ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାଲିଚାଲି ଯାଉଛନ୍ତି

କଟକ,୧୩।୮(ଏସଏସନିଉଜ)ଦେବଗଡ଼ ମାଟିର ବିକାଶ ପାଇଁ ଦେବଗଡ଼ ଜିଲ୍ଲାର ଜଣେ ଯୁବକ ସଂଘର୍ଷ ଆରମ୍ଭ କରିଛନ୍ତି।ନିଜ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ପର୍ଯ୍ୟାୟକ୍ରମେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିନଥିଲା।ଏହାର ପ୍ରତିକାର ପାଇଁ ଓ ସାଧାରଣ ଲୋକଙ୍କ ସ୍ୱାର୍ଥପାଇ ବହୁ ଆଶା ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବାକୁ ବାହାରିଛନ୍ତି ଦେବଗଡ଼ ମାଟିର ଅର୍ଣ୍ଣବ୍ ପଣ୍ଡା ନାମକ ୪୨ବର୍ଷୀୟ ଯୁବକ ।ସେ ପୁଣି କୌଣସି କାର କି ମଟର ସାଇକେଲ ନୁହେ ବରଂ ପାଦରେ ଚାଲିଚାଲି ବାହାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ । ଗତ ୬ ତାରିଖରୁ ସେ ଦେବଗଡ଼ରୁ ବାହାରି ବୁଧବାର ଦିନ ବାରଙ୍ଗରେ ପହଂଚିଛନ୍ତି। ଏହା ଭିତରେ ସେ ପାଖାପାଖି ୨୭୦ କିଲୋମିଟର ବାଟ ଅତିକ୍ରମ କରିସାରିଲେଣି।ଯେଉଁଠି ରାତି ଅଧିକ ହେଉଛି ସେଠାରେ ସୁବିଧା ଦେଖି ବିଶ୍ରାମ ନେଇ ପୁଣି ସକାଳୁ ଯାତ୍ରା ଆରମ୍ଭ କରୁଛନ୍ତି।
ଏବେ ଚାଲିଚାଲି ପାଦରେ ବଡ଼ବଡ଼ ଫୋଟୋକା ହୋଇଗଲାଣି ।ଏହାସହ ଗୋଡ଼ ଫୁଲିଗଲାଣି।
ତଥାପି ତାଙ୍କର ଯାତ୍ରା ଜାରି ରଖିଛନ୍ତି।ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ୨୪ଘଣ୍ଟିଆ ସ୍ବାସ୍ଥ୍ୟ ସେବା ତାଙ୍କର ମୁଖ୍ୟ ଦାବି ବୋଲି ଅର୍ଣ୍ଣବ୍ କହି ଛନ୍ତି।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment