Browsing category

ମହାନଗର

ପୁଣି ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୩।୧(ଏସଏସନିଉଜ) ବିବାଦର ପିଛା ଛାଡୁନଥିବା ଆମ ବସ୍‌ ପୁଣି ଆଜି ଏକ ଜୀବନ ନେଇଛି।ଭୁବନେଶ୍ୱର ରୂପାଲି ଛକରେ ଏହି ଘଟଣା ଘଟିଛି। ଆମବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । […]

ସରକାର ଲଗାଇବେ ସ୍ମାର୍ଟମିଟର

ଭୁବନେଶ୍ୱର,୩।୧(ଏସଏସନିଉଜ)ସ୍ମାର୍ଟମିଟର ଲଗାଇବେ ରାଜ୍ୟ ସରକାର।କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି।୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।୨ କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର।ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା।ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ୮୮ କୋଟି ଖର୍ଚ୍ଚ ହେବ।ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ।DISCOM ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ।

କ୍ରିକେଟ ପଡ଼ିଆ ପାଲିଟିଲା ରଣକ୍ଷେତ୍ର

କଟକ, ୨।୧(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଶୁକ୍ରବାର ଚାଲିଥିବା କ୍ରିକେଟ ଟୁର୍ଣ୍ଣମେଣ୍ଟରେ ହାରଜିତକୁ ନେଇଗଣ୍ଡଗୋଳ ଘଟିଛି।ଏଥିରେ ୪ଜଣ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରକାଶଯେ, ଶୁକ୍ରବାର ଅପରାହ୍ନରେ ରତାଗଡ ଗ୍ରାମର ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣା ମେଣ୍ଟରେ ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ସହିତ ରତାଗଡ ନୂଆସାହି ମଧ୍ୟରେ ଖେଳ ହୋଇଥିଲା। ଖେଳର ଶେଷ ପର୍ଯ୍ୟାୟରେ ପାଟେଣୀ ଗାଁ ବିଜୟୀ ହୋଇଥିଲା। […]

ବାଇକ୍ ଚୋରି କରି ଧରାପଡିଲେ ଯୁବକ

ଭୁବନେଶ୍ୱର,୨।୧(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା ବାଇକ୍ ଚୋରିକରି ନେଇଥିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ପ୍ରକାଶ ଯେ,ପାହଳ ଥାନା ଅଧୀନସ୍ଥ ନହରକଣ୍ଟା ଗ୍ରାମର ବାସୁଦେବ ବେହେରା ନନ୍ଦନକାନନ ଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମରେ ଥିବା ତାଙ୍କ ଶଶୁର ଘରକୁ ବୁଧବାର ଦିନ ଆସି ଘର ବାହାରେ ତାଙ୍କ ଓଡ଼ି ୦୨ ଏଡବ୍ଲୁ ୭୩୨୩ ନମ୍ୱର ବାଇକକୁ ରଖିଥିଲେ।ନୂଆବର୍ଷ ରାତିରେ ବାଇକ୍ ଟି ନଥିବାର ଦେଖିବା ପରେ ବହୁ ଖୋଜାଖୋଜି କରି […]

ମକରମେଳା ପାଇଁ ଟି-ସେତୁ ମନା

କଟକ,୨।୧(ଏସଏସନିଉଜ) ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଳା ବଡମ୍ବା ତହସିଲ ଅନ୍ତର୍ଗତ ସିଂହନାଥ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହନାଥ ପୀଠରେ ମକର ମେଳା ଅନୁଷ୍ଠିତ ହେବ । ମେଳା ଅବସରରେ ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ସୁଚାରୂ ରୁପେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ବଡମ୍ବା ବିଧାୟକ ଶ୍ରୀ […]

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି !

ପୁରୀ,୩୧।୧୨(ଏସଏସନିଉଜ)ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି।ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ରହିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି।ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଦେଇଛିପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଥିବାର ଅଭିଯୋଗ […]

ଶ୍ରୀକ୍ଷେତ୍ର ଜଗିବେ ୭୦ପ୍ଲାଟୁନ

ପୁରୀ,୩୦।୧୨(ଏସଏସନିଉଜ) ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ପଟ ରହିବ ବୋଲିସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି।ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ।ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା।ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ […]

ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ି

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ଆଜିକାଲି ଗାଡ଼ିଚେକିଂ କଡ଼ାକଡ଼ିମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ।ସବୁ RTOଙ୍କୁ ଚିଠି ଲେଖିଲେ ପରିବହନ କମିଶନର।ମଦପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍‌ରେ ଗଲେ ତଣ୍ଡ।୩ଜଣ ବସି ଡ୍ରାଇଭ୍, ରଙ୍ଗରୁଟ୍‌ରେ ଗଲେ ଗଣିବେ ତଣ୍ଡ।ଦୁଇଦିନ ସ୍ପେଶାଲ ଏନ୍‌ପୋର୍ସମେଣ୍ଟ ଡ୍ରାଇଭ୍ ନେଇ ସୂଚନା ଜାରି।୧ ତାରିଖ ଭିତରେ ସମସ୍ତ ପ୍ରକାର ଇ ଚାଲାଣ ନେଇ ଜଣାଇବାକୁ ନିର୍ଦ୍ଦେଶ।

ଅତିରିକ୍ତ ତହସିଲଦାର ଘରୁ ମିଳିଲା ୭୫ଲକ୍ଷ

ଭୁବନେଶ୍ୱର,୩୦।୧୨(ଏସଏସନିଉଜ)ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ ହୋଇଛି।ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନୀସ୍ଥିତ ଶାଶୁଙ୍କଘରୁ ୭୫ ଲକ୍ଷ ଜବତ ହୋଇଛି। ୩ଟି ସୁଉଚ୍ଚକୋଠା, ଗୋଟିଏ ଫ୍ଲାଟ୍ ଓ ୪ଟିଦାମୀ ପ୍ଲଟ୍ ପାଇଲା ଭିଜିଲାନ୍ସ।ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ମହଲା କୋଠା ରହିଛି।ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ 2 BHK ଫ୍ଲାଟ୍।ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି।ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ […]