Browsing category

ମହାନଗର

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା […]

ଚୋରିକରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ରେ ପ୍ରବେଶ କରିଥିଲେ । […]

ଦେଶୀ ମଦ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୧୦ା୧(ଏସଏସନିଉଜ) ଦାମୀ ଗାଡ଼ିରେ ଦେଶୀମଦ ଚୋରାଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଚନ୍ଦକା ଥାନା ପୋଲିସ। ସେମାନଙ୍କଠାରୁ ଏକକାର ଜବତ ସହିତ ଏକ ମାରଣାସ୍ତ୍ର ଜବତ କରି ଦୁଇମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଉକ୍ତଥାନା ଅଧୀନରେ ସିମିଳିପାଟଣା ଅଞ୍ଚଳର ମିତାଭୋଇ (୨୪) ଓ ମାନିଭୋଇ(୫୦) ବୋଲି ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରୁ ଗାଡ଼ିକୁ ଛାଡି ଦୁଇଜଣବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟଯେ , ଶନିବାରଦିନ ଚନ୍ଦକା ପୋଲିସ ଦିନ ୧୧ […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]

ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ

କଟକ,୮।୧(ଏସଏସନିଉଜ) ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଶୁକ୍ରବାର ଦିନ ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୃଢ […]

ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା

ଚନ୍ଦ୍ରଶେଖରପୁର,୭।୧(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବୁଧବାର ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଟିତ ବାର୍ଷିକକ୍ରୀଡ଼ାର ମଙ୍ଗଳବାରଦିନ ପ୍ରଥମ ଦିବସରେମା’ ଶିଖରଚଣ୍ଡୀଙ୍କ ମନ୍ଦିରରୁ କ୍ରୀଡ଼ା ମଶାଲକୁ ସମ୍ମାନର ସହ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଆଣି କ୍ରୀଡାଙ୍ଗନରେ ସ୍ଥାପନ କଲାପରେ ବାର୍ଷିକକ୍ରୀଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଉଦଘାଟନର ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ପୂର୍ବତନ କ୍ରୀଡ଼ା ପରିଷଦର ସଚିବ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ଯୁବ କ୍ରୀଡ଼ାବିତ୍ ମାନଙ୍କୁ […]

ନୁଆବନ୍ତରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୭।୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା‌ ବାଣପୁର ମାଟିରୁ ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୂର ଓ ବରିମୁଣ୍ଡ ପଞ୍ଚାୟତର ମଧ୍ୟଭାଗ ନୁଆବନ୍ତଗ୍ରାମ ପଡିଆରେଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୬।୧(ଏସଏସନିଉଜ)ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ।ଏହା ଘନୀଭୂତ ହେବାନେଇ ପୂର୍ବାନୁମାନ କରିଛି ଆଇଏମଡି। ପୂର୍ବ ବିଷୁବରେଖା ନିକଟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଭାରତ ମହାସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ।କିନ୍ତୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଆଡକୁ ଗତି କରିବ ବୋଲି ଆଶା କରିଛି ପାଣିପାଗ ବିଭାଗ।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ପଞ୍ଚମ ଓ ଅଷ୍ଟମରେ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର,୩।୧(ଏସଏସନିଉଜ)ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯାଇ ପାସ୍, ଫେଲର ବ୍ୟବସ୍ଥା ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହୋଇମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ ।ଏହାପରେ ପରୀକ୍ଷାରେ ଫେଲ୍ କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବଏପ୍ରିଲ୍ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ଚତୁର୍ଥ ସପ୍ତାହରେ […]

୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର,୩।୧(ଏସଏସନିଉଜ)ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍।ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିଲେ ପାଇବେ ଗ୍ରୀନ୍ ଷ୍ଟିକର୍।୧୦ ତାରିଖ ପୂର୍ବରୁ କରିଥିଲେ RTOରୁ ଆଣିପାରିବେ।୧୦ତାରିଖ ପରେ କରିଲେ PUC ଟେଷ୍ଟିଂ ସେଣ୍ଟରରେ ମିଳିବ।ସବୁ RTOରେ ଖୋଲାହେବ ସ୍ପେଶାଲ୍ କାଉଣ୍ଟର ।ଷ୍ଟିକର୍ ଦେବା ଆଗରୁ ଚେକ୍ ହେବ ପଲ୍ୟୁସନ୍ ସାର୍ଟିଫିକେଟ୍।RC ଏବଂ ବାହନ ଡାଟାବେସ୍ ଯାଞ୍ଚ କରାଯିବ।ଅରିଜିନାଲ୍ PUCC, RC କପି ଦେଖାଇବାକୁ ପଡ଼ିବ।ଗାଡ଼ିମାଲିକ ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କଲା ପରିବହନ ବିଭାଗ।