ଏଥର ଡିଜେମୁକ୍ତ ଭସାଣି

ଗଣେଶପୂଜା ପାଇଁ ପ୍ରସ୍ତୁତି ବୈଠକ

କଟକ,୧୯।୮(ଏସଏସନିଉଜ) ବାରଙ୍ଗଥାନା ପକ୍ଷରୁ ଗଣେଶପୂଜା ପୂର୍ବରୁ ଏକ ପ୍ରସ୍ତୁତିବୈଠକ ମଙ୍ଗଳବାର ରାତିରେ ତ୍ରିଶୂଳିଆ ବଜାର ନିକଟସ୍ଥ ଏକ ଘରୋଇ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ବାରଙ୍ଗ ଶାନ୍ତିକମିଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି ବୈଠକରେ ବାରଙ୍ଗ ଅଞ୍ଚଳର ସମସ୍ତ ପୂଜା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।ଆସନ୍ତା ୨୭ ତାରିଖରେ ଗଣେଶପୂଜା ଆରମ୍ଭ ହେବାକୁ ଯାଉଛି।ଏହି ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ନ୍ନ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇ ଥିବା ବିଭିନ୍ନ ମାର୍ଗଦର୍ଶିକା ଉପରେ ପୋଲିସ ପକ୍ଷରୁ କୁହାଯାଇଥିଲା।
ଏହାକୁ ଠିକଭାବେ ପାଳନ କରିବା ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ଆସନ୍ତା ୨୭ତାରିଖ ରେ ଆରମ୍ଭ ହେବାକୁଥିବା ଗଣେଷ ପୂଜାର ଭସାଣିକୁ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୂଜା ପରଠାରୁ ପଡ଼ୁଥିବା ଅଗଷ୍ଟ ୩୧, ସେପ୍ଟେମ୍ୱର ୭ ଏବଂ ସେପ୍ଟେମ୍ବର ୧୪ ତାରିଖକୁ ନେଇ ୩ଟି ରବିବାର ମଧ୍ୟରେ ବାରଙ୍ଗ ଅଞ୍ଚଳରେ ହୋଇଥିବା ସମସ୍ତ ମେଢ଼ଗୁଡ଼ିକ ବିସର୍ଜନ କରିବା ପାଇ ସ୍ଥିର କରାଯାଇଥିଲା।ଭସାଣିକୁ ସମ୍ପୂର୍ଣ ଭାବେ ନିଶାମୁକ୍ତ କରିବା,ଗଣେଶ ମୂର୍ତିଗୁଡ଼ିକ କଦର୍ଯ୍ୟ ନକରିବା ପାଇଁ ସ୍ଥିର କରାଗଲା।
ବାରଙ୍ଗ ଶାନ୍ତିକମିଟିର ସମ୍ପାଦକ ସୁରେଶ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ବାରଙ୍ଗ ଶାନ୍ତି କମିଟିର ସଭାପତି ବିଜୟ ପଣ୍ଡା, ବାରଙ୍ଗ ବରିଷ୍ଟ ନାଗରିକସଂଘର ସମ୍ପାଦକ ସଂଗ୍ରାମ କେଶରୀ ମହାପାତ୍ର,ଜୋନ ଏସିପି ଶଶିକାନ୍ତ ରାଉତ ,ବାରଙ୍ଗଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ, ରବିନାରାୟଣ ପରିଡ଼ା, ସଞ୍ଜୟ କୁମାର ହାଂସଦା, ଜ୍ୟୋସ୍ନା ପଟ୍ଟନାୟକ, ଅଶୋକ କୁମାର ଦାସ, ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ।ଏସଆଇ ରବିନାରାୟଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।ଆରମ୍ଭରେ ଭୁବନପୁର ପୂଜା କମିଟିର ସଭାପତି ରଞ୍ଜନ ଭଟ୍ଟଙ୍କ ନେତୃତ୍ବରେ ସଦସ୍ୟମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment