Browsing category

ମହାନଗର

ମାଡ଼ିଆସୁଛି ବାତ୍ୟାମୋନ୍ଥା,ଜିରୋ କାଜୁଆଲିଟି ଲକ୍ଷ୍ୟ-ମନ୍ତ୍ରୀ

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ) ଆସନ୍ତାକାଲି ରାତିରୁ ସକାଳ ପର୍ୟ୍ୟନ୍ତ ବାତ୍ୟାର ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବ । ସର୍ବାଧିକ ପବନର ବେଗ ୧୧୦ କିଲୋମିଟର ରହିବ ।ବାତ୍ୟାକୁ ମୁକାବିଲା କରିବାପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ଓ ପରାମର୍ଶ ମାନନ୍ତୁ ବୋଲି ପ୍ରେସ୍‌ମିଟ୍‌ରେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ।ମନ୍ତ୍ରୀ କହିଛନ୍ତି […]

ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ବର,୨୭ା୧୦(ଏସଏସନିଉଜ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥା ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି । ଆସନ୍ତାକାଲି ରାତିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ୨୯ ତାରିଖ ଭୋରରେ ବାତ୍ୟା ରୂପରେ ଓଡ଼ିଶା ଦେଇ ଅତିକ୍ରମ କଲାବେଳେ ଏହାର ପ୍ରଭାବ ଦକ୍ଷିଣ ଓଡିଶାରେ ଅଧିକ ରହିବ । କୋରାପୁଟ , ମାଲକାନଗିରି , ନବରଙ୍ଗପୁର ଦେଇ ଗତି କରିବାବେଳେ ପବନର ବେଗ ୬୦ରୁ ୮୦ କିମି ରହିବ । ଛତିଶଗଡ଼ରେ ପହଞ୍ଚିଲା ବେଳକୁ […]

ପୁଣି ଏନଡିଆରଏଫରୁ ଗଲେ ୫ଦଳ

କଟକ,୨୭ା୧୦(ଏସଏସନିଉଜ) ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫରୁ ଦିତୀୟ ପର୍ୟ୍ୟାୟରେ ୫ଟି ଦଳ ସୋମବାର ଦିନବାହାରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦ୍ୱିତୀୟ ପର୍ୟ୍ୟାୟରେ ପାଞ୍ଚଟି ଦଳ ରାଜ୍ୟର ବିଭିନ୍ନ ସ୍ଥାନର ନିୟୋଜିତ ହେବେ।ପ୍ରତି ଦଳରେ ୩୨ ଜଣ ଯବାନ ରହିଥିବାବେଳେ ସେମାନଙ୍କୁ ପରିଚାଳନା କରିବା ପାଇଁ ତିନିଜଣ ଅଧିକାରୀ ରହିଛନ୍ତି।ଆଜି ଯାଇଥିବା ଏହି ଦଳ ରାୟଗଡ଼ା,କନ୍ଧମାଳ,ଗଜପତି, କୋରାପୁଟ,ମାଲକାନଗିରିରେ ନିୟୋଜିତ ହେବେ ବୋଲି ଜଣାପଡିଛି। ଏହାପରେ ବି ଆଉ କିଛି ଦଳ ସଜାଗ ହୋଇ ରହିଥିବାବେଳେ […]

ରାମଲାଲାଙ୍କ ମନ୍ଦିରର ନିର୍ମାଣ ଶେଷ

ଭୁବନେଶ୍ୱର,୨୭ା୧୦(ଏସଏସନିଉଜ)ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମୁଖ୍ୟମନ୍ଦିର ପରିସରରେ ୬ଟି ଓ ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ ହୋଇଛି ।ମନ୍ଦିରରେ ଧ୍ବଜା ଓ କଳସସ୍ଥାପନ ମଧ୍ୟ ସମାପ୍ତ ହୋଇଛିାସପ୍ତର୍ଷିଙ୍କପାଇଁ ୭ଟିମଣ୍ଡପ ଓ ତୁଳସୀଦାସ ମନ୍ଦିର ନିର୍ମାଣ କରାଯାଇଛିା୧୦ ଏକର ଅଞ୍ଚଳରେ ପଞ୍ଚବଟୀଉଦ୍ୟାନ ନିର୍ମାଣ କରାଯାଇଛିା୩.୫ କିମି ଦୀର୍ଘ ପାଚେରୀ, ଗେଷ୍ଟହାଉସ. ଅଡିଟୋରିୟମ ନିର୍ମାଣାଧୀନ ବୋଲି ଏକ୍ସରେ ରାମଜନ୍ମଭୂମୀ ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

୩୦ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ଵର, ୨୭।୧୦(ଏସଏସନିଉଜ)ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ ହେବାରେ ଲାଗିଛି। ରାଜ୍ୟସରକାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାତ୍ୟାସମୀକ୍ଷା କରିଛନ୍ତି।ଆସନ୍ତା ୩୦ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ହୋଇଥିବାରୁ ୮ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ SRC ଦେଓରଞ୍ଜନ ସିଂହSRC ଦେଓରଞ୍ଜନ ସିଂହ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପ୍ରଭାବିତ ହେବାକୁ ଥିବାମାଲକାନଗିରି, କୋରାପୁଟ, […]

ଜଳିଗଲା କବାଡିଆ ଗୋଦାମ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ଥାନା ଅଧୀନସ୍ତ ସୀତାରାମ ବଜାରରେ ଥିବା ଏକ କାବାଡ଼ିଆ ଗୋଦାମରେ ନିଆ ଲାଗି ଗୋଟିଏ ବଖରା ଘର ଜଳିଯାଇଛି।ନିଆ ଲାଗିବାର ପକୃତ କାରଣ ଜଣାପଡିନାହି।ତେବେ ରବିବାର ଅପରାହ୍ନ ୪ଟାରେ ଗୋଦାମଘର ଆଗରେ ଥୁଆ ହୋଇଥିବା ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀରେ ଅଚାନକ ନିଆ ଲାଗିଯାଇଥିଲା।ଯାହାଫଳରେ ନିଆରେ ଗୋଦାମ ଘର ମଧ୍ୟ ଜଳିଯାଇଥିଲା।ସ୍ଥାନୀୟ ଲୋକମାନେ ନିଆକୁ ଲିଭାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ବାରଙ୍ଗରୁ ଏକ ଦମକଳ ଆସି ନିଆକୁ ଆୟତ କରିଥଲା।(ଶେଖ୍ […]

କ୍ଷୀରଗାଡ଼ିରେ ଗୋଚାଲାଣ, ୯ ଗୋରୁ ଉଦ୍ଧାର

କଟକ ୨୬।୧୦(ଏସଏସନିଉଜ)କ୍ଷୀରଗାଡ଼ିରେ ଚାଲାଣ ହେଉଛି ଗୋରୁ ।ଗୋଚାଲାଣର ନୁଆ ଫଣ୍ଡା ଆପଣେଇଛନ୍ତି ଗୋଚାଲାଣକାରି ।ଏହିଭଳି ଏକ ଘଟଣା ରବିବାର ସକାଳେ ଗୋଡିସାହି ଫାଣ୍ଡି ପାଖରେ ଦେଖିବାକୁ ମିଳିଛି।କ୍ଷୀରଗାଡ଼ି ଭିତରୁ ୭ଟି ଗୋରୁକୁ ଉଦ୍ଧାର କରିଛି ପୋଲିସ। ଗୋଚାଲଣରେ ବ୍ୟବହୃତ ଏହି କ୍ଷୀରଗାଡ଼ିକୁ ପୋଲିସ ଜବତ କରି ୭ଟି ଗୋରୁକୁ ଗୋଶାଳାକୁ ପଠାଇଛି। ପ୍ରକାଶଯେ, ବାଙ୍କୀ ବାରଙ୍ଗ ମୁଖ୍ୟରାସ୍ତାର ଗୋଡିସାହିଫାଣ୍ଡି ପାଖରେ ଗୋଟିଏ କ୍ଷୀରଗାଡ଼ି ଲେଖାଥିବା ଓଡ଼ି ୦୫୪୮୯୨ନମ୍ୱର ବୋଲେରୋଟି ଥୁଆ ହୋଇଥିବାର ସ୍ଥାନୀୟ ବ୍ୟବସାୟୀମାନେ ରବିବାର ସକାଳୁ […]

ବାତ୍ୟା ମୁକାବିଲା ପାଇଁ ଗଲା ଏନଡିଆରଏଫର ୩ଟି ଦଳ

କଟକ, ୨୬।୧୦(ଏସଏସନିଉଜ) ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ମୁଣ୍ଡଳୀସ୍ଥିତ ଏନଡିଆରଏଫର ୩ୟ ବାଟାଲିୟନର ତିନୋଟି ଟିମ ରବିବାର ଯାଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ରବିବାର ଦିନ ତିନୋଟି ଦଳ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଆଉ ଦୁଇଟି ଦଳ ସଜାଗ ରହିଛନ୍ତି। ଯଦି ପରିସ୍ଥିତି ଅନୁସାରେ ଆବଶ୍ୟକ ପଡେ ଆହୁରି ଦୁଇଟି ଦଳ ଯିବାର ସମ୍ଭାବନା ରହିଛି ।ଯାଇଥିବା ଏହି ୩ଟି ଦଳ ମଧ୍ୟରୁ ଦୁଇଟି ଦଳ ଭାଇଯାକରେ ନିୟୋଜିତ ହେବାକୁ ଥିବାବେଳେ […]

ଲାଇନମ୍ୟାନଙ୍କୁ ଅପହରଣ କରି ବନ୍ଧା ହେଲେ ଯୁବକ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନ ମ୍ୟାନଙ୍କୁ ଜଣେ ଯୁବକ ମରଣାତ୍ମକ ଆକ୍ରମଣ କରିବା ସହ ଅପହରଣ କରିବା ଅଭିଯୋଗରେ ରବିବାରଦିନ ଚନ୍ଦକା ଥାନା ପୋଲିସ ଅପହରଣକାରୀଙ୍କୁ କୋର୍ଟଚାଲାଣ କରିଛି । ସିଏ ହେଉଛନ୍ତି ଚନ୍ଦକାଥାନା ଅଳସୁଆ ଅଞ୍ଚଳରେ ରହୁଥିବା ସୁଧାଂସୁ ଶେଖର ଦାସ ଓରଫ ପପୁ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ , ଗତ ୧ ତାରିଖ ଦିନବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନିମ୍ୟାନ ମହେଶ୍ୱର ଦାସ (୪୫) ରାତି ପ୍ରାୟ ୧୦ଟା ବେଳେ […]

ବାତ୍ୟାପାଇଁ ୭ଜିଲ୍ଲାରେ ଛୁଟିବାତିଲ୍‌ !

ଭୁବନେଶ୍ଵର,୨୬।୧୦(ଏସଏସନିଉଜ)ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି।ବାଲେଶ୍ୱରରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି।ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ବାଲେଶ୍ବର ଜିଲ୍ଲାପାଳ।ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ ହୋଇଥିବା ବେଳେ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ରହିଛି।କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବା ମନା କରାଯାଇଛି।ମାଲକାନଗିରିରେ ୨୭ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ।କୋରାପୁଟରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି […]