ଜୁନ୍ ୧୭ ଯାଏଁ ବଢ଼ିଲା ଲକଡାଉନ୍

ଭୁବନେଶ୍ୱର,୩୦/୫(ଏସଏସନିୟୁଜ) ପୁଣି ଲକଡାଉନ୍ କଟକଣା ୧୬ ଦିନ ପାଇଁ ବଢ଼ାଇଲେ ସରକାର । ଜୁନ୍ ୧୭ ତାରିଖ ସକାଳ ୫ଟାପର୍ଯ୍ୟନ୍ତ  ବଢ଼ିଲା ଲକଡାଉନ୍ । ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକଡାଉନ୍ । ଏହି ସମୟରେ ପୂର୍ବଭଳି ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବା ନେଇ ପ୍ରେସମିଟ୍ ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ନିୟନ୍ତ୍ରଣକୁ ଆସିଥିବା ନୁଆପଡା, ସୁନ୍ଦରଗଡ ଏବଂ ଗଜପତିରେ ଲକଡାଉନ୍ କୋହଳ କରାଯାଇ ଦିନ ୧ଟା ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି । ବାକି ଜିଲ୍ଲାରେ ୭ ରୁ ୧୧ ପର୍ଯ୍ୟନ୍ତ  ଅନୁମତି ରହିଛି । ଅନ୍ୟଜିଲ୍ଲାମାନଙ୍କରେ ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି ।ତେବେ କଟକଣା ଭିତରେ ସରିବ ରଜ ।ଏହାସହ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧୫ ଯାଏଁ ଦେଶର ସବୁ ଜାତୀୟ ଐତିହ୍ୟ ସ୍ଥଳୀ ବନ୍ଦ ରହିବା ନେଇ ଭାରତୀୟ ପୂରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ନିର୍ଦ୍ଦେଶ ଦେଇଛି ।

Comments (0)
Add Comment