତ । ୩. ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ । ୪. ଆସନ୍ତାକାଲି ପୁଣି ବିଧାନସଭାରେ ଆସିବ ‘ଓବିସି’ ସଂରକ୍ଷଣ ସଂକଳ୍ପ । ୫. ଟି୨୦ ବିଶ୍ୱକପ୍‌ରେ […]

ପୌର ନିର୍ବାଚନ ପାଇଁ ଫିଟିଲା ବାଟ

ଭୁବନେଶ୍ୱର, ୭/୯(ଏସଏସନିୟୁଜ) ପୌର ନିର୍ବାଚନ ପାଇଁ ଫିଟିଲା ବାଟ ।ଏଥିନିମନ୍ତେ ଆଜି ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି ।ଏହି ଆଧାରରେ ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ରହିଛି । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ଓ ପରେ ଅବଶିଷ୍ଟ ଅଂଶକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ ।କିନ୍ତୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ କମ୍ ହେବ […]

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

ଭଦ୍ରକ, ୭/୯(ଏସଏସନିୟୁଜ) ଏକ ଅଟୋରେ ନକଲି ଜର୍ଦ୍ଦା ନେଇ ଯାଜପୁର ଯାଉଥିବାବେଳେ ପୁରୁଣାବଜାର ପୁଲିସ ହାତରେ ଧରାପଡିଛି ।ବିଶେଷସୁତ୍ରରୁ ଖବରପାଇ ପୋଲିସ ଚଢଉ କରି ଅଟୋସହ ଦେଢ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦାକୁ ଜବତ କରିଛି ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।ଏହିଗଟଣାରେ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟଚାଳଣ କରିଛି ।

ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ

ଭୁବନେଶ୍ୱର,୭/୯(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର‌୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ […]

ଲକ୍ଷ୍ମଣ ରେଖା ପାରି ନକରିବାକୁ ଦେଲେ ଚେତାବନୀ

୧. ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍‌କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ । ୨. ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ୩. କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ବିପୁଳ ସ୍ବାଗତ, ଓଡିଶା ଜଳବିବାଦର ସମାଧାନ ପାଇଁ ଦେଲେ ପ୍ରତିଶୃତି । ୪. ନୂଆଦିଲ୍ଲୀ ରେ INS ବିକ୍ରାନ୍ତକୁ ବିସ୍ଫୋରଣରେ ଉଡ଼ାଇଦେବାର ଧମକ । ୫. ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ […]

୧୩ରେ କଟକ ବନ୍ଦ

ଭୁବନେଶ୍ବର,୬/୯(ଏସଏସନିୟୁଜ) ୧୩ ତାରିଖରେ କଟକ ସହର ବନ୍ଦ । କଟକ ସହର ବନ୍ଦ ଡ଼ାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ତରଫରୁ ଦିଆଯାଇ ଥିବା ଗାଇଡ଼୍ ଲାଇନ୍ କୁ ବିରୋଧ କରି ଏହି ବନ୍ଦ ଡ଼ାକରା ଦିଆଯାଇଥିବାନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ୍ୱ ଏହି ସୁଚନା ଦେଇଛନ୍ତି ।କରୋନାପାଇଁ ପୂଜାପାର୍ବଣ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।ଏହାସହ ଆବଦ୍ଧ ମଣ୍ଡପରେ ୪ ଫୁଟ ମୂର୍ତ୍ତି ନିର୍ମାଣ କରି […]

ମହାଦୁର୍ନତି ଅଭିଯୋଗ ଆଣିଲେ ଚାଷୀ

ଜଟଣୀ,୬/୯(ଏସଏସନିୟୁଜ) ଜଟଣୀରେ ଥିବା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ ଓ ସମ୍ପ୍ରସାରଣ କେନ୍ଦ୍ରରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି କେତେକ ସଫଳ ଚାଷୀ । କୃଷି କାର‌୍ୟ୍ୟାଳୟର ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଧାଂଶୁ ମୋହନ ପ୍ରଧାନ ଏବଂ ତତ୍ୱାବଧାରକ ଶରତ ଚନ୍ଦ୍ର ଓଝା ଙ୍କ ବିରୁଦ୍ଧରେ ଚାଷୀମାନେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ।ଚାଷୀମାନେ କହିଛନ୍ତି ଯେ, ଏହି ଦୁଇଜଣ ପ୍ରାୟସମୟରେ ଫିଲ୍ଡ ଯାଇଥିବାର ବାହାନା କରି ଅନୁପସ୍ଥିତ ରହିଥାନ୍ତି ।ଯାହାଫଳରେ ସରକାରୀ ଯୋଜନା ବିଷୟରେ ଚାଷୀମାନେ […]

ରାଷ୍ଟ୍ରୀୟ ସାମାଜିଜ ନ୍ୟାୟମଞ୍ଚ ପକ୍ଷରୁ ଆନ୍ଦୋଳନ

ଜଟଣୀ,୬/୯(ଏସଏସନିୟୁଜ) ଗୁରୁଜୀ ମାନସ ଦାଶ ଗିରଫ ପ୍ରତିବାଦରେ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଜଟଣୀ ଶାଖା ପକ୍ଷରୁ ପୋଷ୍ଟ ଅଫିସ ଛକ ଠାରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଏକ ଷଡ଼ଯନ୍ତ୍ରକରି ପୋଲିସ କିଛି କୂଚକ୍ରି ବ୍ୟକ୍ତିଙ୍କ ମିଥ୍ୟା ପ୍ରଚାରରେ ଗୁରୁଜୀଙ୍କୁ ବାସଭବନରୁ ଗିରଫ କରି ଜେଲରେ ରଖିଛନ୍ତି ସରକାର ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ତୁରନ୍ତ ନ୍ୟାୟ ପ୍ରଦାନ ସ୍ୱରୁପ ଜେଲରୁ ମୁକ୍ତି କରନ୍ତୁ । ନଚେତ ଆଗାମୀ ଭବିଷ୍ୟତରେ ବଡ […]

ଟ୍ରେନ ଧକ୍କାରେ ଜଣେ ମୃତ

ବାରଙ୍ଗ,୬/୯(ଏସ ଏସ ନିୟୁଜ)ନରାଜ ରୁ ନୁଆଶାସନ କୁ ସଂଯୋଗ କରୁଥିବା ରେଳ ଲାଇନ୍ ଉପରେ ସୋମବାର ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଛି।ସୂଚନାନୁସାରେ ଆଜି ମଧ୍ୟାହ୍ନ ସମୟରେ ନରାଜ ଗ୍ରାମର ବାଦଲ ସାହୁ(୪୮) କୌଣସି ଏକ କାର୍ଯ୍ୟରେ ନୂଆଶାସନ ସ୍ଥିତ ସମ୍ପର୍କୀୟ ଘରକୁ ଯାଇଥିଲେ।ସେଠାରୁ କାର୍ଯ୍ୟସାରି ନୂଆଶାସନ ଓ ନରାଜକୁ ସଂଯୋଗ କରୁଥିବା ରେଳ […]