Browsing category

ମହାନଗର

ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର,୭ା୭(ଏସଏସନିଉଜ) ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଗତ ଜୁନ ମାସ ୨୦ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ପାଇଁ ନବୀନ ମୁମ୍ବାଇ ଯାଇଥିଲେ । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ୨୨ ତାରିଖରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଥିଲା। ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ସ୍ପାଇନ ସର୍ଜନ ରାଜଶେଖର ଓ ତାଙ୍କ ଟିମ୍ ୪ ଘଣ୍ଟା ଧରି ସଫଳ […]

ମନମୋହନ ହେବେ ରାଜ୍ୟ ବିଜେପି ସଭାପତି!

ଭୁବନେଶ୍ୱର,୭।୭(ଏସଏସନିଉଜ)ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବାର ଆଶା ସ୍ପଷ୍ଟ ହୋଇଯାଇଛି। ସେ ଏକ ମାତ୍ର ପ୍ରାର୍ଥୀ ଭାବେ ଦଳୀୟ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ସଂଜୟ ଜୟସ୍ବାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଲି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ବିଜେପି ସଭାପତି ଘୋଷଣା ହେବ।

ଜୁଲାଇ ୯ରୁ ଶ୍ରମିକଙ୍କ ଆନ୍ଦୋଳନ

ଭୁବନେଶ୍ୱର,୬।୭(ଏସଏସନିଉଜ)ଜୁଲାଇ ୯ରୁ ୧୭ଦଫା ଦାବି ନେଇରାସ୍ତାକୁ ଓହ୍ଲାଇବେ ଶ୍ରମିକ । ଏନେଇ ବଡ଼ ହରତାଳ କରାଯିବା ନେଇ ରାଜ୍ୟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ମୋଦି ଶାସନର ୧୧ବର୍ଷ ମଧ୍ୟରେ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ବଢ଼ିଛି ବୋଲିସଙ୍ଗଠନଗୁଡିକ ଅଭିଯୋଗ ଆଣିଛନ୍ତି।ତେବେ ଏହି ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେଇଛି ।

ତାଲିମ ନେଲେ ଆଉ ସ୍ୱାସ୍ଥ୍ୟ ପରୀକ୍ଷା କଲେ

ମେଣ୍ଢାଶାଳ,୩।୭(ଏସଏସନିଉଜ) ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ହୃଦଘାତର କାରଣ ଓ ନିରାକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଇବାର ଲକ୍ଷ୍ୟନେଇ ଯୁବ ରେଡକ୍ରସ ୟୁନିଟ, ରେଡରିବନ କ୍ଲବ ଏବଂ ଏନଏସଏସ ୟୁନିଟ ଆନୁକୂଲ୍ୟରେ ଏମ୍ସଆରସି, ଏମଏଫଏମ ଓ ମେଣ୍ଢାଶାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତାରେ ଚନ୍ଦକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକ ଦିନିକିଆ ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି ।ଯୁବରେଡକ୍ରସ ଓ ରେଡରିବନ କ୍ଲବର ସଂଯୋଜକ ସୁରେଶ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ […]

ଡିସିପି ଅଫିସରେ ଆତ୍ମସମର୍ପଣ କଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୩।୭(ଏସଏସନିଉଜ)ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି।ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣାକୁ ନେଇ ଓଏଏସ୍‌ ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ବିଜେପିର ବରିଷ୍ଠନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଯାହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଅନ୍ୟପଟେ ବିଏମ୍‌ସି ଅତିରିକ୍ତ […]

ହୀରାକୁଦ ପାଇଁ ବିପଦ ନାହିଁଁ

ଭୁବନେଶ୍ୱର,୩।୭(ଏସଏସନିଉଜ)ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଲେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି।ଝାଡ଼ଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ।ତେଣୁହୀରାକୁଦ ପାଇଁ ବିପଦ ନାହିଁ। ବୈତରଣୀର ଉପରମୁଣ୍ଡରେ ବର୍ଷା ହେବ।ଅସମୟରେ ବର୍ଷା କାରଣରୁ ଗାଁଭିତରୁ ପାଣି ଛାଡ଼ୁନି।ଝାଡ଼ଖଣ୍ଡ ଚାନ୍ଦିଲିର ୬ଟିଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି।ମହାନଦୀରେ ୬୦ ମି.ମି, ବ୍ରାହ୍ମଣୀରେ ୩୦ […]

ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ

ପୁରୀ,୩।୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି।ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି।ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇଦିନ ଭିତରେ ଶେଷ ହେବ।ଷ୍ଟୋନ୍‌ ଏଲିମେଣ୍ଟ ବଦଳା ସରିଛି, ମରାମତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।ନୂଆ ଷ୍ଟେନଲେସ୍‌ ଷ୍ଟିଲଗେଟ୍‌ ଓ ବର୍ମାଟିକ୍‌ ଗେଟ୍‌ ଲାଗିବ, ରୁପାଛାଉଣି ହେବ। ବାହାର ରତ୍ନଭଣ୍ଡାର ବାହାରପାର୍ଶ୍ବ ମଧ୍ୟ ସଂରକ୍ଷଣ କରାଯାଇଛି।ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି […]

ଆରମ୍ଭ ହେଲା ଅମରନାଥ ଯାତ୍ରା

ଭୁବନେଶ୍ବର,୩।୭(ଏସଏସନିଉଜ)ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଭୋରରେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖରେ ଶେଷ ହେବ ଏହି ୩୮ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ୬୦୦ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର […]

ପାଣି ଘେରରେ ବହୁ ପରିବାର

ବାରଙ୍ଗ,୨।୭ (ଏସଏସନିଉଜ) ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତବର୍ଷା ଯୋଗୁ ଅନେକ ଗ୍ରାମମୁଣ୍ଡ ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଚାଷଜମି ଆଦି ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି।ଯାହାଫଳରେ କେତେକ ଜାଗାରେ ଲୋକମାନେ ଘରୁ ବାହାରିବାକୁ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି।ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇ କେତେକଜାଗା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ବାରଙ୍ଗବ୍ଲକର ଦାଢାପାଟଣା, କୁହ୍ନେଇଁପଡ଼ା, ଶ୍ରୀବନ୍ତପୁର, ମଧୁପୁର ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି।ବିଶେଷ କରିତ୍ରିଶୂଳିଆ,ଫୁଲପୋଖରୀ, […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]