Browsing category

ମହାନଗର

ବିଶ୍ୱ ପରିବେଶ ଦିବସ ପାଳିତ

ବାରଙ୍ଗ,୫/୬(ଏସ ଏସ ନିୟୁଜ) ମହାମାରୀ କୋଭିଡର ପ୍ରତିବନ୍ଧକ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ୪୯ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଉଦ୍ୟାନର ବିଭିର୍ଣ ସ୍ଥାନକୁ ପରିଷ୍କାର କରିବା ପରେ ନିର୍ଧାରିତ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା। ଏକ ଅନଲାଇନ୍ ପେଣ୍ଟିଂ ଏବଂ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା ।ଯେଉଁଠାରେ ୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ | ପ୍ରତିଯୋଗିତାର ଫଳାଫଳ ସୋମବାର ଅର୍ଥାତ୍ ୭ ତାରିଖରେ ରେ ଘୋଷଣା କରାଯିବ […]

ସୋମବାର ଠାରୁ କୋହଳ ହେବ ଲକଡାଉନ, କେଉଁଠି ହେବ ଜାଣନ୍ତୁ?

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ ଲାଗିଥିବା ଲକଡାଉନ ସୋମବାର ଠାରୁ ସାମାନ୍ୟ କୋହଳ ହେବ। ଲକଡାଉନକୁ ସଂପୂର୍ଣ୍ଣ ହଟାଇ ନଥିଲେ ହେଁ କିଛି କୋହଳ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ଠାରୁ ଦିଲ୍ଲୀରେ ମଲ ଓ ମାର୍କେଟ ଖୋଲିବ। କିନ୍ତୁ ଅଡ-ଇଭିନ ଫର୍ମୁଲା ଲାଗୁ କରାଯିବ । କେଜ୍ରିୱାଲ କହିଛନ୍ତି, ବିଭିନ କ୍ଷେତ୍ରରେ କୋହଳ ନୀତି ଆପଣା ଯାଇ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ସୋମବାର ଲକଡାଉନ ଶେଷ ହେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟିବ […]

୧୯୨୯କୁ ଫୋନ୍ କଲେ ମିଳିବ ଅକ୍ସିଜେନ ସୁବିଧା

ଭୁବନେଶ୍ୱର,୫/୬(ଏସଏସନିୟୁଜ) ୧୯୨୯କୁ ଫୋନ୍ କଲେ ରାଜଧାନୀବାସୀ ଅକ୍ସିଜେନ ସୁବିଧା ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୧୦୦ଟି ଅକ୍ସିଜେନ ସଂକେନ୍ଦ୍ରକ ଯୋଗାଇଛନ୍ତି। ଏହି ସେବା ଜୁନ୍ ୭ରୁ ଆରମ୍ଭ ହେବ.ଏହାସହ ଆଗାମିଦିନରେ ମାର୍କେଟଗୁଡ଼ିକରେ ସମୂହ କୋରୋନା ପରୀକ୍ଷା ଜୋରଦାର କରାଯିବ । ଭୁବନେଶ୍ବରରେ ଜୁନ୍ ୭ରୁ ତ୍ବରାନ୍ବିତ ହେବ କୋଭିଡ ଟିକାକରଣ। ୧୮ରୁ ୪୪ ବର୍ଷୀୟଙ୍କ ଦ୍ଵିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ବଦିଆଯିବାସହ ଖୁବ୍ ଶୀଘ୍ର ତ୍ବରାନ୍ବିତ ହେବ ୧୮ରୁ ୪୪ ବର୍ଷୀୟଙ୍କ ପ୍ରଥମ ଡୋଜ ଟିକାଦାନ […]

ପରଲୋକରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

ଭୁବନେଶ୍ୱର,୫/୬(ଏସଏସନିୟୁଜ)ମାହାଙ୍ଗାର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ ଓ ନିଷ୍ପେସିତ ଜନତାର ସେବାରେ ତାଙ୍କ ନିଃସ୍ୱାର୍ଥପର ସେବା […]

କଟକଣାରେ ସମ୍ପନ୍ନ ହେଲା ମାଚର୍ଚ୍ଚିକାଙ୍କ ଚନ୍ଦନଯାତ୍ରା

ବାଙ୍କୀ, ୫/୬ (ଏସ୍‌ଏସ୍‌ନିୟୁଜ) କୋଭିଡ କଟକଣାରେ ଓ ବିଧି ଅନୁସାରେ ବାଙ୍କୀ ରେ ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି । ମା ଚର୍ଚ୍ଚିକା ଙ୍କୁ ବିମାନରେ ଚର୍ଚ୍ଚିକା ଗ୍ରାମ ଦେଇ ରେଣୁକା ତୁଠ କୁ ନିଆଯାଇ ସେଠାରେ ଚାପ ଖେଳାଯାଇଥିଲା ।ବିଭିର୍ଣପୀଠରେ ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ହୋଇଥାଏ । କିନ୍ତୁ ମା ଚର୍ଚ୍ଚିକା ଙ୍କର ପୁର୍ବକାଳରୁ ପ୍ରଚଳିତ ପ୍ରଥା ଅନୁସାରେ ଶେଷତିନିଦିନରେ ଚନ୍ଦନଯାତ୍ରା ପାଳିତ ହୋଇଥାଏ ।

ନନ୍ଦନକାନନରେ କେତେ ସୁରକ୍ଷିତ ସୁରକ୍ଷା କର୍ମଚାରୀ

ବାରଙ୍ଗ,୪/୬(ଏସ୍‌ଏସ୍‌ନିୟୁଜ) ନନ୍ଦନକାନନରେ ସୁରକ୍ଷାବିଭାଗର ଜଣେ କର୍ମଚାରୀଙ୍କର ସାଇକେଲ ଚୋରୀ ହୋଇଛି ।ପୁଣି ପ୍ରବେଶପଥ ପାଖରେ ହୋଇଥିବା ପାକିଁ ସ୍ଥାନରୁ ।ଯଦି ସୁରକ୍ଷା ବିବାଗର କର୍ମଚାରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ତେବେ ସୁରକ୍ଷାଦାୟିତ୍ୱରେ ଥିବା ମୁଖିଆ ନନ୍ଦନକାନନକୁ କିଭଳି ସୁରକ୍ଷା ଦେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧ତାରିଖରେ କେହି ଦୁର୍ବୃତ ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟଫାଟକ କଡରେ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗାଡି ପାର୍କିଂ ସ୍ଥଳରୁ ସିକ୍ୟୁରିଟ ବିଭାଗର ସୁରକ୍ଷା କର୍ମଚାରୀ ପୁରେନ୍ଦ୍ର ସାହୁଙ୍କ […]

ବଡଭାଇ ଗୁଳିମାଡରେ ସାନଭାଇ ଗୁରୁତର

ଭଞ୍ଜନଗର,୫/୬(ଏସଏସନିୟୁଜ) ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ଭାଇର ଗୁଳିମାଡ଼ରେ ସାନଭାଇ ଗୁରୁତରଆହତ ହୋଇ ମେଡିକାଲରେ ଭର୍ତିହୋଇଛନ୍ତି । ବିଳମ୍ବିତ ରାତିରେ ଏହିଭଳି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡା ଗାଁ ରେ ଘଟିଛ । ପାରିବାରିକ କଳହକୁ କେନ୍ଦ୍ରକରି, ବଡ଼ଭାଇ ଏକ ଛେରା ବନ୍ଧୁକ ଦ୍ୱାରା ଗୁଳିମାଡ଼ କରିବାରୁ ସାନଭାଇ ନରେନ୍ଦ୍ର ମଳିକଙ୍କର ଗୋଡ଼ ଓ ଜଂଘ ରେ ଗୁଳିଚୋଟ ଲାଗିଛି । ହାତୀଗୁଡା ଗାଁ ବଣ ଓ ପାହାଡିଆ ସ୍ଥାନ ହୋଇଥିବାରୁ ଦୋଳା ସାହାଯ୍ୟରେ […]

୯ରେ ଖୋଲିବ ଟିକା ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜ୍ୟରେ ଟିକା ଆବଶ୍ୟକତାକୁ ପୁରଣ କରିବାପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ତେବେ ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ରାଜ୍ୟ ଔଷଧ ନିଗମ ଦିନ ଘୁଞ୍ଚାଇବାସହ ଆସନ୍ତା ୯ ତାରିଖ ଦିନ ସାଢେ ୧୧ଟାରେ ଖୋଲିବ […]

ଚିହ୍ନଟ ହେଲେ ୭୩୯୫ କରୋନା ରୋଗୀ, ମୃତ୍ୟୁବରଣ କଲେ ୪୦

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ରାଜ୍ୟରେ ୭, ୩୯୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ରହିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୬୯, ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧.ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍‌ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, […]

ଲିଙ୍ଗରାଜ ମନ୍ଦିରରେ କଟକଣାରେ ହେବ ଶିବବିବାହ ଉତ୍ସବ

ଭୁବନେଶ୍ୱର,୫/୬(ଏସ୍‌ଏସ୍‌ନିୟୁଜ) । ଜୁନ ୧୫ ଓ ୧୬ ତାରିଖରେ ହେବ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ । କୋଭିଡ କଟକଣା ଭିତରେ ଏହା ପଡୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ । ଏହାଭିତରେ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଏହି ଉତ୍ସବ କଟକଣା ଭିତରେ ପାଳନ ପାଇଁ ଅନୁମତି ଦିଆଯାଇଛି ।ଏଥିରେ ସର୍ବାଧିକ ୭ ଜଣ ସେବାୟତ ସାମିଲ ହୋଇ ନୀତିକାନ୍ତି କରିପାରିବେ । ମନ୍ଦିର ପରିସରରେ କୋଭିଡ୍ ନିୟମ କଡ଼ାକଡ଼ି […]