Browsing category

ମହାନଗର

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ ।ଟେଣ୍ଡର ଫିକ୍ସିଂକୁ ନେଇ ଆସିଥିଲେ ବିବାଦ ଘେରକୁ ।ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ । ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ମିଳିଲା ଦାୟିତ୍ୱ । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସୁନୀଲ ନରବାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ […]

ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,୨୭/୬(ଏସ ଏସ ନିୟୁଜ)ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ ଘଟିଛି।ଭୁବନେଶ୍ୱର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଜୀମୂତଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା ।ପହଞ୍ଚିବା ବେଳକୁ ଜୀମୂତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା ଦିଆଯାଇଛି।

ଝୁଲନ୍ତା ମୃତଦେହ ଉଦ୍ଧାର

କଟକ,୨୭/୬(ଏସ ଏସ ନିୟୁଜ)ଶିଖରପୁରସ୍ଥିତ କାଳିଆବୋଦା ଶ୍ମଶାନ ନିକଟ ପରିତ୍ୟକ୍ତ ସ୍ଥାନରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମ୍ରୁତଦେହ ଉଦ୍ଧାର ହୋଇଛି।ପଚି ହୋଇ ଯାଇଥିବା ମ୍ରୁତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ଏହା ହତ୍ଯା ନା ଆତ୍ମହତ୍ଯା ତାହାର କାରଣ ଜଣାପଡିନାହିଁ।

ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ପଦାଧିକାରୀ

ଭୁବନେଶ୍ୱର,୨୭/୬(ଏସଏସନିୟୁଜ) ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଂଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ଦିଆଯାଇଛି ।କାର‌୍ୟ୍ୟକାରୀ ସଭାପତି ଭାବେ ସୁଭୁସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି ୩ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କସ୍ତୁରିମହାପାତ୍ର ସାଧାରଣସମ୍ପାଦକ,ଜୟଶ୍ରୀଦାସ କାଷୋଧକ୍ଷ,ମାନସିସୁନ୍ଦରାୟ ସୋସିଆଲମିଡିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।ସେହିଭଳିଭାବେ ଭୁବନେଶ୍ୱର,କଟକ, ବାଲେଶ୍ୱର, ସମ୍ବଲପୁର, […]

ଖୁବଶିଘ୍ର ୧୨ରୁ ୧୮ ବର୍ଷଙ୍କ ପାଇଁ ଆସିବ ଜାଇଡସ କାଡିଲା ଟିକା

ଭୁବନେଶ୍ୱର,୨୭/୬(ଏସଏସନିୟୁଜ)ଖୁବଶିଘ୍ର ମିଳିବ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା । ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ସରିଛି ।କେବଳ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବା ସହ ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ

ଭୁବନେଶ୍ୱର,୨୭/୬(ଏସଏସନିୟୁଜ)ବିଜେଡି ପରେ ରାଜ୍ୟ ବିଜେପି ଏବେ ସଜବାଜ ହୋଇଛି । ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ନିଜର ସାଂଗଠନିକସ୍ତରରେ ୩ଟି ନୂଆ କମିଟି ଗଠନ କରି ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ୩ଟି ନୂଆ କମିଟି ଗଠନ କରିଛନ୍ତି। ସହରାଂଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ , ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର […]

ମୁକ୍ତାକାଶକାରାଶ୍ରମରୁ ଖଲାସ ହେଲେଦୁଇ କଏଦୀ

ମେଣ୍ଢାଶାଳ,୨୬/୬(ଏସଏସନିୟୁଜ)ଯାମୁଝରୀସ୍ଥିତ ମୁକ୍ତାକଶ କାରାଶ୍ରମରୁ ଶୁକ୍ରବାରରାତିରେ ଦୁଇଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କୁ ଖଲାସ କରିଦିଆଯାଇଛି ।ଏମାନଙ୍କ ଚରିତ୍ର ପରିବର୍ତନ ପରେ ଖଲାସ ପାଇଁ କାରାଶ୍ରମ ପକ୍ଷରୁ ସୁପାରିସ କରାଯାଇଥିଲା । ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏଠାକୁ ଢେଙ୍କାନାଳ ଜିଲ୍ଲା କାରାଗାରରୁ ୨୦୧୭ସେପ୍ଟେମ୍ବର୭ ତାରିଖରେ ଆସିଥିବା ଶୁସାନ୍ତକୁମାରନାୟକ ଓ ୨୦୧୮ଅଗଷ୍ଟ୨୪ରେ ଆସିଥିବା ପ୍ରଶାନ୍ତକୁମାରପ୍ରଧାନଙ୍କୁ ଖଲାସ କରିଦିଆଯାଇଛି ।ଏମାନଙ୍କୁ ଖଲାସ ପରେ କାରାଶ୍ରମପରିସରରେ ୩୬ଜଣ କଏଦୀ ରହିଥିବାର ଅଧିକ୍ଷକ ସ୍ମିତା ମହାନ୍ତି କହିଛନ୍ତି । (ପଦ୍ମଲୋଚନ ବଡଜେନାଙ୍କ ରିପୋର୍ଟ )

ଯେତିକି ପାସ୍‌ , ସେତିକି ନାହିଁ ସିଟ୍‌

୧-ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨-ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଅନୁଷ୍ଠିତ । ଟୀକାକରଣ ମାତ୍ରାକୁ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱ ଆରୋପ କଲେ ଶ୍ରୀ ମୋଦୀ । ୩-ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି […]

ଋାସ୍ତାକଡ଼ରେ ପଡିଥିଲା ମହିଳାଙ୍କ ମୃତଦେହ,ପାଖରେଥିଲା ୪ବର୍ଷର ଶିଶୁ

କେନ୍ଦ୍ରାପଡ଼ା,୨୬/୬(ଏସଏସନିୟୁଜ) ଆଜି ସକାଳେ ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତା କଡ଼ରେ ପଡିଥିଲା ଜଣେ ମହିଳାଙ୍କ ମୃତଦେହ ଓ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲା ୪ବର୍ଷର ଶିଶୁ ।ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବରଦେଇଥିଲେ । ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଗୁରୁତରଅବସ୍ଥାରେ ଥିବା ଶିଶୁଟିକୁ ଉଦ୍ଧାର କରି ଚିକିସ୍‌ାପାଇଁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଛନ୍ତି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଗଳାକାଟି ହତ୍ୟା କରି ଫିଙ୍ଗି […]

ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର,୨୬/୬୯ଏସଏସନିୟୁଜ) ପ୍ରତିରକ୍ଷାମନ୍ତ୍ରୀ ରାଜନାଥସିଂଙ୍କୁ ଆଜି ଦିଲ୍ଲୀଠାରେ ଭେଟିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମିଳିଥିବାରୁ ନୟାପଲ୍ଲୀ ଏବଂ ରାଜଧାନୀ ବାସୀଙ୍କ ତରଫରୁ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏହିଅବସରରେ ସାଂସଦ ଦ୍ୱିତୀୟ ବର୍ଷର ବାର୍ଷିକ ରିପୋର୍ଟ ପୁସ୍ତକ ଅର୍ପଣ କରିଛନ୍ତି […]