କଟକ, ୧୨।୮ (ଏସଏସନିଉଜ) ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକର ୩୨ନଂ ଜୋନର ବିଜେପି କାର୍ଯ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଛି। ଜିଲ୍ଲା ପରିଷଦ ସଭ୍ୟ ତୃଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସାଂସଦ ପ୍ରତିନିଧୂ ଭୁପତି ପାଣି, ବିଜେପି ମଣ୍ଡଳ ସଭାପତି ସୁନିଲ ସ୍ବାଇଁ,ସମିତିସଭ୍ୟକିଶନ କୁମାର ଜେନା,ସମିତିସଭ୍ୟଦିପକ ସ୍ବାଇଁ, ପ୍ରମୋଦ ବିଷୋୟୀ, ପ୍ରଚିନା ଦାସ, ଅଶ୍ଵିନୀ ସାହୁ, ପ୍ରତାପ ଚନ୍ଦ୍ର ମଣ୍ଡଳଙ୍କ ସମେତ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ।କର୍ମୀମାନେ ବାରଙ୍ଗବ୍ଲକ ଛକଠାରୁ ଶୋଭାଯାତ୍ରାରେ ବାହାରି ଫୁଲ ପୋଖରୀ, ବଛିପୁର, ମଧୁପୁର, ମଧୁବନ, ତ୍ରିଶୂଳିଆ ଆଦି ଗାଁ ଓ ଛକଗୁଡ଼ିକ ପରିକ୍ରମା କରି ହର ଘର ତ୍ରିରଙ୍ଗା ନିମନ୍ତେ ସାଧାରଣ ଲୋକଙ୍କୁ ଆହ୍ବାନ ଦେବାସହ୍ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏଥିରେ ୫ ଶହରୁ ଊର୍ଦ୍ଧ ବିଜେପି କର୍ମୀ ସାମିଲ ହୋଇଥିଲେ।(ଜିତ ରାଉତଙ୍କ ରିପୋର୍ଟ)