Browsing category

ମହାନଗର

ଭୁବନେଶ୍ୱରରେ ଶିଶୁପୁତ୍ର ବିକ୍ରି

ଭୁବନେଶ୍ୱର, ୧୬/୫(ଏସଏସନିୟୁଜ) ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ବର୍ଷକର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବାନେଇ ଶିଶୁର ମାଆ ନୟାପଲ୍ଲୀଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇବାପରେ ପୋଲିସ ଶିଶୁପୁତ୍ରକୁ ୫୦ହଜାର ଟଙ୍କାରେ କିଣିଥିବା ନୟାଗଡରୁ ଶ୍ରୀନିବାସ ଜେନାକୁ ଗିରଫ କରିଛି ।ତେବେ ଏହିଘଟନାରେ ଶିଶୁପୁତ୍ରର ବାପା ତପନ ପଲେଇ ଫେରାର ହୋଇଯାଇଥିବାର ଜଣାପଡିଛିା ଶିଶୁପୁତ୍ରକୁ ଉଦ୍ଧାର କରିପାଲେିସ ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରିଛି ।

ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ,୧୬/୫(ଏସଏସନିୟୁଜ) ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା ରାଜ୍ୟରେ କରୋନା ସଂକ୍ରାମଣ ବଢୁଥିବାବେଳେ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି ।ଫଳରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହେବେ । ଏହି ସମୟରେ ସୀମିତ ସେବାୟତଙ୍କୁ ନେଇ ଯଥାରୀତି ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି । ଆଜି କୋଭିଡ ସ୍ଥିତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ଅଫିସିଆଲଙ୍କୁ ନେଇ […]

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଜାରି ହେଲା ଏସଓପି

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକା ରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକ ତତ୍ତ୍ୱ କମିଟି ସହାୟତାରେ ଆଶା, ଅଙ୍ଗନବାଡ଼ି କର୍ମଚାରୀ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଥଣ୍ଡା, ଜ୍ୱର ଭଳି ଅସୁସ୍ଥତା,ଅତି ଉତ୍କଟ ଶ୍ବାସନଳୀ ସଂକ୍ରମଣର ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବା […]

ମାସ ଶେଷରେ ପିକ୍‌ରେ ପହଁଚିବ ,ଜୁନ୍‌ରୁ କମିବ କରୋନା ଗ୍ରାଫ୍

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଓଡ଼ିଶାରେ କରୋନା ଏବେ ପିକ୍‌ରେ ପହଞ୍ଚିନି । ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଲକ୍‌ଡାଉନ, ସଟ୍‌ଡାଉନ ଚାଲିଛି । ସଂକ୍ରମଣ ଗୋଟିଏ ସର୍ବୋଚ୍ଚ ସ୍ତରକୁ ଯିବା ପରେ ଯଦି ସପ୍ତାହେ ଯାଏ ପଜିଟିଭ୍ କମିବ ତେବେ ଆମେ ପିକ୍ ଆସିଗଲା ବୋଲି କହିପାରିବା। ୧୧ ଦିନ ହେଲା ଲକ୍‌ଡାଉନ୍ ଓ ସଟ୍‌ଡାଉନ ରହିଛି । ହେଲେ ଏହା ପରେ ବି ରାଜ୍ୟରେ କିନ୍ତୁ ପଜିଟିଭ୍ ହାରରେ ହ୍ରାସ ଆସୁନି । ଏହି ଚିତ୍ର […]

ସିରିଏଲ ଓ ଫିଲ୍ମ ସୁଟିଂରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ରାଜ୍ୟରେ ବଢୁଥିବା କରୋନାସଂକ୍ରମଣକୁ ରୋକିବାପାଇଁ ରାଜ୍ୟସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସିରିଏଲ ଓ ଫିଲ୍ମ ସୁଟିଂ ଆଉ ହୋଇପାରିବନାହିଁ । କୌଣସି ସିରିଏଲ ଓ ଫିଲ୍ମ ପାଇଁ ହେଉଥିବା ଇନଡୋର୍‌, ଆଉଟଡୋର୍ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ବୋଲି ଏସଆରସି ସୁଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ନଆସିବା ପର‌୍ୟ୍ୟନ୍ତ ସିରିଏଲ୍ ଓ ଫିଲ୍ମ ସୁଟିଂ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

ଶୀତଳଷଷ୍ଠୀ ପାଇଁ ଉଠିଲା ଥାଳ

ସମ୍ବଲପୁରର,୧୬/୫(ଏସଏସନିୟୁଜ) ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ପବିତ୍ର ଅକ୍ଷୟ ତୃତୀୟ ତିଥି ରେଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ଏହାସହ ପରମ୍ପରା ଅନୁଯାୟୀ ଶିବାଳୟମାନଙ୍କରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ମଧ୍ୟ ଚୟନ କରାଯାଇଛି । ଐତିହ୍ୟ ପରମ୍ପରାନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ କୋଭିଡ଼ କଟକଣାରେହୋଇଯାଇଛି । ଝାଡୁଆପଡା, ନନ୍ଦପଡା , ମନ୍ଦିରରେ ବୁଢ଼ାରଜ. ପାହାଡ଼େଶ୍ୱର […]

ଭୟଙ୍କର ରୂପରେ ମାଡିଆସୁଛି ତଉତେ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଅତି ଭୟଙ୍କର ସାମୁଦ୍ରିକ ଝଡ ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଆଡକୁ ମାଡ଼ି ଆସୁଛି ବାତ୍ୟା ତଉତେ’ । ତଉତେ ୧୮ ତାରିଖରେ ଗୁଜରାଟର ଦ୍ୱାରକା ନିକଟରେ ଭୂଭାଗକୁ ଛୁଇଁବା ପରେ କଛି ଉପସାଗରରେ ପ୍ରବେଶ କରି ଦକ୍ଷିଣ ପାକିସ୍ତାନ ଆଡକୁ ଗତି କରିବ। ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂଭାଗକୁ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୪୦ରୁ ୧୬୦ କିଲୋମିଟର ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। […]

୨୪ଘଂଟାରେ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ,୧୯ମୃତ୍ୟୁ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ)ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ରହିଛି । ସେଥିମଧ୍ୟରେ ଖୋର୍ଦ୍ଧା ରୁ -୧୭୧୦ ,କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮, ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩.ଜଗତସିଂହପୁର- […]

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ

୧. ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ: ଶେଫାଳିଙ୍କୁ ଦିନିକିଆ ସୁଯୋଗ, ଶିଖା ଓ ତାନିଆ ଫେରିଲେ । ୨. ପ୍ରିମିୟର ଲିଗ୍ ଫୁଟବଲ୍, ମେସିଙ୍କୁ ଟପିଲେ ଟୋରେସ୍ । ୩. ବୀରୁଙ୍କ ବଦାନ୍ୟତା, ଯୋଗାଇଲେ ୫୦,୦୦୦ ମାଗଣା ମିଲ୍ । ୪. ଆଇପିଏଲ୍‌ ନିଲାମରେ ସାମିଲ ହୋଇପାରନ୍ତି ଆମିର । ୫. ନୂଆଦିଲ୍ଲୀ : ଦୈନିକ ମୃତ୍ୟୁ ୪ହଜାର ତଳକୁ ଖସିଲା, ଲଗାତାର ୪ର୍ଥ ଦିନ ପାଇଁ ନୂଆ ମାମଲାଠୁ ଅଧିକ […]

ଡକାୟତି ଯୋଜନା ପଣ୍ଡ କଲା ପୋଲିସ-ଧରାହେଲେ୬,୨ବାହାରିଲା ପଜିଟିଭ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଆଜି ଏକ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଭୁବନେଶ୍ୱରର ଜିଆରପି ଓ ଆରପିଏଫ ପୋଲିସ ମିଳିତ ଚଢାଉ କରି ରେଳ ଟ୍ରାକ୍ ନିକଟ ବୁଦ୍ଧନଗର, ମୋଚି ସାହି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଟ୍ରେନରେ ଡକାୟତ କରିବାକୁ ଯୋଜନାକରୁଥିବାବେଳେ ୬ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଛୁରୀ, ଚିଲି ପାଉଡର, କଳା ମାସ୍କ ଜବତ କରିବାସହ ଚୋରିକରିଥିବା ୩ ଟି ଲାପଟପ୍, ୬ ଟି ମୋବାଇଲ୍ ଫୋନ୍, ଗୋଟିଏ କମ୍ପ୍ୟୁଟର ସିଷ୍ଟମ୍, ୩ ଟି ଏଟିଏମ୍ […]