Browsing category

ମହାନଗର

ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର୨୦/୬(ଏସଏସନିୟୁଜ)ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା। ଆଶୀର୍ବାଦ ଘୋଷଣା କରିଛନ୍ତି ।ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା single parentଙ୍କୁ ହରାଇ ଥିବା ପିଲା […]

ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟପିଲା

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ରବିବାର ଦିନ ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଓଡ଼ିଶାର ୫ ଜିଲ୍ଲାରେ ପେଟ୍ରୋଲ ଦର୧୦୦ ଟଙ୍କା ଟପିଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କା, କୋରାପୁଟରେ ପେଟ୍ରୋଲ.୧୦୨.୨୯ ଓ ଡିଜେଲ ୧୦୦.୦୫ ଟଙ୍କା, […]

ସତ୍ୟନଗରରେ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ସତ୍ୟ ନଗରରେ ଶଶ୍ମାନରେ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି । କୋଟି କୋଟି ଓଡିଆଙ୍କ ଏହି ପ୍ରିୟ କଣ୍ଠଶିଳ୍ପୀ ଗତକାଲି ରାତି ୧୧ଟାରେ ଦୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା । କରୋନାରୁ ସୁସ୍ଥ ହେବା ପରେ ତପୁମିଶ୍ରଙ୍କ ଲଗାତାର ଅକ୍ସିଜେନ ଲେବୁଲ କମି କମି ଯାଉଥିବାବେଳେ ଏକ ଘରୋଇ ହସ୍ପିଟାଲରେ ରହି ଚିକିସ୍‌। ହେଉଥିଲେ ।

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର୨୦/୬(ଏସଏସନିୟୁଜ) ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶସନର ସୂର‌୍ୟ୍ୟମାଧବ ପାଣିଗ୍ରାହୀ, ଓମବାଡସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ,ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ଙ୍କୁ ସ୍ୱତନ୍ତ୍ର […]

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ,୨୦/୬(ଏସଏସନିୟୁଜ) ଢେଙ୍କାନାଳର ଆଛନ୍ଦ ଗ୍ରାମରୁ ଶନିବାର ଏକ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ପରେ ତାକୁ କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଦିଆ ଯାଇଥିବାର ଜଣାପଡିଛି ।ଦିବସାହୁ ନାମକ ବ୍ୟକ୍ତି ନିଜ ଜାଗାରେ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ବେଳେ ଏହି ସାପଟିକୁ ଦେଖିବାରୁବନ୍ୟ ଫାଉଣ୍ଡେସନ ଟିମ କୁ ଡାକିଥିଲେ ।ଏହିଟିମ୍ ର ସଦସ୍ୟମାନେ ଆସି ୨ ଘଣ୍ଟା କାଳ ଉଦ୍ୟମ ପରେ ୧୨ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ […]

ରଥ ଯାତ୍ରା ସମୟରେ ପୁରୀକୁ ୨୬ ଟି ଦୂରଗାମୀ ଟ୍ରେନ୍‌ଚଳାଚଳ କରିବନି

ପୁରୀ,୨୦/୬(ଏସଏସନିୟୁଜ) ରଥ ଯାତ୍ରା ସମୟରେ ୨୬ ଟି ଦୂରଗାମୀ ଟ୍ରେନ୍ ପୁରୀକୁ ଚଳାଚଳ କରିବନି ।ଏହି ଟ୍ରେନଗୁଡିକ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରି ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ । ଜୁଲାଇ ମାସ ତୃତୀୟ ସପ୍ତାହ ପର‌୍ୟ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର‌୍ୟ୍ୟନ୍ତ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ପେଡି ଖୋଲିଲା

  ୧. ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ । ୨. ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି। ୩. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ । ୪. ଭୁବନେଶ୍ବର […]

ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୯/୬(ଏସ ଏସ ନିୟୁଜ)ବିଶିଷ୍ଠ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର  ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ ଚିକିତ୍ସା ଜାରି ରହିଥିଲ।  ପ୍ରଥମେ ଗୋଟିଏ ହସ୍ପିଟାଲରେ ୬ଦିନ ଚିକିତ୍ସା ପରେ ଆଉ ଏକ ହସ୍ପିଟାଲକୁ ତାଙ୍କୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିଲା ।ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। […]

ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର,୧୯/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣା ଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି। ଏଥିରେ ୧୬ଟି ଓଉଟ ଓ ୧୬ଟି ଐଊଟ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ […]

କେବେ ଭାଙ୍ଗିବ ବଡବାବୁମାନଙ୍କ ନୀଦ?

ବାରଙ୍ଗ,୧୯/୬(ଏସଏସନିୟୁଜ) ବାରଙ୍ଗ ଅଂଚଳରୁ ବେଆଇନ ଭାବେ ବାଲି,ମାଟି,ମୋହରମ ଆଦି ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ହେଉଥିବାର ଅଭିଯୋଗମାନ ହେଇଆସୁଛି । ଏହି ବ୍ୟବସାୟୀମାନେ ଦିନରାତି କିଛି ମାନୁନାହାନ୍ତି । କିଛିମୁଷ୍ଠିମେୟ ଲୋକ ସଙ୍ଗବଦ୍ଧ ହୋଇ ନିବିଘ୍ନରେ ଚୋରା କାରବାର ମାନ ଚଳାଇଛନ୍ତି । ସବୁଠାରୁ ବଡକଥାହେଲା ବେଆଇନଭାବେ ବଡବାବୁମାନଙ୍କ କାର୍ଯ୍ୟାଳୟଦେଇ ଆସୁଥିଲେ ମଧ୍ୟ ବାବୁମାନେ ଦେଖିନଦେଖିଲାପରି ରହୁଛନ୍ତି ।ଏହାର ଜ୍ୱଳନ୍ତ ଉଦାହରଣ ଶନିବାରଦିନ ମଧ୍ୟାନ୍ନରେ ବାରଙ୍ଗଥାନା ସମ୍ମୁଖରେ ଦେଖିବାକୁ ମିଳିଛି ।ପୋଲିସ ଦୁଇଟି ମୋରମବୋଝେଇ ହାଇୱାକୁ […]