ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ

ମେଣ୍ଢାଶାଳ,୧୨।୮ (ଏସଏସନିଉଜ) ପ୍ରତିବର୍ଷ ପରି ଚଳିତବର୍ଷ ମେଣ୍ଢାଶାଳର ଆରାଧ୍ୟ ଶ୍ରୀଶ୍ରୀ ଭାଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଠାକୁରଙ୍କ ଝୁଲଣ ଯାତ୍ରା ଓ ବାଦିପାଲା ଉଦଯାପିତ ହୋଇଯାଇଛି।ଗତ ୫ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ସକାଳେ ଉଦଯାପିତ ହୋଇଥିବା ବାଦିପାଲା ରେ ଗାୟକ ଯୁବଭାସ୍କର ଜ୍ଞାନପ୍ରିୟ କାନୁନଗୋ ଓ ଗାୟକ ପାରିଜାତ ତ୍ରିନାଥ ପଣ୍ଡାଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଟିତ ହୋଇଥିଲା।ମଙ୍ଗଳବାର ବାଦିପାଲା ଓ ଝୁଲଣଯାତ୍ରା ଉଦଯାପିତ ହୋଇଥିବା ବେଳେ ଗ୍ରାମବାସୀ ମାନଙ୍କ ଭିଡ ରହିଥିଲା।ପାଲା ଦେଖିବାପାଇଁ ଶତାଧିକ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତରେ ପାଲା ପରିବେଷଣ ହୋଇଥିଲା।ଏହାକୁ ମନ୍ଦିର କମିଟି କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।ଆଜି ସମସ୍ତ ଗ୍ରାମବାସୀମାନଙ୍କୁ ସିରିଣି ବଣ୍ଟନ କରାଯାଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment