Browsing category

ମହାନଗର

ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର,୨୧/୯(ଏସଏସନିୟୁଜ) ଚନ୍ଦ୍ରଶେଖରପୁର ଥାନା ଅଧୀନ କଲ୍ୟାଣମଣ୍ଡପ ବସ୍ତିରେ ସ୍ୱାମୀକୁ କାଠଫାଳିଆରେ ପିଟିପିଟି ସ୍ତ୍ରୀ ହତ୍ୟା କରିଥିବାଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ମୃତବରଣକରିଥିବା ବ୍ୟକ୍ତି ସାମ ମୁଣ୍ଡୁରି(୫୦) ବିଏମସିରେ ସଫେଇ କାମ କରନ୍ତି। ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବାର ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ସ୍ତ୍ରୀ ଝିଙ୍ଗି ମୁଣ୍ଡୁରୀକୁ ଅଟକ ରଖିଛି । […]

ଜାଲରେ ପଡିଲା ଅଜଗର ସାପ

ଚନ୍ଦ୍ରଶେଖରପୁର,୨୧/୯(ଏସଏସନିୟୁଜ)ଟାଙ୍ଗିବନ୍ତ ଗ୍ରାମର କିଛି ଯୁବକ ମଙ୍ଗଳବାରସକାଳେ ମାଛମାରିବାକୁ ବୁଡୁନଇ କୁ ଯାଇଥିଲେ । ଜାଲ ଟାଣିବାବେଳେ ଭାରୀ ଲାଗିବା ସହ ଅଧିକ ପରିମାଣର ମାଛ ଲାଗିଥିବାର ଆଶା ରଖି ଖୁସିରେ ଜାଲକୁ ଟାଣିଥିଲେ ।କିନ୍ତୁ ଜାଲଟି ଉପରକୁ ଆସିବାବେଳକୁ ତା ମଧ୍ୟରେ ଏକ ଅଜଗରସାପଟି ପଡିଥିବାର ଦେଖିବାକୁ ପାଇଥିଲେ ।ସାପଟିକୁ ଗାଁ ମଧ୍ୟକୁ ଆଣିବାପରେ ସାପକୁ ଦେଖିବାପାଇଁ ଗ୍ରାମବାସୀଙ୍କ ଭୀଡ ଲାଗିରହିଥିଲା ।ଖବର ପାଇ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ନେଇଛି ।

କୁଆଖାଇରେ ବୁଲୁଛି କୁମ୍ଭୀର

ଚନ୍ଦ୍ରଶେଖରପୁର,୨୧/୯(ଏସଏସନିୟୁଜ)ସାବଧାନ ! କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର ।ମଙ୍ଗଳବାରଦିନ ସକାଳେ ରାଜଧାନୀ ଉପକଣ୍ଠ ଝିଙ୍କରଡିହି ଗ୍ରାମମୁଣ୍ଡ କୁଆଖାଇ ତୁଠରେ କିଛି ଯୁବକ ଗାଧୋଉଥିବାବେଳେ କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ ।କୁମ୍ଭୀରଟି ସେମାନଙ୍କ ଆଡକୁ ଆସୁଥରବାର ଜାଣି ପାଣିରୁ ଉଠି ପଳାଇଆସିଥିଲେ ।ଏହି ଖବର ପ୍ରଚାରିତ ହେବାପରେ ଗ୍ରାମର ଯୁବକମାନେ କୁମ୍ଭୀରଟିକୁ ଦେଖିବାକୁ ତୁଠପାଖରେ ଭୀଡ ଲଗାଇଥିଲେ ।ଅନ୍ୟପଟେ ଭୟରେ ଗ୍ରାମବାସୀ କେହି ଶୈାଚ ପାଇଁ ଆଉ କୁଆଖାଇ ନଦୀକୁ ଯାଇନଥିଲେ ।

ବିଏସ୍‌ଏଫ୍‌, ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଡେଲାଙ୍ଗ,୨୦/୯(ଏସଏସନିୟୁଜ) ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ।ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁଲିସ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରିଛି । ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର, ବାୟାବଜାର ,ବେରବୋଇ ଛକ ସହିତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ବିଏସ୍‌ଏଫ୍‌, କେନ୍ଦ୍ରୀୟ ଓ ଓଡିଶା ପୁଲିସ ପକ୍ଷରୁ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା […]

ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର, ୨୧/୯(ଏସଏସନିୟୁଜ)ପୁଣି ଖୋଲିଲା ହିରାକୁଦର ଆଉ ୨ଟି ଗେଟ ।ଜଳସ୍ତର ହ୍ରାସପାଇବାପରେ ପର୍ଯ୍ୟାୟକ୍ରମେ ହିରାକୁଦରୁ ଗେଟ ବନ୍ଦ କରାଯାଇଥିଲା ।ଏବେ ପୁଣି ଜଳସ୍ତର ବୃଦ୍ଧିପାଇବା ଯୋଗୁ ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲାଯାଇଛି । ଡ୍ୟାମରେ ଜଳସ୍ତର ୬୨୯.୫୮ ଫୁଟ ରହିଥିବାବେଳେ ୧୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି ।

SDOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର, ୨୧/୯(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ମିଟର ରିଡିଂ ବିଭାଗର ଦାୟିତ୍ୱରେ ଥିବା SDO  ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।ତାଙ୍କ କାର୍ଯ୍ୟାଳୟ ସହିତ ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜ ଓ ଭାଇଙ୍କ ଘର,ଶଶୁରଘର ସମେତ ୪ଟି ସ୍ଥାନରେ ଏକକାଳିନ ରେଡ୍ ହୋଇଛି ।

ପୁଣି ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣିଥରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲଳିତ କଳା ଏକାଡେମୀର ସଭାପତି ରୂପେ ମନୋନୀତ ହୋଇଛନ୍ତି । ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟନିର୍ବାହ କରିଆସୁଥିଲେ ।ପୁଣିଥରେ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟନିର୍ବାହ ନିମନ୍ତେ ରାଜ୍ୟସରକାର ତାଙ୍କୁ ମନୋନିତ କରିଛନ୍ତି ।ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମୋ ପୁଅକୁ ବିଦ୍ୟା ହିଁ ମାରିଛି !

୧-ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା କୋଲକାତା ୨-୨୭ରେ ଭାରତ ବନ୍ଦ ! ଡାକରା ଦେଲା ସଂଯୁକ୍ତ କିଷାନ ମଞ୍ଚ, କଂଗ୍ରେସର ସମର୍ଥନ ଘୋଷଣା । ୩-ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ .୪-ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା, ବାତିଲ୍ କଲା ପାକିସ୍ତାନ ଗସ୍ତ . ୫-ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ ଦେହ । ୬-ମୃତ ଜ୍ୟୋତିପ୍ରକାଶଙ୍କ […]

ବାରବାଟୀକୁ ଫେରିଲା ଟି-୨୦

କଟକ, ୨୦/୯(ଏସ ଏସ ନିୟୁଜ)ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ ଟି-୨୦ ମୁକାବିଲା । ଆସନ୍ତା ୨୦୨୨ରେ ଭାରତୀୟ ଦଳ କଟକରେ ମ୍ୟାଚ ଖେଳିବ ବୋଲି କୁହାଯାଇଛି । ୨୦୨୨ ଫେବୃୟାରୀ ୧୫ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ମୁକାବିଲା ଖେଳାଯିବାନେଇ ବିସିସିଆଇ ଆପେକ୍ସ କମିଟି ଘୋଷଣା କରିଛି। ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

କୋଇଲା ଟ୍ରକରୁ ମିଳିଲା ୨୨୫୬ କିଲୋ ଗଂଜେଇ ଜବତ

ମାଲକାନଗିରି, ୨୦/୯(ଏସ ଏସ ନିୟୁଜ) ଗଂଜେଇ ଚାଲାଣର ଅଭିନବ ଉପାୟକୁ ଆପଣେଇଥିବା ବେଳେ ଚିତ୍ରକୋଣ୍ଡା ଥାନା ପୋଲିସ ୩ଜଣଙ୍କୁ ଗିରଫ କରିବାସହ ବ୍ୟବହୃତ ଟ୍ରକକୁ ଜବତ କରିଛି ।କୈାଣସିସୁତ୍ରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ ଆରମ୍ଭ କରିଥିଲେ ।ଏହିସମୟରେ ଆସୁଥିବା ସିଜି-୦୭-୮୫-୨୫୬୪ ନମ୍ବର ଗୁଣ୍ଡକୋଇଲା ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ ପରେ ସେଥିରୁ ୯୪ ପ୍ୟାକେଟ ରେ ଥିବା ୨୨୫୬ କିଲୋ ଗଂଜେଇ ଜବତ କରିଥିଲା ପୋଲିସ । ଟ୍ରକରେ […]