କୋଇଲା ଟ୍ରକରୁ ମିଳିଲା ୨୨୫୬ କିଲୋ ଗଂଜେଇ ଜବତ

ମାଲକାନଗିରି, ୨୦/୯(ଏସ ଏସ ନିୟୁଜ) ଗଂଜେଇ ଚାଲାଣର ଅଭିନବ ଉପାୟକୁ ଆପଣେଇଥିବା ବେଳେ ଚିତ୍ରକୋଣ୍ଡା ଥାନା ପୋଲିସ ୩ଜଣଙ୍କୁ ଗିରଫ କରିବାସହ ବ୍ୟବହୃତ ଟ୍ରକକୁ ଜବତ କରିଛି ।କୈାଣସିସୁତ୍ରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ ଆରମ୍ଭ କରିଥିଲେ ।ଏହିସମୟରେ ଆସୁଥିବା ସିଜି-୦୭-୮୫-୨୫୬୪ ନମ୍ବର ଗୁଣ୍ଡକୋଇଲା ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ ପରେ ସେଥିରୁ ୯୪ ପ୍ୟାକେଟ ରେ ଥିବା ୨୨୫୬ କିଲୋ ଗଂଜେଇ ଜବତ କରିଥିଲା ପୋଲିସ । ଟ୍ରକରେ ଥିବା ପବନ କୁମାର ପାଣ୍ଡେ(୨୫),ଅମରଜିତ ଯାଦବ (୨୬) ଏବଂ କ୍ରିଷ୍ଣା ଯାଦବ(୨୧)ଙ୍କୁ ପୋଲିସ ଗିରଫ କରି ପଚରାଉଚରା ବେଳେ ଚିତ୍ରକୋଣ୍ଡା ଅଂଚଳରୁ ବାହାର ରାଜ୍ୟକୁ ଗଂଜେଇ ରପ୍ତାନି କରାଯାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

Comments (0)
Add Comment