Browsing category

ମହାନଗର

ବିଧାୟିକାଙ୍କ ଘରେ ଭଙ୍ଗାରୁଜା

ଖଲ୍ଲିକୋଟ,୫/୮(ଏସଏସନିୟୁଜ) ଖଲ୍ଲିକୋଟ ବିଧାୟିକାଙ୍କ ନିର୍ମଳଝର ନିକଟ ଭଡା ଘରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିବାସହ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଛନ୍ତି । ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଭଙ୍ଗାରୁଜା ଓ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି ।

ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର,୫/୮(ଏସଏସନିୟୁଜ) ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ,ମୋଦୀ ଓ ନବୀନ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟୁଛି । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ ।ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି […]

ରାଜଧାନୀରେ ଖୋଲିଲା ସିନେମା ହଲ୍

ଭୁବନେଶ୍ୱର,୫/୮(ଏସଏସନିୟୁଜ) କରୋନା କଟକଣା ଭିତରେ ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଛି । ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଥିବାବେଳେ ପ୍ରଥମଦିନରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ।

ଭିଜିଲାନ୍ସ‌ ଜାଲରେ ଯାଜପୁର ଡ୍ରେନେଜ୍ ସୁପରିଣ୍ଟେଣ୍ଡେଣ୍ଟ

ଯାଜପୁର,୫/୮(ଏସଏସନିୟୁଜ)ଯାଜପୁର ଡ୍ରେନେଜ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର। ଭଡ଼ାଗାଡ଼ିର ବକେୟା ଅର୍ଥ ବିଲ୍ ପାସ୍ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ କଟକ ଓ ଯାଜପୁର ଭିଜିଲାନ୍ସ‌ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି । ଯାଜପୁର କାର୍ଯ୍ୟାଳୟରେ ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ଗାଡ଼ି ଭଡ଼ାରେ ଲଗାଇଥିଲେ । ଗାଡ଼ିର ୩ ମାସର ଭଡ଼ା ମାଲିକଙ୍କୁ ପ୍ରଦାନ କରାଯାଇ ନ ଥିଲା । ୩ ମାସର ବକେୟା ଅର୍ଥର […]

ରୋହିତ ପୂଜାରୀ ଙ୍କୁ କରୋନା

ସମ୍ବଲପୁର,୫/୮(ଏସଏସନିୟୁଜ) ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ତାଙ୍କ ପତ୍ନୀ ବୈଶାଳି ପୂଜାରୀ ଏବଂ ପିତା ରମେନ୍ଦ୍ର ନାଥ ପୂଜରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରୋହିତ ଓ ତାଙ୍କ ପତ୍ନୀ ଅବସ୍ଥା ଭଲ ଥିବାବେଳେ ରମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାର ଜଣାପଡିଛି ।

ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କନ୍ଧମାଳ,୫/୮(ଏସଏସନିୟୁଜ) କୋମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସମାଗାଁ ଜଙ୍ଗଲ ର ଏକ ପାହାଡ ଉପରେ କିଛି କ୍ୟାଡର ମାଓବାଦୀ ଏକାଠି ହୋଇଥିବାର ବିଶେଷସୁତ୍ରରୁ ଖବରପାଇ କନ୍ଧମାଳ ଓ କଳାହାଣ୍ଡି ସିମା ସମାଗାଁ ଜଙ୍ଗଲରେ ଜୀ ୧୨୭ ସି.ଆର୍.ପି.ଏଫ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେସନ କରାଯାଇଥିଲା । ଜଙ୍ଗଲ ରୁ ମାଓବାଦୀ ଛତ୍ରଭଙ୍ଗ କରିଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଓ ବନ୍ଧୁକ ସହିତ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବାର […]

ଦୋକାନ ଚାବିଭାଙ୍ଗୁଥିବା ବେଳେ ଧରାପଡିଲେ

ସାକ୍ଷୀଗୋପାଳ,୪/୮(ଏସଏସନିୟୁଜ) ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ଏକ ଦେକାନ ଚାବି ଭାଙ୍ଗି ଚୋରି କରିବାକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ କାବୁ କଲେ ବ୍ୟବସାୟୀ । ଅଳଗୁମ ଜାଗେଶ୍ୱରୀ ମନ୍ଦିର ପଛପଟ ହନୁମାନ ମନ୍ଦିର ନିକଟରେ ଦୋଳମଣ୍ଡପ ସାହିର ରବି ପଣ୍ଡା ଙ୍କର ଲେଡିଜି କର୍ଣ୍ଣର ଦେକାନରୁ ରାତିରେ ଦୁଇଜଣ ଯୁବକ ଚାବି ଭାଙ୍ଗି ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ଦିନରେ ଏହି ଯୁବକଦ୍ୱୟ ଦେକାନ ଆଗରେ ଏପଟ ସେପଟ ହେଉଥିବା ଦେଖି […]

ବିଏସଏନଏଲ ଖୋଳିଥିବା ଗାତରେ ପଡି ଷଣ୍ଢ ମୃତ

ଚନ୍ଦ୍ରଶେଖରପୁର,,୪/୮(ଏସ ଏସ ନିୟୁଜ)ଉତ୍ତର ଭୁବନେଶ୍ୱର କଳାରାହାଙ୍ଗ ଧବଳେଶ୍ୱର ଗଡା ଟ୍ରେନ ଲେବେଲ କ୍ରସିଂ ପାଖରେ ଆଜି ସକାଳେ ଏକ ଷଣ୍ଢ ଅଣଓସାରିଆ ଗାତରେ ପଶି ଥିବା ଲୋକେ ଦେଖିଥିଲେ | ତେବେ ଲୋକେ ଷଣ୍ଢଟିକୁ ଉଦ୍ଧାର କରିବାକୁ ଯାଇ ଦେଖିଲେ ଯେ ତାର ମୃତ୍ୟୁ ହେଇ ଯାଇଛି | ଲୋକେ ଅନୁମାନ କରୁଛନ୍ତିକି ଷଣ୍ଢ ଷଣ୍ଢ ଭିତରେ ମାରାମରି ହେଇ ଭାରସାମ୍ୟ ହରାଇ ଷଣ୍ଢଟି ଗାତରେ ପଡ଼ି ଯାଇଥାଇ ପରେ | କଳାରାହାଙ୍ଗ ନାୟାବ ସରପଞ୍ଚ ନିବାସ […]

ଖୋଲିଲା ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ

ଅନୁଗୁଳ , ୪/୮(ଏସଏସନିୟୁଜ) ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗେଟ ନଂ-୭କୁ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୪ ମିଟର ରହିଥିଲା ।

ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍କଡାଉନ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୪/୮(ଏସଏସନିୟୁଜ)ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ୍ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି । ଏହା […]