Browsing category

ମହାନଗର

ପୋଲିସ ହାତରେ ସୁନାଚେନ୍ ଲୁଟେରା

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଭୁବନେଶ୍ୱର କମିଶନରରେଟ ପୋଲିସର ପାହାଳ ଥାନାକୁ ବଡ ସଫଳତା ମିଳିଛି।ପୋଲିସ ବହୁ ମୋବାଇଲ ସୁନାଚେନ ସହିତ ଚାରି ଲୁଟେରାଙ୍କୁ ଧରିବାରେ ସକ୍ଷମତା ହୋଇଛି। ଆଗରୁ ପାହାଳ ଥାନା ଅଞ୍ଚଳରୁ ବାରମ୍ବାର ଘରମାନଙ୍କରୁ କେହି ନଥିବା ବେଳେ ଡକାୟତି କରି ନେଇଯାଉଥିବାର ଗ୍ୟାଙ୍ଗକୁ ଧରିଛି ପାହାଳ ପୋଲିସ ।ଏଥିଲାଗି ପାହାଳପୋଲିସ ପକ୍ଷରୁ ଏକ ସ୍କ୍ୱାଡ଼ ଗଠନ କରାଯାଇଥିଲା। ବହୁଦିନ ପରେ ଗୁରୁବାର ରାତିରେ ଆଉ ଏକ ଘରକୁ ଟାର୍ଗେଟ କରୁଥିବା ବେଳେ ମାଡ଼ିବସିଲା ପାହାଳ ଥାନା ପୋଲିସ।

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୮(ଏସଏସ ନିଉଜ)୧୭ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏହା ସହ ୮ ଏପସିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସ ଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ଵ ଦିଆଯାଇଛି। ସତୀଶ କୁମାର ଗଜଭିଏ ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ […]

ବେଆଇନ ବାଲି ନେଇ ଆସୁଥିବା ହାଇୱା ଓଲଟିଲା

କଟକ, ୨୦।୮(ଏସଏସନିଉଜ)ବାରଙ୍ଗ ତହସିଲ ଅଂଚଳରେ ଦିନକୁ ଦିନ ବେଆଇନ ଲଘୁ ଖଣିଜଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଦିନ ରାତି ଏକାକାର କରିଦେଇଛନ୍ତି ମାଫିଆ।ଯାହାର ଜ୍ୱଳନ୍ତ ଉଦାହରଣ ବୁଧବାର ବଢ଼ିଭୋର ସମୟରେ ଦେଖିବାକୁ ମିଳିଛି।ବେଲଗଛିଆ ଗ୍ରାମ ନିକଟରେ ଏକ ବେଆଇନ ବାଲି ବୋଝେଇ ହାଇୱା ଓଲଟି ପଡିଛି। ପ୍ରକାଶ ଯେ,ବୁଧବାର ବଢ଼ିଭୋର ସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ଗ୍ରାମମୁଣ୍ଡ କାଠଯୋଡ଼ିନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଇ ଓଡି ୦୨ଏଜେ ୦୫୫୪ ନମ୍ୱର […]

ପାର୍କିଂରୁ ବାଇକ୍ ଚୋରି,୧ଗିରଫ

ଭୁବନେଶ୍ୱର,୨୦।୮(ଏସଏସନିଉଜ)ପାର୍କିଂରେ ଥୁଆ ହୋଇଥିବା ବାଇକ୍ କୁ ଚୋରି କରିନେଇଯିବା ଅଭିଯୋଗ ରେ ନନ୍ଦନକାନନ ଥାନା ପୋଲିସ ବୁଧବାର ଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରି ତାଠାରୁ ଚୋରି ବାଇକ୍ କୁ ଜବତ କରିଛି।ସିଏ ହେଉଛନ୍ତି ଦାଢା ଭୋଇସାହି ମହାବୀର ଲେନରେ ରହୁଥିବା ଦିଗବିଜୟ ପଟ୍ଟନାୟକ(୪୩)। ପ୍ରକାଶଯେ, ସୂର୍ଯ୍ୟକାନ୍ତ ନାଥ ନାମକ ବ୍ୟକ୍ତି ନନ୍ଦନକାନନଥାନା ଅନ୍ତର୍ଗତ ରଘୁନାଥପୁରଠାରେ ଥିବା ସ୍କୋଡ଼ାସୋରୁମରେ ଚାକିରୀ କରନ୍ତି ।ମଙ୍ଗଳବାର ଦିନ ସୂର୍ଯ୍ୟକାନ୍ତ ନିଜ ମୋଟରସାଇକେଲକୁ ଉକ୍ତ ସୋରୁମ୍ କଡ଼ରେ ପାର୍କିଂ କରି […]

ଏଥର ଡିଜେମୁକ୍ତ ଭସାଣି

କଟକ,୧୯।୮(ଏସଏସନିଉଜ) ବାରଙ୍ଗଥାନା ପକ୍ଷରୁ ଗଣେଶପୂଜା ପୂର୍ବରୁ ଏକ ପ୍ରସ୍ତୁତିବୈଠକ ମଙ୍ଗଳବାର ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ ଏକ ଘରୋଇ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ବାରଙ୍ଗ ଶାନ୍ତିକମିଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି ବୈଠକରେ ବାରଙ୍ଗ ଅଞ୍ଚଳର ସମସ୍ତ ପୂଜା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ଆସନ୍ତା ୨୭ ତାରିଖରେ ଗଣେଶପୂଜା ଆରମ୍ଭ ହେବାକୁ ଯାଉଛି।ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ନ୍ନ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇ ଥିବା ବିଭିନ୍ନ ମାର୍ଗଦର୍ଶିକା […]

ଅନଲାଇନ୍ ଗେମ ନେଲା ଜୀବନ!

ଭୁବନେଶ୍ୱର,୧୮।୮(ଏସଏସନିଉଜ)ଅନଲାଇନ୍ ଗେମରୁ ଝୁଲି ପଡିଲେ ଛାତ୍ର I Oyo ରୁମ୍ ଭିତରେ ଫାର୍ମାସୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ତମାଣ୍ତୋଥାନା ଭଗବାନପୂର ଅଞ୍ଚଳରେ ଥିବା ଏକ oyo ହୋଟେଲରୁ ମିଳିଲା ଛାତ୍ରଙ୍କ ମୃତଦେହ।ଭିତରୁ କବାଟ ବନ୍ଦ ଥିବା ବେଳେ କବାଟଭାଙ୍ଗି ପୋଲିସ ଜବତକଲା ଝୁଲନ୍ତା ମୃତଦେହ।ମୃତ ଛାତ୍ର ପୁରୀ ଅସ୍ତରଙ୍ଗ ଅଞ୍ଚଳର ସିପୁନ୍ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଂଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଆରମ୍ଭ କରିଛି ତଦନ୍ତ।ତେବେ ଅନଲାଇନ୍ ଗେମ୍ ଯୋଗୁ ସିପୁନ୍ ଆତ୍ମହତ୍ୟା […]

ଚଳନ୍ତାଅଟୋରେ ଅସଦାଚରଣ ଅଭିଯୋଗ

କଟକ,୧୭।୮(ଏସଏସନିଉଜ)ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣର ଅଭିଯୋଗ ହୋଇଛି।ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା ଦିଆଯାଇଛି।ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି।ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ୍ ତଦନ୍ତ ଆରମ୍ଭ କରିଛି।ସେହିପରି ଭାବେ ସ୍ତ୍ରୀର ଜୀବନ ନେଇଛି ସ୍ୱାମୀ।ଝରିଗାଁର ଦେପଗୁଡ଼ା ଗାଁରେ ଏଭଳି ଘଟିଛି।ସ୍ତ୍ରୀକୁ ପିଟି ହତ୍ୟା କରୁଛି ସ୍ୱାମୀ।ପାରିବାରିକ କଳହରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଝରିଗାଁ ଥାନାରେ ଏତଲା ସହ ଅଭିଯୁକ୍ତ ସ୍ୱାମୀ ଅଟକ ରଖିଛି ପୋଲିସ୍।

ମେଣ୍ଢାଶାଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ

ମେଣ୍ଢାଶାଳ,୧୬।୮(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ନନ୍ଦଉତ୍ସବ କମିଟି ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧ୍ୟ ରାତ୍ରିରେ ଜନ୍ମାଷ୍ଟମୀ ପୂଜା କରାଯାଇଥିଲା ଓ ଆଜି ଅପରାହ୍ନରେ ନନ୍ଦଉତ୍ସବ ପାଳନ କରାଯାଇଥିଲା।ନିକଟସ୍ଥ ଭୋଳା,କଣ୍ଟାବାଡ,ଗିରୀଙ୍ଗାପୁଟ, କଟେଣୀ ,ଭାଗବତିପୁର,ଜାମୁଝରି, ଛତାବର୍,ହରିପୁର, ହରିଡାମଡା ,ବାରାପିଟା ,ଆରିସଲ ଓ କୁକୁଡ଼ାମୁଣ୍ଡି ଆଦି ଗ୍ରାମମାନଙ୍କରୁ ଛୋଟଛୋଟ ବାଳକ ବାଳିକାଙ୍କୁ ଅଟୋ ଯୋଗେ ଅଣାଯାଇ ସେମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଭିନ୍ନଗ୍ରାମ ମାନଙ୍କରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ବାଳକବାଳିକା ପ୍ରସାଦ […]

ସାହାଣୀ କାଶିପୁରରେ ଫୁଟିଲା ବ୍ରହ୍ମକମଳ

ମେଣ୍ଢାଶାଳ,୧୭/୮(ଏସଏସନ୍ୟୁଜ)ଆଜି ପବିତ୍ର ସିଂହସଂକ୍ରାନ୍ତି ଅବସର ରେ ତମାଣ୍ଡୋ ଗ୍ରାମା ପଞ୍ଚାୟତ ଅନ୍ତର୍ଗତ ସାହାଣୀ କାଶିପୁର ଗ୍ରାମରେ  ପ୍ରଭାତ କୁମାର ପ୍ରଧାନଙ୍କ ବାଡିରେ ଏକ ବ୍ରହ୍ମକମଳ ପୁଷ୍ପ ଫୁଟି ଥିବାର ଦେଖାଯାଇଥିଲା।ଏହି ଖବର ପ୍ରଚାରିତପରେ ଏହି ଫୁଲ ଦେଖିବାକୁ ଗ୍ରାମବାସୀମାନଙ୍କ ଭିଡ଼ ବଢିଥିଲା।ପରେପରେ ଏହି ପବିତ୍ର ଫୁଲଟିକୁକୁ ଗ୍ରାମରେଥିବା ତ୍ରିନାଥମନ୍ଦିରକୁ ପୁତ୍ର ଲିଙ୍ଗରାଜ ପ୍ରଧାନ ଦାନ କରିଥିବା ବେଳେ ଗ୍ରାମବାସି ତରଫରୁ ସ୍ଵତନ୍ତ୍ର ପୂଜାଅର୍ଚ୍ଚନା ଅନୁଷ୍ଠିତ କରାଯାଇଥିଲା।

୭୯ତମ ସ୍ବାଧିନତା ଦିବସ

ମେଣ୍ଢାଶାଳ,୧୫।୮(ଏସଏସନିଉଜ)୭୯ତମ ସ୍ବାଧିନତା ଦିବସ ମେଣ୍ଢାଶାଳ ଗ୍ରାମରେ ମହା ସମାରୋହର ସହ ପାଳିତ ହୋଇଯାଇଛି ।ସେବା ସମବାୟ ସମିତି ଠାରେ ଏକ ବର୍ଣ୍ଣାଢ଼୍ୟ ପତାକା ଉତୋଳନ ଅନୁଷ୍ଟିତ ହୋଇଯାଇଛି।ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ ଅଫ ଡାଇରେକ୍ଟରଙ୍କ ସମେତ ବ୍ୟାଙ୍କର ବରିଷ୍ଟ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ହରିହର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।ସମ୍ପାଦକ ହିମାଂଶୁ ସାମନ୍ତ ରାୟ ଧନ୍ୟବାଦ୍ ଦେଇଥିଲେ।ସେହିପରି ମେଣ୍ଢାଶାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ. ମୋହନ ହେମ୍ରମ […]